କ୍ଷତିପୂରଣ ପ୍ରତିଶ୍ରୁତି ପରେ ରାସ୍ତାରୁ ଝିଅର ଶବ ଉଠାଇଲେ ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

କ୍ଷତିପୂରଣ ପ୍ରତିଶ୍ରୁତି ପରେ ରାସ୍ତାରୁ ଝିଅର ଶବ ଉଠାଇଲେ ପରିବାର ଲୋକେ

salepur

ସାଲେପୁର (ମନୋଜ ଆଚାର୍ଯ୍ୟ): ରୋଗୀ ମୃତ୍ୟୁକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓସ୍ତମୂଳ ଗାଁରେ ଚାଲିଥିବା ରାସ୍ତାରୋକ ହଟିଛି। ପ୍ରଶାସନର ପ୍ରତିଶ୍ରୁତି ପରେ ଗତକାଲିଠାରୁ ଚାଲିଥିବା ରାସ୍ତାରୋକ ୧୪ ଘଣ୍ଟା ପରେ ହଟିଛି। ସ୍ଥାନୀୟ ତହସିଲଦାର ଏବଂ ଏସ୍‌ଡିପିଓ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରିବା ସହ ୧୦ ହଜାର ଟଙ୍କା ଓ ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ମୃତଦେହ ଉଠାଇବା ସହ ଆନ୍ଦୋଳନରୁ ଓହରିଛନ୍ତି ପରିବାର ଲୋକେ।

ସେହିପରି ବିଜେପି ନେତା ଶାରଦା ପ୍ରଧାନ ଧାରଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ଅଧିକ ସହାୟତା ରାଶି ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲେ।

ପରିବାର ଲୋକେ ଝିଅ ମୃତ୍ୟୁ ପାଇଁ ଚିକତ୍ସା ଅବହେଳା ଅଭିଯୋଗ ଆଣିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାୟୀ କରିଥିଲେ।

ଗତ କିଛିଦିନ ହେବ କର୍କଟ ରୋଗରେ ପୀଡିତ ଥିବା ଛାତ୍ରୀ ଗୀତାଞ୍ଜଳି କଟକ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶୁକ୍ରବାର ଡାକ୍ତର ରୋଗୀଙ୍କୁ ଗାଁକୁ ନେଇଯିବାକୁ କହିଥିଲେ। ଏହାପରେ ପରିବାର ଲୋକେ ଝିଅକୁ ଗାଁକୁ ନେଇଆସିଥିଲେ।

ଶନିବାର ଝିଅର ଅବସ୍ଥା ବିଗିଡିବାରୁ ପରିବାର ଓସ୍ତମୂଳ ଗାଁରେ ରାସ୍ତା ଅବରୋଧ କରିଥିଲେ।  ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଆଚାର୍ଯ୍ୟ ହରିହର ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ। ଓପିଡିରେ ପହଞ୍ଚି ଚିକିତ୍ସା କରିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ମୃତଦେହ ଗାଁକୁ ଫେରାଇ ଆଣି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ।

ରାସ୍ତା ଅବରୋଧ ଯୋଗୁ କଟକ-କୁଆଁପାଳ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା। ପୂର୍ବରୁ ଝିଅର ଚିକିତ୍ସା ଅବହେଳା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବି ଚିକିତ୍ସା ସୁବିଧା ମିଳିନଥିବା ଅଭିଯୋଗ କରିଥିଲେ ମୃତକଙ୍କ ବାପା।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ହସ୍ପିଟାଲ୍‌ରେ ଚିକିତ୍ସା ସୁବିଧା ମିଳି ନଥିବା କଥା ମୁଁ ଠିକ୍‌ ଭାବୁନାହିଁ। ସେ ବହୁତ ଗୁରୁତର ଥିଲେ। ଆମେ ତାଙ୍କ ପରିବାର ପ୍ରତି ଯତ୍ନବାନ ହେବୁ। ତାଙ୍କୁ କ’ଣ ସୁବିଧା ଯୋଗାଇ ଦିଆଯାଇପାରିବ ସେନେ ପଦକ୍ଷେପ ନେବୁ।”



from Odisha Reporter https://ift.tt/2N0JNMu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages