ଭାରତ ଆଗରେ ୨୫୩ ରନ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଭାରତ ଆଗରେ ୨୫୩ ରନ୍‌ର ଟାର୍ଗେଟ

ଦୁବାଇ: ୱିକେଟ୍‌କିପର୍‌ ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ଶେହଜାଦ୍‌ଙ୍କ ବିସ୍ଫୋରକ ଶତକ ବଳରେ ଆଫ୍‌ଗାନିସ୍ତାନ ଟିମ୍‌ ଇଣ୍ଡିଆ ଆଗରେ ଏକ ଚ୍ୟାଲେଞ୍ଜିଂ ୨୫୩ ରନ୍‌ର ଟାର୍ଗେଟ ରଖିଛି। ଏସିଆ କପ୍‌ ଫାଇନାଲ୍‌ରୁ ବାଦ୍‌ ପଡ଼ିଥିବା ଆଫ୍‌ଗାନିସ୍ତାନ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା

ନିର୍ଦ୍ଧାରିତ ୫୦ ଓଭରରେ ଦଳ ୮ ୱିକେଟ୍‌ ହରାଇ ୨୫୨ ରନ୍‌ କରିଛି। ଦଳ ପକ୍ଷରୁ ଶେହଜାଦ୍‌ ସର୍ବାଧିକ ୧୨୪ ରନ୍‌ କରିଥିବା ବେଳେ ଅଲରାଉଣ୍ଡର ମହମ୍ମଦ ନବି ୬୪ ରନ୍‌ କରିଛନ୍ତି।

ଅନ୍ୟପକ୍ଷେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ସାରିଥିବା ଟିମ୍‌ ଇଣ୍ଡିଆ ଆଜି ୫ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଚ୍ୟାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ ୨ଟି ୱିକେଟ୍‌ ନେଇଛନ୍ତି। ସେହିପରି ଡେବ୍ୟୁଟାଣ୍ଟ ଦୀପକ ଚହର, ଅଣ୍ଡର ଆର୍ମ ସ୍ପିନର୍‌ କେଦାର ଯାଦବ ଓ ସ୍ପିଡ୍‌ଷ୍ଟର ଖଲୀଲ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ଆଜିର ମ୍ୟାଚ୍‌ରେ ଅଧିନାୟକ ପଦରୁ ଅବ୍ୟାହତି ନେଇଥିବା ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆର ପୁଣି ନେତୃତ୍ୱ ନେଇଥିଲେ। ସେ ୨୦୦ ତମ ଦିନିକିଆରେ କ୍ୟାପ୍ଟେନଶିପ୍‌ କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫ୍‌ଗାନିସ୍ତାନର ଓପନର୍‌ ଶେହଜାଦ୍‌ ଓ ଜାଭେଦ ଅହମଦୀ ବିସ୍ଫୋରକ ଆରମ୍ଭ କରିଥିଲେ। ଅହମଦୀ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଶେହଜାଦ୍‌ ନିଜର ଚିରାଚରିତ ଢଙ୍ଗରେ ଭାରତୀୟ ବୋଲର୍‌ଙ୍କୁ ଆକ୍ରମଣ କରି ଚାଲିଥିଲେ। ପ୍ରଥମ ୭ ଓଭର୍‌ରେ ହିଁ ଆଫ୍‌ଗାନିସ୍ତାନର ସ୍କୋର ୫୦ ଅତିକ୍ରମ କରି ସାରିଥିଲା।

ତେବେ ଦଳୀୟ ସ୍କୋର ୬୫ ଥିବା ବେଳେ ମାତ୍ର ୫ ରନ୍‌ କରିଥିବା ଅହମାଦୀଙ୍କୁ ରବୀନ୍ଦ୍ର ଜାଡେଜା ଧୋନିଙ୍କ ହାତରେ ଷ୍ଟମ୍ପିଙ୍ଗ କରି ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ରମହତ ଶାହା(୩)ଙ୍କୁ ମଧ୍ୟ ଜାଡେଜା ବୋଲ୍ଡ କରି ଆଫ୍‌ଗାନିସ୍ତାନକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ।

ଦଳୀୟ ସ୍କୋର ୮୨ ଥିବା ବେଳେ କୁଲଦୀପ ଯାଦବ ଲଗାତାର ଦୁଇଟି ବଲ୍‌ରେ ଆଫ୍‌ଗାନିସ୍ତାନ ଅଧିନାୟକ ଅଶଗର ଆଫ୍‌ଗାନ ଓ ଫର୍ମରେ ଥିବା ହସମାଥୁଲ୍ଲା ଶାହିଦ୍‌ଙ୍କୁ ଆଉଟ୍‌ କରି ଆଫ୍‌ଗାନିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟପଟେ ଆଫ୍‌ଗାନିସ୍ତାନର ବ୍ୟାଟିଂ ଲାଇନ୍‌ ଅପ୍‌ରେ ଖୁଣ୍ଟ ଭଳି ଛିଡ଼ା ହୋଇଥିବା ଶେହଜାଦ୍‌ କ୍ରମାଗତ ଭାବେ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରି ଚାଲିଥିଲେ। ଏହି ସମୟରେ ଶେହଜାଦ୍‌ ଏକ ଭାରତର ଅମ୍ବାତି ରାୟିଡୁଙ୍କୁ ଅତି ସହଜ କ୍ୟାଚ୍ ଦେଇଥିଲେ। ମାତ୍ର ରାୟିଡ଼ୁ ଏହାକୁ ଧରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଏହି ସମୟରେ ଶେହଜାଦ୍‌ ମାତ୍ର ୪୯ ରନ୍‌ କରିଥିଲେ।

କ୍ୟାଚ୍‌ ମିସ୍‌ ପରେ ଶେହେଜାଦ୍‌ ଆହୁରି ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ। ମାତ୍ର ୮୮ଟି ବଲ୍‌ରେ ହିଁ ସେ ନିଜର ଶତକ ହାସଲ କରିଥିଲେ। ୫ମ ୱିକେଟ୍‌ ପାଇଁ ସେ ଗୁଲବାଦିନ ନବିଙ୍କ ସହ ମିଶି ୫୦ ରନ୍‌ ସଂଗ୍ରହ କରିଥିଲେ। ଏହାପରେ ଅଲରାଉଣ୍ଡର୍‌ ମହମ୍ମଦ ନବି ଓ ଶେହଜାଦ୍‌ ମିଳିତ ଭାବେ ଆଫ୍‌ଗାନିସ୍ତାନ ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୧୮୦ ଥିବା ବେଳେ କେଦାର ଯାଦବ ଶେହେଜାଦ୍‌ଙ୍କୁ ଆଉଟ୍‌ କରି ରନ୍‌ ହାର୍‌ରେ ବ୍ରେକ୍‌ ଲଗାଇଥିଲେ।

ଆଉଟ୍‌ ହେବା ପୂର୍ବରୁ ଶେହଜାଦ୍‌ ମାତ୍ର ୧୧୬ଟି ବଲ୍‌ରେ 11ଟି ଚୌକା ଓ 7ଟି ଛକା ସହ ୧୨୪ ରନ୍‌ର ଇନିଂସ ଖେଳିଥିଲେ। ମହମ୍ମଦ ନବି ମଧ୍ୟ ୫୬ଟି ବଲ୍‌ରେ ୬୪ ରନ୍‌ କରି ଖଲିଲ ଅହମ୍ମଦଙ୍କ ଶିକାର ହୋଇଥିଲେ। ୨୦ ଟି ବଲ୍‌ରେ ୨୦ ରନ୍‌ କରିଥିବା ନଜିବୁଲ୍ଲା ଜଦ୍ରାନ୍‌ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍‌ କରିଥିଲେ। ଶେଷ ଭାଗରେ ରଶିଦ୍‌ ଖାନ୍‌ ଓ ଅଫତାବ ଆଲାମ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ହେଁ ଭାରତୀୟ ବୋଲର୍‌ ବେଶ ଶାଣିତ ଢଙ୍ଗରେ ବୋଲିଂ କରି ଏଥିରେ କିଛିଟା ଅଙ୍କୁଶ ଲଗାଇବାରେ ସମର୍ଥ ହୋଇଥିଲେ।



from Odisha Reporter https://ift.tt/2Q5Cvnv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages