
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଜେକେପୁରର ନାଇଡ଼ୁପେଟା ନିକଟରେ ଆଜି ଏକ ଅଟୋ ଓ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାୟଗଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତମହିଳାଙ୍କ ନାଁ ଲକ୍ଷ୍ମୀ ଆମ୍ମା। ତାଙ୍କ ଘର ଝିଞ୍ଜିରିବାଡ଼ିରେ।
ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ଅଟୋଟି ଜେକେପୁରରୁ ରାୟଗଡ଼ା ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର୍ ସହ ତା’ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
from Odisha Reporter https://ift.tt/2MtXPAX
No comments:
Post a Comment