ଗଣଦୁଷ୍କର୍ମ ଦେଖିବାକୁ ବାଧ୍ୟ କରାଯାଇଥିଲା, ତେଣୁ ଜୀବନ ହାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଗଣଦୁଷ୍କର୍ମ ଦେଖିବାକୁ ବାଧ୍ୟ କରାଯାଇଥିଲା, ତେଣୁ ଜୀବନ ହାରି ଦେଲେ

rape

ରାୟପୁର: ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟା ବେଳେ ଜଣେ ନାବାଳିକା ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଜଣେ ୧୯ ବର୍ଷର ଯୁବକ ଆସୁଥିଲେ। ରାସ୍ତାଟି ନିଛାଟିଆ ଥିଲା। ତେଣୁ ଯୁବକ ଜଣଙ୍କ ଝିଅଟିକୁ ଘର ପର୍ଯ୍ୟନ୍ତ ପହଞ୍ଚାଇ ଦେବେ ବୋଲି କହି ତାଙ୍କ ସହିତ ଆସିଲେ।

ଏ ଦୁହେଁ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି- ଈଶ୍ୱର ଦାସ ଓ ଖେମ୍ କନ୍‌ୱର ଗୋଟିଏ ବାଇକ୍‌ରେ ସେହି ବାଟ ଦେଇ ଯାଉଥିଲେ। ସେମାନେ ଏ ଦୁଇ ଜଣଙ୍କୁ ଅଟକାଇ ଥିଲେ ଓ ସେମାନଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ। ମୋବାଇଲ୍ ଫୋନ୍ ବି ଛଡ଼ାଇ ନେଇଥିଲେ। ତା’ପରେ ସେମାନେ ଯୁବକ ଜଣଙ୍କୁ ମାଡ଼ ମାରିଥିଲେ।

ଏହା ଦେଖି ଝିଅଟି ଗାଁ ଆଡ଼କୁ ଦୌଡ଼ି ପଳାଉଥିଲେ। କିନ୍ତୁ ସେ ଦୁଇ ଜଣ ତାକୁ କାବୁ କରି ନେଇ ଆସିଲେ। ସେତେବେଳକୁ ଯୁବକ ଜଣଙ୍କ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ି ଥାଆନ୍ତି।

ତା’ପରେ ଉକ୍ତ ଯୁବକ ଦ୍ୱୟ ଝିଅଟିକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଜଣେ ଝିଅଟିକୁ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟ ଜଣେ ଉକ୍ତ ଯୁବକଙ୍କୁ ମାଡ଼ ମାରୁଥାଏ ଏବଂ ସେହି କୁତ୍ସିତ ଦୃଶ୍ୟ ଦେଖିବାକୁ ବାଧ୍ୟ କରୁଥାଏ।

ଏହି ଘଟଣା ପରେ ଉକ୍ତ ଯୁବକ ଜଣଙ୍କ ଆତ୍ମହତ୍ୟା କରି ଦେଲେ। ତେବେ ପରିବାର ଲୋକେ କି ପୁଲିସ୍ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିପାରିଲେ ନାହିଁ।

ତାଙ୍କ ମୃତ୍ୟୁର ୧୨ ଦିନ ପରେ ଗତ ବୁଧବାର ଘଟଣା ଉପରୁ ପରଦା ହଟିଲା। ଉକ୍ତ ନାବାଳିକା ଜଣଙ୍କ ପୁଲିସ୍ ନିକଟରେ ପହଞ୍ଚି କହିଥିଲେ ଯେ ସେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କୁ ଦୁଷ୍କର୍ମ କରାଯିବା ବେଳେ ସେହି ଦୃଶ୍ୟ ଦେଖିବାକୁ ତାଙ୍କୁ ଦେଖିବାକୁ ବାଧ୍ୟ କରାଯାଇଥିଲା।

ଘଟଣାଟି ଘଟିଛି ଛତିଶଗଡ଼ର କୋବ୍ରା ଅଞ୍ଚଳରେ। ଝିଅଟିର ଅଭିଯୋଗ ଶୁଣିବା ପରେ ତାଙ୍କୁ ଦୁର୍ଷ୍କମ କରିଥିବା ଦୁଇ ଅଭିଯୁକ୍ତ ଈଶ୍ୱର ଦାସ ଓ ଖେମ୍ କନ୍‌ୱରଙ୍କୁ ଗିରଫ କରାଯାଇଛି।



from Odisha Reporter https://ift.tt/2NF5IIA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages