
ହାଇଦ୍ରାବାଦ୍: ତେଲେଙ୍ଗାନାର କୋଣ୍ଡାଗାଟୁରେ ଏକ ବସ୍ ଘାଟିରୁ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ଖବର ଅନୁସାରେ, ରାଜ୍ୟ ପରିବହନ ବିଭାଗର ଏହି ବସ୍ଟି କୋଣ୍ଡାଗାଟୁରୁ ଜଗତିଆ ଆସୁଥିବା ବେଳେ ସାନିଭରାପେଟ୍ ଗାଁ ନିକଟରେ ଘାଟି ତଳକୁ ଖସି ପଡ଼ିଥିଲା। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ।
from Odisha Reporter https://ift.tt/2x09WkC
No comments:
Post a Comment