ଦାମଙ୍କ ‘ସିରିଜ୍ ବମ୍‌’: ସରକାରୀ ଦଳ ଓ କଳ ଥରହର, ବିରୋଧୀ ଖୁସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଦାମଙ୍କ ‘ସିରିଜ୍ ବମ୍‌’: ସରକାରୀ ଦଳ ଓ କଳ ଥରହର, ବିରୋଧୀ ଖୁସ୍

dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଡା. ଦାମୋଦର ରାଉତ ପୁଣି ମାରିଛନ୍ତି ବାଣ। ତାଙ୍କୁ ଦୁର୍ନୀତିକୁ ନେଇ ତାଙ୍କ ସିରିଜ୍ ବାଣ ରେ ପୂରା ଦୋହଲି ଯାଇଛି ସରକାରୀ କଳ। ନିର୍ବାଚନ ବର୍ଷରେ ବିଭିନ୍ନ ପ୍ରସଙ୍ଗ ଶାସକ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଦାମଙ୍କ ବାଣ ତାଙ୍କ ନିଜ ଦଳକୁ ଘାଇଲା କରି ଦେଇଛି।

ଦାମଙ୍କ ପ୍ରଥମ ବାଣ ଥିଲା ଡଙ୍କାରୀ ପାହାଡ଼ ଲୁଟ୍। ଏହାପରେ ଶହେ କୋଟିର ଚାରା ଘୋଟାଲା। ତା’ପରେ ଓମ୍ଫେଡରେ ୩୦ କୋଟିର ସ୍କାମ୍। ଆଉ ଏବେ ସମବାୟ ଋଣରେ ୮୦୦ କୋଟିର ଘୋଟାଲା। ଦାମଙ୍କ ଗୋଟି ଏ ପରେ ଗୋଟିଏ କରି ଫିଙ୍ଗୁଥିବା ସ୍କାମ୍ ବମ୍‌ରେ ସରକାର ବ୍ୟତିବ୍ୟସ୍ତ ହୋଇପଡିଲେଣି।

ଅନ୍ୟପକ୍ଷରେ ଏପରି ଅଭିଯୋଗ ଆଣିବା ପରେ ବିଭିନ୍ନ ମହଲରୁ ଦାମବାବୁଙ୍କ ପାଖକୁ ସମର୍ଥନ ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ତାଙ୍କ ବାସଭବନ ଆଗରେ ଲୋକଙ୍କ ଭିଡ଼ ବି ବେଶ ଲାଗୁଛି। ଆଜି ଡଙ୍କାରୀ ପାହାଡ଼ ଅଞ୍ଚଳର ଲୋକେ ଦାମଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।

ଡଙ୍କାରୀ ପାହାଡ଼ ଅଞ୍ଚଳର ଲୋକଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ ଆଗକୁ ବି ତାଙ୍କର ଏ ଅଭିଯାନ ଜାରି ରହିବ ବୋଲି ଇସାରା ଇସାରାରେ କହି ସରକାରୀ ଦଳ ଓ ସରକାରୀ ବାବୁଙ୍କ ହୃଦୟରେ କମ୍ପନ ସୃଷ୍ଟି କରିଛନ୍ତି ଡା.ରାଉତ।

ସେ କହିଛନ୍ତି, “ସରକାରୀ ଦଳ କ’ଣ ବେସରକାରୀ ଦଳ କ’ଣ ? ଦୁର୍ନୀତି ସବୁ ବେଳେ ଦୁର୍ନୀତି। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧରେ ଯାହା ଯାଉଥିବ ତାକୁ ମୁଁ ପ୍ରତିରୋଧ କରିବି।”

ଫୁଲ୍‌ ଫାଇଦା ଲକ୍ଷ୍ୟରେ ବିରୋଧୀ

ଦାମବାବୁ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆଣୁଥିବା ବେଳେ ବିରୋଧୀ ଏଥିରୁ ଫାଇଦା ଉଠାଇବାକୁ ଆଣ୍ଠୁ ଲଗାଇ ଦେଇଛନ୍ତି। ଦାମଙ୍କ ଏ ନୂଆ ଅବତାର ନିର୍ବାଚନୀ ବର୍ଷରେ ବିରୋଧୀଙ୍କୁ ବି ଭଲ ଭଲ ଅସ୍ତ୍ର ଯୋଗାଉଛି।

ସମବାୟ ଋଣ ପ୍ରଦାନରେ ଘୋଟାଲା ପ୍ରସଙ୍ଗରେ ଦାମଙ୍କୁ ଆଜି ଉଭୟ କଂଗ୍ରେସ ଓ ବିଜେପିର ସମର୍ଥନ ମିଳିଛି। ସବୁ ସୋସାଇଟିରେ ହେରଫେର ହୋଇଥିବା ଅଭିଯୋଗ ଆଣି ଘସିପୁରା ଓ କେଶଦୁରାପାଳ ବ୍ଲକ୍‌ରେ ଯାଞ୍ଚ ପାଇଁ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ କହିଛନ୍ତି, “ମୁଁ ସରକାରଙ୍କୁ ଆହ୍ୱାନ ଦେଉଛି, ଆନ୍ତରିକତାର ସହ ଯେକୌଣସି ଗୋଟିଏ ସୋସାଇଟିର ତଦନ୍ତ କରନ୍ତୁ। ଦୁର୍ନୀତି ବାହାରିବ କି ନାହିଁ ଦେଖିବା। କୋଅପରେଟିଭ୍‌ ସୋସାଇଟିର ବିଜେଡି ଦଳର ସଭାପତିମାନେ ଧରାପଡ଼ି ଜେଲ୍‌ ଯାଇଛନ୍ତି। ତଥାପି ଏପର୍ଯ୍ୟନ୍ତ ସଭାପତି ଭାବେ କାମ କରୁଛନ୍ତି।”

ସେହିପରି ବିଜେପି ମଧ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ମନ୍ତ୍ରୀବଦରୁ ଯିବା ପରେ ତାଙ୍କୁ (ଦାମୋଦର ରାଉତ) କହିବାକୁ ସୁଯୋଗ ମିଳିଛି। ରାଜ୍ୟର ସ୍ୱାର୍ଥ କଥା ଉଠାଇ ଥିବାରୁ ମୁଁ ତାଙ୍କୁ ସ୍ୱାଗତ କରୁଛି। ଶହ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି, ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ଉଚିତ୍‌।

ଅନ୍ୟପକ୍ଷରେ ବିରୋଧୀଙ୍କ ଟାର୍ଗେଟର ଉତ୍ତର ରଖିଛି ବିଜେଡି। ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ସେ (ଦାମୋଦର ରାଉତ) ଯେତେବେଳେ ମନ୍ତ୍ରୀ ଥିଲେ ସେ ସମୟରେ ମୁହଁ ଖୋଲିଥିଲେ ସୁନ୍ଦର ହୋଇଥାନ୍ତି। ଏବେ କହୁଛନ୍ତି। ଏହାକୁ ନେଇ ସମବାୟ ମନ୍ତ୍ରୀସୂର୍ଯ୍ୟନାରାୟଣ ପାତ୍ର କହି ସାରିଛନ୍ତି। ଯାହା ପ୍ରମାଣ ଅଛି ଦେଲେ ତାହାର ତଦନ୍ତ ହେବ ବୋଲି ସେ କହିଛନ୍ତି।”

ସେପଟେ ସମବାୟ ଋଣ ନେଇ ଦାମଙ୍କ ଦୁର୍ନୀତି ଅଭିଯୋଗକୁ ନେଇ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, “ବିଜୁ ଅଙ୍କଲଙ୍କ ପୁରୁଣା ସହଯୋଗୀ ଆକ୍ରମଣାତ୍ମକ ଭଙ୍ଗୀରେ ଅଭିଯୋଗ ଆଣିଛନ୍ତି। ଗତବର୍ଷ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାର କାରଣ ମଧ୍ୟ ଦର୍ଶାଇଛନ୍ତି। କ୍ଷମତାଶାଳୀ ଅଫିସରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ସେ କହିଛନ୍ତି। ପ୍ରଥମ ୩ଟି ଶାସନ କାଳରେ ହୋଇଥିଲେ, କାର୍ଯ୍ୟାନୁଷ୍ଠାନ ହୋଇଥାଆନ୍ତା।”

ଏହାସହ ଦୁର୍ନୀତି ନେଇ ଉଠିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ଟ୍ୱିଟ୍‌ ମାଧ୍ୟମରେ ବୈଜୟନ୍ତ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2O2tMC9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages