ବାବାଙ୍କ କେଳେଙ୍କାରୀ: ମାଆକୁ ଦୁଷ୍କର୍ମ କଲେ, ନାବାଳିକା ଝିଅକୁ ବି ଛାଡ଼ିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ବାବାଙ୍କ କେଳେଙ୍କାରୀ: ମାଆକୁ ଦୁଷ୍କର୍ମ କଲେ, ନାବାଳିକା ଝିଅକୁ ବି ଛାଡ଼ିଲେନି

rape

ନୂଆଦିଲ୍ଲୀ: ପୁଣି ଜଣେ ବାବାଙ୍କ ଉପରେ ଲାଗିଛି ଦୁଷ୍କର୍ମ ଅଭିଯୋଗ। ଏପରି ଅଭିଯୋଗ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ।

ବାବା ଜଣଙ୍କ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ବାବା ନୁହେଁ, ତାଙ୍କ ପୁଅ ଓ ପୁଅର ସାଙ୍ଗମାନେ ମଧ୍ୟ ଉକ୍ତମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ବାବାଙ୍କ ନାଁ ଆଶୁ ମହାରାଜ୍‌।

rapeମହିଳା ଜଣଙ୍କ ଅଭିଯୋଗ କରିଛନ୍ତି,“ବାବା, ତାଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ କିଛି ବର୍ଷ ହେବ ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ବାବା ତାଙ୍କ ଝିଅକୁ ମଧ୍ୟ ଘରକୁ ଡାକି ଦୁଷ୍କର୍ମ କରିଥିଲେ।”

ମହିଳା ଜଣଙ୍କ କହିଛନ୍ତି, “ଝିଅର ପାଦରେ ଦରଜ ହେଉଥିଲା। ଏହାକୁ ଠିକ୍ କରିବା ବାହାନାରେ ବାବା ତାକୁ ଉଲଗ୍ନ କରି ମାଲିସ୍‌ କରୁଥିଲେ। ସମ୍ପୂର୍ଣ୍ଣ ଠିକ୍‌ କରିଦେବେ ବୋଲି କହି ଦିନେ ଝିଅକୁ ଆଶ୍ରମକୁ ଡାକିଥିଲେ ଓ ସେଠାରେ ତାକୁ ଦୁଷ୍କର୍ମ କରିଥିଲେ।”

rapeପୁଲିସ କହିଛି,“ଜଣେ ମହିଳା ଆଶୁ ମହାରାଜ୍‌ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବାବା ତାଙ୍କୁ ଓ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଯାଇଛି। ବାବାଙ୍କ ପୁଅ ଓ ତା’ର ସାଙ୍ଗମାନେ ମଧ୍ୟ ତାଙ୍କୁ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ସେ କହିଛନ୍ତି।”

ପୁଲିସ ଆହୁରି କହିଛି, ଗତ ସପ୍ତାହରେ ହୋଜଖାସ୍‌ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ରବିବାର ଦିନ ଘଟଣାର ତଦନ୍ତ ଦାୟିତ୍ୱ ଅପରାଧିକ ଶାଖାକୁ ପ୍ରଦାନ କରାଯାଇଛି।

rapeସ୍ୱଘୋଷିତ ଧର୍ମଗୁରୁ ଓ ବାବାମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ପୂର୍ବରୁ ହରିୟାଣାର ଟୋହନା ଅଞ୍ଚଳରେ ଅମରପୁରୀ ନାମକ ଜଣେ ବାବା ୯୦ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେ ଦୁଷ୍କର୍ମ ବେଳର ଭିଡିଓ କରୁଥିଲା ଓ ଏହାକୁ ଦେଖାଇ ସେମାନଙ୍କୁ ବ୍ଲାକ୍‌ମେଲ୍ କରୁଥିଲା।

ଜଲେବୀ ବାବା ନାଁରେ ପରିଚିତ ଏହି ବାବା ତନ୍ତ୍ରମନ୍ତ୍ର ଜରିଆରେ ସବୁ ସମସ୍ୟାର ସମାଧାନ କରି ଦେବ ବୋଲି କହି ମହିଳା ଓ ଯୁବତୀଙ୍କୁ ଫସାଉ ଥିଲେ।



from Odisha Reporter https://ift.tt/2x64Ou6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages