ପିଲାଦିନର ବନ୍ଧୁଙ୍କୁ ପଛରୁ ଛୁରିକାଘାତ ପାଇଁ ମୁଖିଆଙ୍କ ଷଡ଼ଯନ୍ତ୍ର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ପିଲାଦିନର ବନ୍ଧୁଙ୍କୁ ପଛରୁ ଛୁରିକାଘାତ ପାଇଁ ମୁଖିଆଙ୍କ ଷଡ଼ଯନ୍ତ୍ର !

ଚର୍ଚ୍ଚା ହେଉଛି, ଏକ ପ୍ରମୁଖ ରାଜନୈତିକ ଦଳର ମୁଖିଆ, କୁଆଡେ଼ ନିଜର ଜଣେ ପିଲାଦିନର ବନ୍ଧୁଙ୍କ ଗଡ଼ରେ, ତାଙ୍କର କଟ୍ଟର-ବିରୋଧୀ ଜଣେ କଂଗ୍ରେସ ନେତାଙ୍କ ସହ ଭିତିରି ସମ୍ପର୍କ ରଖି ଷଡ଼ଯନ୍ତ୍ର ରଣନୀତିକୁ କାର୍ଯ୍ୟକାରୀ କରୁଛନ୍ତି। ଏହି କଂଗ୍ରେସ ନେତା ଜଣକ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବେ ବୋଲି କହୁଥିଲେ। କିନ୍ତୁ କୁଆଡ଼େ ମୁଖିଆ ଓ ତାଙ୍କ ପରାମର୍ଶଦାତାଙ୍କ ଈସାରାରେ ସେ ପୁଣି ମଇଦାନ୍‌କୁ ଲମ୍ଫ ମାରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ନିଜର ପିଲାଦିନର ବନ୍ଧୁଙ୍କୁ ଏଵେ ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ କରିବା ପାଇଁ ଏକ ରାଜନୀତିକ ଦଳର ମୁଖିଆ କୁଆଡେ଼ ସାଂଘାତିକ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଛି, ପିଲାଦିନେ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠପଢ଼ି ପରବର୍ତ୍ତୀ ସମୟରେ ରାଜନୀତିରେ ଏକାଠି ଥିବା ଏହି ଦୁଇବନ୍ଧୁଙ୍କ ମଧ୍ୟରେ ଆଉ କୁଆଡେ଼ ସମ୍ପର୍କ ଭଲ ନାହିଁ। 

ନିଜର ଅସହିଷ୍ଣୁ ମନୋଭାବ ଓ କୁଚକ୍ରୀ ପରାମର୍ଶଦାତାଙ୍କ ଇଙ୍ଗିତରେ ସେହି ବନ୍ଧୁଙ୍କ ରାଜନୀତିରେ କୁଆଡ଼େ ଡୋରି ଲଗାଇବାର ରଣନୀତି ପ୍ରସ୍ତୁତ କରିଛନ୍ତି ମୁଖିଆ। ଏପରିକି, ବନ୍ଧୁଙ୍କର ଦାୟାଦମାନେ ଯେଭଳି ମୁଣ୍ଡ ଟେକିଵେ ନାହିଁ ସେପରି ବ୍ୟବସ୍ଥା ମଧ୍ୟ କରାଯାଉଛି। 

ଚର୍ଚ୍ଚା ହେଉଛି, ମୁଖିଆ କୁଆଡେ଼ ବନ୍ଧୁଙ୍କ ଗଡ଼ରେ ତାଙ୍କର କଟ୍ଟର-ବିରୋଧୀ ଜଣେ କଂଗ୍ରେସ ନେତାଙ୍କ ସହ ଭିତିରି ସମ୍ପର୍କ ରଖି ଏଭଳି ରଣନୀତିକୁ କାର୍ଯ୍ୟକାରୀ କରୁଛନ୍ତି। 

ଏହି କଂଗ୍ରେସ ନେତା ଜଣକ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବେ ବୋଲି କହୁଥିଲେ। କିନ୍ତୁ କୁଆଡ଼େ ମୁଖିଆ ଓ ତାଙ୍କ ପରାମର୍ଶଦାତାଙ୍କ ଈସାରାରେ ସେ ପୁଣି ମଇଦାନ୍‌କୁ ଲମ୍ଫ ମାରିବାକୁ ଅଣ୍ଟା ଭିଡ଼ିଛନ୍ତି।

ବାଲ୍ୟବନ୍ଧୁ ଜଣକ ତାଙ୍କ ପୁଅଙ୍କୁ ବିଧାୟକ ପ୍ରାର୍ଥୀ କରିବା ପାଇଁ ଜୋର୍‌ଦାର୍‌ ପ୍ରୟାସ କରିଵା ସହ, ନିଜ ପରିବାର ନିମନ୍ତେ ୨ଟି ଟିକେଟ୍ ପକ୍କା କରିବାକୁ ଚାହୁଁଥିବାରୁ, ଏବେ ପୁଣିଥରେ ସେହି କଂଗ୍ରେସ ନେତାଙ୍କୁ କୁଆଡେ଼ ମୁଖିଆ ମୋହରା କରିଛନ୍ତି। ଆଉ କଂଗ୍ରେସ ନେତାଙ୍କ ସହ ଗୋପନ ମେଣ୍ଟ କରି ତାଙ୍କୁ ଜିଲ୍ଲା ପ୍ରଶାସନର ପୂରା ସହଯୋଗ ଦେଉଛନ୍ତି। 

କେବଳ ସେତିକି ନୁହେଁ, ବନ୍ଧୁଙ୍କ ପୁଅକୁ କୁଆଡେ଼ ଏହି କଂଗ୍ରେସ ନେତାଙ୍କ ସହ ମୁକାବିଲା କରାଇ ତାଙ୍କର ରାଜନୀତିକ କ୍ୟାରିୟରକୁ ସମାପ୍ତ କରିବାକୁ ମୁଖିଆ ଚାହୁଁଛନ୍ତି।

ଗୋଟିଏ ଗୁଳିରେ ଦୁଇଟି ଶିକାର ପାଇଁ ମୁଖିଆଙ୍କ ଏହି ଚାଲ୍ କେତେ ସଫଳ ହେଉଛି ସେକଥା ପରେ ଜଣା ପଡ଼ିବ। କିନ୍ତୁ ମୁଖିଆଙ୍କ ମନରେ ଏଭଳି ପ୍ରତିଶୋଧର ନିଆଁ କାହିଁକି ଜଳିଲା ଓ ସେ ଶତ୍ରୁ ମନେ କରୁଥିବା ବ୍ୟକ୍ତିଙ୍କୁ ତଳିତଳାନ୍ତ କରିବାକୁ କେଉଁ ସ୍ତରକୁ ଯାଇପାରନ୍ତି, ତା’କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।



from Odisha Reporter https://ift.tt/2Q8IgSy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages