ଯାତ୍ରା କରିବା ବେଳେ ବାନ୍ତି ହେଉଛି କି? ଖାଆନ୍ତୁ ନାହିଁ ଏହି ୩ଟି ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଯାତ୍ରା କରିବା ବେଳେ ବାନ୍ତି ହେଉଛି କି? ଖାଆନ୍ତୁ ନାହିଁ ଏହି ୩ଟି ଖାଦ୍ୟ

travel

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଲୋକେ ବସ୍‌ରେ ବାନ୍ତି କରୁଥିବା ଆପଣମାନେ ଦେଖିଥିବେ। ଅସୁସ୍ଥତା ହେତୁ ସେମାନେ ବାନ୍ତି କରନ୍ତି ନାହିଁ। ବସ୍‌ରେ ବସିବା ମାତ୍ରେ ସେମାନଙ୍କ ମୁଣ୍ଡ ବୁଲାଏ ଓ ସେମାନେ ବାନ୍ତି କରନ୍ତି।

ଖାଲି ବସ୍‌ ନୁହେଁ, ଜଣେ ଜଣେ କାର୍ ଆଦିରେ ଦୂର ସ୍ଥାନକୁ ଯାତ୍ରା କଲେ ମଧ୍ୟ ବାନ୍ତି କରନ୍ତି। ସେଥିପାଇଁ ଆପଣ ଦେଖିଥିବେ କେହି କେହି ବସ୍ ଆଦିରେ ପାଖ ହେଉ ଅବା ଦୂର ଯାତ୍ରା କଲା ବେଳେ ସାଙ୍ଗରେ ଲେମ୍ବୁ ଧରି ଥାଆନ୍ତି ଏବଂ ଏହାକୁ ଶୁଙ୍ଘି ଶୁଙ୍ଘି ଯାଆନ୍ତି। ଆଉ କେହି କେହି ଯାତ୍ରା କରିବା ପୂର୍ବରୁ ଔଷଧ ଖାଆନ୍ତି। ବାନ୍ତି ଭୟରେ ଜଣେ ଜଣେ ଯାତ୍ରା କରିବା ପୂର୍ବରୁ ଆଦୌ ଖାଆନ୍ତି ନାହିଁ। ତେବେ ଏସବୁ କରିବା ସତ୍ତ୍ୱେ ସେମାନଙ୍କର ବାନ୍ତି ହୋଇଥାଏ।

ଯାତ୍ରା ପୂର୍ବରୁ ଆଦୌ ଖାଦ୍ୟ ନଖାଇଲେ ବି ସମସ୍ୟା ଅଛି। ଏହା ଦ୍ୱାରା ପେଟ ଖରାପ ହୋଇଥାଏ। ଯାତ୍ରା ପୂର୍ବରୁ ଅବା ଯାତ୍ରା ସମୟରେ ହାଲ୍‌କା ଖାଦ୍ୟ ଖାଆନ୍ତି। କିଛି ଖାଦ୍ୟ ଅଛି ଯେଉଁଗୁଡ଼ିକୁ ଖାଇଲେ ଭଲ ଲୋକର ବି ଦେହ ଖରାପ ହେବା ସହିତ ବାନ୍ତି ହୋଇଯିବ।

ତା’ହେଲେ ଆସନ୍ତୁ ଜାଣିବା ଯେଉଁମାନଙ୍କର ଯାତ୍ରା ବେଳେ ବାନ୍ତି ହୁଏ, ସେମାନେ କ’ଣ ଖାଇବା ଉଚିତ୍ ନୁହେଁ।

୧- ଯାତ୍ରା କରିବା ସମୟରେ ବ୍ରେଡ୍‌, ପାସ୍ତା, ନୁଡଲ୍‌ ଓ ଭାତ ପରି ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଯାତ୍ରା କରିବା ସମୟରେ ଆପଣ ବସି ରହନ୍ତି। ଆଉ ବସି ରହିଲେ ଏସବୁ ଖାଦ୍ୟ ହଜମ ହୋଇପାରି ନଥାଏ।

୨-. ସେହିପରି ଯାତ୍ରା କରିବା ସମୟରେ ଫ୍ରାଏ ସ୍ନାକ୍ସ, ପକୁଡ଼ି, ମିଠା ଓ ଆଇସ୍‌କ୍ରିମ୍‌ ଖାଆନ୍ତୁ ନାହିଁ। କାରଣ ମିଠା ଓ ଲୁଣି ଖାଦ୍ୟ ଦ୍ୱାରା ଶରୀରରେ ଫ୍ଲୁଇଡ୍‌ ରିଟେନ୍‌ସନ୍ ହୋଇଥାଏ। ଫ୍ଲୁଇଡ୍‌ ରିଟେନ୍‌ସନ୍‌ ହେଲେ ଗୋଡ଼, ହାତ, ପାଦ ଆଦି କୁଣ୍ଡାଇ ହୁଏ। ତେଣୁ ଯାତ୍ରା କରିବା ସମୟରେ ହାଲ୍‌କା ଖାଦ୍ୟ ଖାଆନ୍ତୁ।

୩- କିଛି ଲୋକ ଅଛନ୍ତି ଯାତ୍ରା ସମୟରେ ନିଜ ପସନ୍ଦର ମଦ ପିଇବାକୁ ଭଲ ପାଆନ୍ତି। ଏପରି କଲେ ନିଦ ଭଲ ହୋଇଥାଏ ବୋଲି ସେମାନେ ଭାବିଥାନ୍ତି। ହେଲେ ମଦ ପିଇବା ଦ୍ୱାରା  ଡିହାଇଡ୍ରେସନ୍‌ ଓ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଇଥାଏ। ବାରମ୍ବାର ଶୋଷ ବି ଲାଗିଥାଏ।



from Odisha Reporter https://ift.tt/2MgbdbW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages