ବଦଳି ଯିବ ଯାତ୍ରା ଟାଇଗର୍‌ ଦୈତାରୀ ପଣ୍ଡାଙ୍କ ରୋବାବ୍‌: ଭିଲେନ୍‌ ବେଶ ଛାଡ଼ି ପିନ୍ଧିବେ ଗେରୁଆ ପୋଷାକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ବଦଳି ଯିବ ଯାତ୍ରା ଟାଇଗର୍‌ ଦୈତାରୀ ପଣ୍ଡାଙ୍କ ରୋବାବ୍‌: ଭିଲେନ୍‌ ବେଶ ଛାଡ଼ି ପିନ୍ଧିବେ ଗେରୁଆ ପୋଷାକ

ଭୁବନେଶ୍ୱର (ଅବିନାଶ ପତି/ପ୍ରଦୀପ ଭାରତୀ): ଫେରିବ ପୁରୁଣା ଦିନ। ମଞ୍ଚରେ ଅର୍ଦ୍ଧନଗ୍ନ ନାଚ ବଦଳରେ ପୌରାଣିକ ନୃତ୍ୟ ଦେଖିବାକୁ ମିଳିବ। ଶୁଭିବ ସଂକୀର୍ତ୍ତନ ଓ ହରିନାମ ଧ୍ୱନୀ। ଭକ୍ତିରସରେ ବିମୋହିତ ହେବେ ଦର୍ଶକ। ମଞ୍ଚରେ ଜୀବନ୍ତ ହେବ ପୌରାଣିକ ଓ ମହାପୁରୁଷଙ୍କ ଜୀବନୀ। ଆଉ ରାତି ଅନିଦ୍ରା ହେବାକୁ ପଡ଼ିବ ନାହିଁ ଦର୍ଶକଙ୍କୁ। ଚଳିତବର୍ଷ ଏମିତି ଭିନ୍ନ ସ୍ୱାଦର ନାଟକ ନେଇ ମଇଦାନକୁ ଓହ୍ଲାଇବ ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ‘ଆଦର୍ଶ ଅପେରା’।

ଯେତେବେଳେ ଯାତ୍ରାର ଗରମାଗରମ ପରିପାଟୀ ଓ ବିଷୟବସ୍ତୁକୁ ନେଇ ଚର୍ଚ୍ଚା ଚାଲିଛି, ସେତିକି ବେଳେ ଆସନ୍ତା ଗଣେଶ ପୂଜାରୁ ଆରମ୍ଭ ହେବାକୁ ଯାଉଛି ଦୈତାରୀଙ୍କ ନୂଆ ଆଖଡ଼ା ଦଳ ‘ଆଦର୍ଶ ଅପେରା’। ଏଥିରେ ପୌରାଣିକ, ଐତିହାସିକ ଓ ମହାପୁରୁଷଙ୍କ ଜୀବନୀ ଉପରେ ଆଧାରିତ ନାଟକ ଯଥା- ହାଡ଼ିଦାସ, ଗୋପବନ୍ଧୁ ଓ ଅଚ୍ୟୁତାନନ୍ଦଙ୍କ ଉପରେ ନାଟକ ପରିବେଷଣ କରାଯିବ। ଚଳିତ ସିଜିନ୍‌ ପାଇଁ ପ୍ରାୟତଃ ସବୁ ନାଟକର ସଂଳାପ ପ୍ରସ୍ତୁତ ହୋଇସାରିଛି।

ଏଥିରେ ଯାତ୍ରା, ସିନେମା ଓ ଧାରାବାହିକର କଳାକାରମାନେ ଅଂଶଗ୍ରହଣ କରିବେ। ସେମାନଙ୍କର ସମୟ ଅନୁଧାରେ ଯାତ୍ରା ପରିବେଷଣ କରାଯିବ। ଯାତ୍ରା ଟାଇଗର ଦୈତାରୀ ପଣ୍ଡା ସବୁ ନାଟକରେ ଅଭିନୟ କରିବେ ନାହିଁ। ମାତ୍ର ବହୁ ଚର୍ଚ୍ଚିତ ନାଟକ ‘ପ୍ରଭାସ ଯଜ୍ଞ’ ଓ ‘କାହ୍ନୁ’ରେ ଅଭିନୟ କରିବେ ବୋଲି ଦୈତାରୀ ପଣ୍ଡା ମନସ୍ଥ କରିଥିବା ‘ଓଡ଼ିଶା ରିପୋର୍ଟର’କୁ କହିଛନ୍ତି।

“ମଞ୍ଚରେ ସଂସ୍କାର ଦରକାର। ଅପେରା ବା ସିନେମା ଖେଚୁଡ଼ି ଭଳିଆ ଚାଲିଛି। ତେଣୁ ଆମେ ଚାହୁଁଛୁ ସମାଜକୁ କିଛି ବାର୍ତ୍ତା ବା ସଂସ୍କାର ଦେଉଥିବା ନାଟକ ପରିବେଷଣ କରିବୁ। ଯାହାଦ୍ୱାରା ସମାଜରୁ କୁସଂସ୍କାର ଦୂର ହୋଇପାରିବ। ଈଶ୍ୱରଙ୍କ ଇଚ୍ଛା ଓ ଦର୍ଶକମାନଙ୍କ ଆଶୀର୍ବାଦ ନେଇ ଆଗେଇ ଚାଲିବ ଆଦର୍ଶ ଅପେରା।”

ବର୍ଷକ ୩୬୦ ଦିନରୁ ୧୦୦ ଦିନ ନାଟକ ପରିବେଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସନ୍ଧ୍ୟା ୭ଟା ରାତି ୧୧ଟା ପର୍ଯ୍ୟନ୍ତ ନାଟକ ପରିବେଷଣ କରାଯିବ। ଦର୍ଶକ ଯେମିତି ବୋର୍ ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ଦୈତାରୀ କହିଛନ୍ତି। ଏଥିରେ ବଶୀ ଲାଇଟ୍‌ ଓ ସାଉଣ୍ଡ୍‌ ରହିବ ନାହିଁ। ଭକ୍ତିସଙ୍ଗୀତ ପରିବେଷଣ କରାଯିବ। ଯେମିତିକି ‘କାଳୀୟ ଦଳନ’ ଓ ‘ଷଢ଼ଋତୁ’ ପରି ମେଲୋଡ଼ି ରହିବ। ଦର୍ଶକ ଏହାକୁ ଭରପୂର ଉପଭୋଗ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଦୈତାରୀ ପଣ୍ଡା।

ଏନେଇ ଦୈତାରୀ ପଣ୍ଡା କହିଛନ୍ତି- “ହଜି ଯାଉଥିବା କଳାର ପୁନରୁଦ୍ଧାର ପାଇଁ ‘ଆଦର୍ଶ ଅପେରା’ର ଜନ୍ମ ହୋଇଛି। ଜୀବନରେ ଅନେକ ପୌରାଣିକ ଓ ଐତିହାସିକ ନାଟକ ଯଥା ‘ଛତ୍ରପତି ଶିବାଜୀ’, ‘ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର’, ‘ଶେଷ ପାନିପଥ’ରେ ଅଭିୟନ କରିଛି। ସେହି ନାଟକ ଦିନକୁ ଦିନ ହଜି ଯିବାକୁ ବସିଛି। ଏହି ନାଟକକୁ ମଞ୍ଚକୁ ଫେରାଇ ଆଣିବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛି। ଏଥିରେ ଆମକୁ ସଫଳତା ମିଳୁ ବା ନମିଳୁ ପୁରାତନ କଳାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିବୁ।”

ସେ ଆହୁରି କହିଛନ୍ତି- “ମଞ୍ଚରେ ସଂସ୍କାର ଦରକାର। ଅପେରା ବା ସିନେମା ଖେଚୁଡ଼ି ଭଳିଆ ଚାଲିଛି। ତେଣୁ ଆମେ ଚାହୁଁଛୁ ସମାଜକୁ କିଛି ବାର୍ତ୍ତା ବା ସଂସ୍କାର ଦେଉଥିବା ନାଟକ ପରିବେଷଣ କରିବୁ। ଯାହାଦ୍ୱାରା ସମାଜରୁ କୁସଂସ୍କାର ଦୂର ହୋଇପାରିବ। ଈଶ୍ୱରଙ୍କ ଇଚ୍ଛା ଓ ଦର୍ଶକମାନଙ୍କ ଆଶୀର୍ବାଦ ନେଇ ଆଗେଇ ଚାଲିବ ଆଦର୍ଶ ଅପେରା।”



from Odisha Reporter https://ift.tt/2x5b0mf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages