ମହାରଥୀଙ୍କ ହସାବ ଏମିତି: ତିରିଶ ହଜାର ମହିଳାଙ୍କ ଷାଠିଏ ହଜାର ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ମହାରଥୀଙ୍କ ହସାବ ଏମିତି: ତିରିଶ ହଜାର ମହିଳାଙ୍କ ଷାଠିଏ ହଜାର ସ୍ୱାମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଗୋଟେ ଢଗ ଅଛି ମତେ ଯେତେ ମାଠିବୁ ମାଠ୍‌ ମୁଁ ସେହି ଦରପୋଡ଼ା କାଠ୍। ଏହି ଉକ୍ତିଟି ଆଉ ଯାହା ପାଇଁ ପ୍ରଯୁଜ୍ୟ ହେଉ କି ନାହିଁ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କ୍ଷେତ୍ରରେ ଏହା ଉଚିତ୍‌ ମନେ ହେଉଛି । ଦିନେ ବିଧାନନସଭାରେ ବିଜେପି  ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୋଧରେ ମହାରଥୀଙ୍କ  ଅରୁଚିକର ଟିପ୍ପଣୀ ଝଡ଼ ସୃଷ୍ଟି କରିଥିଲା।

ସେତେବେଳେ ତାଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ଉଠିଥିଲା ପଡ଼ିଥିଲା। ଏପରିକି ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଶେଷରେ ମହାରଥୀ ଭୁଲ୍ ମାଗିଥିଲେ। ସେହି ଘଟଣା ପରେ ନାରୀଜାତି ପ୍ରତି ମହାରଥୀ ଆଉ ଅସମ୍ମାନଜନକ ମନ୍ତବ୍ୟ ଦେବେ ନାହିଁ ବୋଲି ଆଶା କରାଯାଉ ଥିଲା। ହେଲେ କଥାରେ ଅଛି ପ୍ରକୃତି ନୈବମୁଚ୍ୟତେ।

ଏବେ ମହିଳାଙ୍କୁ ଅସମ୍ମାନ କଲା ଭଳି ସେମିତି ଏକ ଅରୁଚିକର ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଛନ୍ତି ମହାରଥୀ। ଯାହା ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ମହାରଥୀ ଦେଇ ଥିବା ‘ଦୁଇଟା ସ୍ୱାମୀ’ ଟିପ୍ପଣୀ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ଭାଇରାଲ ହେଉଥିବା ଭିଡିଓରେ ମହାରଥୀ  କହୁଛନ୍ତି‘ ଆପଣ ଦେଖିବେ ଉତ୍ତରା ଛକଠାରୁ  ୩୦,୦୦୦ ମହିଳା ଠିଆ ହୋଇଥିବେ । ଯଦି ୩୦ ହଜାର ମହିଳା, ତେବେ ତାଙ୍କ ସ୍ୱାମୀ କେତେଟା? ଏହି ସମୟରେ ପଛପଟୁ କେହି ଜଣେ କହୁଛନ୍ତି ଦିଟା ଲେଖାଁଏ ହିସାବ କରାଯାଉ।

ତା’ପରେ ମହାରଥୀ କହୁଛନ୍ତି ଦୁଇଟା ଲେଖାଁଏ ହିସାବ କଲେ ୬୦,୦୦୦। ସେମିତି ତାଙ୍କ ପିଲା ,ଜ୍ୱାଇଁଙ୍କ ହିସାବ କରି ମହାରଥୀ ଆଉ କିଛି କହୁଛନ୍ତି। ମହାରଥୀଙ୍କ ଏହି ମନ୍ତବ୍ୟକୁ ନେଇ ସେଠାରେ ଥିବା କିଛି ବ୍ୟକ୍ତି ମଜା ଉଠାଉଥିବା ଦେଖାଯାଉଛି।

ହେଲେ ମହାରଥୀଙ୍କ ମନ୍ତବ୍ୟ ବିରୋଧରେ  ଆପତ୍ତି ଉଠାଇଛି ବିଜେପି ମହିଳା ମୋର୍ଚ୍ଚା । ଗତ ଦୁଇ ଦିନ ହେଲା ମହିଳାଙ୍କ ବିରୋଧରେ ମହାରଥୀଙ୍କ ଏହି ଅରୁଚିକର ମନ୍ତବ୍ୟ ଥିବା ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ମନ୍ତ୍ରୀ, କେଉଁ ପରିସ୍ଥିତିରେ କାହିଁକି ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପୁରୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକକୁ ଇଙ୍ଗିତ କରି ସେ ଏଭଳି କଟାକ୍ଷ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ ଏଭଳି ମନ୍ତବ୍ୟ ପାଇଁ ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। ସେହିପରି  ମହାରଥୀ କ୍ଷମା ମାଗନ୍ତୁ ବୋଲି କହିଛି କଂଗ୍ରେସ । ଗୋଟିଏ ପଟେ ଗାଁକୁ କାମ ଓ ମାକୁ ସମ୍ମାନର ନାରା ଦେଉଥିବା ବିଜେଡି ସରକାରଙ୍କ ଖୋଦ୍‌ ନେତା ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟରୁ ମହିଳାଙ୍କ ପ୍ରତି ସେମାନଙ୍କର କେମିତି ସମ୍ମାନ ରହିଛି, ତାହା ସ୍ପଷ୍ଟ ହେଉଛି।



from Odisha Reporter https://ift.tt/2OhLMMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages