ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ  ନୋଟିସ୍‌: କେବେ ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ  ନୋଟିସ୍‌: କେବେ ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ ?

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଦିଲ୍ଲୀ ମହିଳା ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କ ଫାଶୀ ଦଣ୍ଡାଦେଶକୁ ନେଇ ନୋଟିସ୍ କରିଛି ଆୟୋଗ। ଦୋଷୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଫାଶି ଦିଆଯାଇନି ସେ ନେଇ କୈଫତ ତଲବ କରିଛି ମହିଳା ଆୟୋଗ। ମାମଲାରେ ୪ ଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ।

ଏନେଇ ଚଳିତ ବର୍ଷ ୯ ଜୁଲାଇରେ କୋର୍ଟ ଦୋଷୀଙ୍କ ଆବେଦନକୁ ଖାରଜ କରିଥିଲେ।

ତେବେ ଦୁଇ ମାସ ପରେ ବି ଏନେଇ କାହିଁକି ଜେଲ୍ କର୍ତ୍ତୃପକ୍ଷ ବିଳମ୍ବ କରୁଛନ୍ତି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ମହିଳା ଆୟୋଗ। ଜେଲ୍ କର୍ତ୍ତୃପକ୍ଷ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ଏନେଇ ଜବାବ ରଖିବେ। ଅନ୍ୟପଟେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା’। ୬ ବର୍ଷ ପରେ ମାମଲାର ଅନ୍ତିମ ରାୟ ଆସିଛି। ତେବେ ଏଥିରେ ଆଉ ବିଳମ୍ବ କରା ନ ଯାଉ ବୋଲି ସେ କହିଛନ୍ତିା

୨୦୧୨ରେ ଦିଲ୍ଲୀରେ ଚଳନ୍ତା ବସ୍‌ରେ ନିର୍ଭୟାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିଲା। ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ୫ ମେ’ ୨୦୧୭ରେ ଫାଶି ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ତେବେ ଏହାକୁ ପୁନଃ ବିଚାର ପାଇଁ ଆବେଦନ କରିଥିଲେ ଅଭିଯୁକ୍ତ । ହେଲେ ଏହାକୁ ଚଳିତ ବର୍ଷ ଜୁଲାଇ ୯ରେ ଖାରଜ କରିଥିଲେ ସୁପ୍ରିମକୋର୍ଟ ।



from Odisha Reporter https://ift.tt/2wYr3Dh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages