ନ୍ୟୁଜ୍ ଆଙ୍କରଙ୍କ ଉପରେ ରାଗି ଗଲେ ସୋଏବ; କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ନ୍ୟୁଜ୍ ଆଙ୍କରଙ୍କ ଉପରେ ରାଗି ଗଲେ ସୋଏବ; କହିଲେ ଏମିତି କଥା

shoaib

ଭୁବନେଶ୍ୱର: ଚଳିତ ଏସିଆ କପ୍‌ରୁ ପାକିସ୍ତାନ ବାଦ୍ ପଡ଼ିଛି। ପାକିସ୍ତାନକୁ ୩୭ ରନ୍‌ରେ ହରାଇ ବାଂଲାଦେଶ ଫାଇନାଲ୍‌ରେ ପହଞ୍ଚିଛି। ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଏଥର ଏସିଆ କପ୍‌ରେ ପାକିସ୍ତାନ ଓ ଭାରତ ଦୁଇ ଥର ମୁହାଁ ମୁହିଁ ହୋଇଥିଲେ। ଦୁଇଟି ଯାକ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ଦୁଇଟି ମ୍ୟାଚ୍‌ରେ ଭାରତ ଏକପାଖିଆ ଭାବେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୯ ୱିକେଟ୍‌ରେ ଜିତି ଥିଲା।

ସେପ୍ଟେମ୍ବର ୧୯ରେ ପ୍ରଥମ ମ୍ୟାଚ୍ ଓ ୨୩ରେ ଦ୍ୱିତୀୟ ମ୍ୟାଚ୍ ଖେଳା ଯାଇଥିଲା।

ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ‘ଏବିପି ନ୍ୟୁଜ୍’ ଚ୍ୟାନେଲ୍‌ରେ ଏକ ଡିସ୍‌କସନ୍ ପ୍ରୋଗ୍ରାମ୍‌ର ଲାଇଭ୍ ଚାଲିଥିଲା। ଏଥିରେ ସନ୍ଦୀପ ପାଟିଲ୍ ଓ ଗୌତମ ଗମ୍ଭୀରଙ୍କ ସହିତ ପାକିସ୍ତାନ୍‌ର ପୂର୍ବତନ ଫାଷ୍ଟ୍ ବୋଲର ଶୋଏବ ଅଖତର ମଧ୍ୟ ଅତିଥି ଥିଲେ। ଅବଶ୍ୟ ଶୋଏବ ଷ୍ଟୁଡିଓରେ ନଥିଲେ। ସେ ଦୁବାଇରେ ଥିଲେ।

ଶୋଏବଙ୍କ ଉଦ୍ଦେଶ୍ୟରେ ଆଙ୍କର ପଚାରିଥିଲେ, ଭାରତରେ ସ୍ୱଚ୍ଛତା ମିଶନର ଦ୍ୱିତୀୟ ପର୍ଯ୍ୟାୟ ନିକଟରେ ଆରମ୍ଭ ହୋଇଛି। ତେବେ ଲାଗୁଛି ଭାରତୀୟ କ୍ରିକେଟ୍ ଦଳ ଏହାକୁ ବହୁତ ଗୁରୁତ୍ୱର ସହିତ ନେଇଯାଇଛି। ୧୦୦ ଘଣ୍ଟା ତଳେ ହୋଇଥିବା ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପୂରା ଧୋଇ ଦେଇଥିଲା। ଏଥର ବି ଆପଣଙ୍କ ଖେଳାଳିମାନେ ସେମିତି ଧୋଇ ହେବା ପାଇଁ ପ୍ରସ୍ତୁତ ହୋଇ ଆସୁଛନ୍ତି କି?
ଆଙ୍କରଙ୍କ ପ୍ରଶ୍ନ ପଚାରିବାର ଶୈଳୀ ଓ ସେ ବ୍ୟବହାର କରିଥିବା ଶବ୍ଦ ଶୋଏବଙ୍କୁ ପସନ୍ଦ ଆସି ନଥିଲା। ସେ ତାଙ୍କର ଅସନ୍ତୋଷ ଜାହିର କରି ଦେଇଥିଲେ।

ସେ ଆଙ୍କରଙ୍କୁ କହିଥିଲେ,‘ମୁଁ ଆପଣଙ୍କ ନାଁ ଜାଣି ନାହିଁ। ମୁଁ ଆପଣଙ୍କୁ ବହୁତ ସମ୍ମାନ କରୁଛି। କିନ୍ତୁ ଆପଣ ଆପଣଙ୍କ ସୀମା ଭିତରେ ରହି ପ୍ରଶ୍ନ କଲେ, ମୁଁ ଉତ୍ତର ଦେବି। ଧୋଇ ଦେବେ, ସ୍ୱଚ୍ଛତା ଆଦି ପ୍ରଶ୍ନ ପଚାରିଲେ ମୁଁ କହିପାରିବି ନାହିଁ। କ୍ରିକେଟ୍ ସଂପର୍କିତ ପ୍ରଶ୍ନ ପଚାରିଲେ ମୁଁ କହିପାରିବି।’

ଏହା ପରେ ଆଙ୍କର ତାଙ୍କୁ କହିଥିଲେ ଯେ, ଆପଣ ରାଗନ୍ତୁ ନାହିଁ। ତା’ପରେ ସେ ତାଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ।
ତେବେ ଏଥିରେ ଶୋଏବଙ୍କ ରାଗ ପୂରା ଥଣ୍ଡା ହୋଇ ନଥିଲା। ସେ କହିଥିଲେ, ହଁ ଆପଣ ଏମିତି ଢଙ୍ଗରେ ପ୍ରଶ୍ନ କଲେ ମୁଁ ଉତ୍ତର ଦେବି। ଆପଣଙ୍କ ସାମ୍ନାରେ ହରିଆଣା କ୍ରିକେଟ୍ କ୍ଲବ୍‌ର କୌଣସି ଖେଳାଳି ବସି ନାହାନ୍ତି ଯେ ଆପଣ ଏମିତି କଥାବାର୍ତ୍ତା କରିବେ। ଆପଣଙ୍କ ସାମ୍ନାରେ କିଏ ବସିଛି, ପ୍ରଥମେ ତାହା ଦେଖନ୍ତୁ।

ଏହା ପରେ ମ୍ୟାଚ୍ ପାଇଁ ପାକିସ୍ତାନ ଟିମ୍‌ର ରଣନୀତି କ’ଣ ରହିବା ଦରକାର ସେ ନେଇ ଶୋଏବ କହିଥିଲେ।

ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି।



from Odisha Reporter https://ift.tt/2NGStI0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages