ଲୀଳାବତୀ ହସ୍ପିଟାଲ୍‌ରେ ଦିଲ୍ଲୀପ କୁମାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଲୀଳାବତୀ ହସ୍ପିଟାଲ୍‌ରେ ଦିଲ୍ଲୀପ କୁମାର୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଟ୍ରାଜେଡ଼ି କିଙ୍ଗ୍‌ ଦିଲ୍ଲୀପ କୁମାର୍‌ଙ୍କ ଶରୀର ଅସୁସ୍ଥ ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କର ଅଫିସିଆଲ୍‌ ଟ୍ୱିଟର୍ ଆକାଉଣ୍ଟ୍‌ରୁ ଏହି ଖବର ମିଳିଛି।
ସୂଚନା ଅନୁଯାୟୀ, ଦିଲ୍ଲୀପ୍‌ ମୁମ୍ୱାଇର ଲୀଳାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଏବଂ ଇନ୍‌ଫେକ୍‌ସନ୍‌ ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀପ କୁମାର୍‌ଙ୍କ ଫ୍ୟାମିଲି ଡାକ୍ତର ରମେଶ ଶର୍ମାଙ୍କ କହିବା ଅନୁସାରେ, “ସେ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ପ୍ରତି ବର୍ଷ ଲୀଳାବତୀ ହସ୍ପିଟାଲ୍‌କୁ ଆସିଥାନ୍ତି। ବର୍ତ୍ତମାନ ତାଙ୍କର କାଶ ହେବା ସହିତ ଛାତିରେ ଯନ୍ତ୍ରଣା ହେଉଛି। ଆଗାମୀ ତିନି ଦିନ ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ରଖାଯିବ। ରିପୋର୍ଟ ଆସିବା ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ”

ବର୍ତ୍ତମାନ ଦିଲ୍ଲୀପ କୁମାର୍‌ଙ୍କୁ ୯୫ ବର୍ଷ। ତାଙ୍କର ଜନ୍ମ ପେଶାବାର ସହର(ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ) ୧୧ ଡିସେମ୍ୱର, ୧୯୨୨ ମସିହାରେ ହୋଇଥିଲା।  ୧୯୪୪ ମସିହାରେ ଫିଲ୍ମ ‘ଜୁଆର ଭଟ୍ଟା’ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇ ଥିଲା।  ପରେ ପରେ ସେ ‘କ୍ରାନ୍ତି’, ‘ମୁଗ୍‌ଲେ-ଏ-ଆଜମ୍‌’, ‘ଦେବଦାସ’, ‘ଗଙ୍ଗାଯମୁନା’, ‘ମଧୁମତୀ’,’ନୟା ଦୌର’, ‘କୋହିନୁର୍‌’, ‘ରାମ ଔର ଶାମ୍‌’, ‘ଆଜାଦ୍‌’, ‘ସୌଦାଗର୍‌’ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁ ପାରିଥିଲେ। ତାଙ୍କୁ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ‘ନିଶାନ୍‌-ଏ-ଇମ୍‌ତିୟାଜ୍‌’ରେ ସମ୍ମାନିତ କରାଯାଇଛି।



from Odisha Reporter https://ift.tt/2LZG4JL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages