ଡିଲ୍ କରୁଥିବା ୟେ ବାବୁ ଜଣଙ୍କ କିଏ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଡିଲ୍ କରୁଥିବା ୟେ ବାବୁ ଜଣଙ୍କ କିଏ କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ ବଡ଼ ଶିଳ୍ପସଂସ୍ଥାକୁ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାକୁ ଓଡ଼ିଶା ସରକାର ଦେଶବିଦେଶରେ ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ’ର ଆୟୋଜନ କରୁଥିବାବେଳେ ବ୍ୟାକଡୋରରେ ଏସବୁ ସଂସ୍ଥା ସହ କିଏ ଡିଲ୍ କରୁଛି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ଓଡ଼ିଶାର ଖଣି,ପାଣି ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ହେଉଥିବା ସଂସ୍ଥାଗୁଡ଼ିକ ସହ କୁଆଡ଼େ ରୀତିମତ ଭାବେ କୁଆଡ଼େ ବ୍ୟାକଡୋରରେ ଡିଲ୍ କରାଯାଉଛି।ଆଉ ସେହି ସଂସ୍ଥାଗୁଡ଼ିକ ରାଜ୍ୟରେ ପୁଞ୍ଜି ନିବେଶ କରିବା ପୂର୍ବରୁ କୁଆଡ଼େ ସେମାନଙ୍କଠୁ କୋଟିକୋଟି ଟଙ୍କା ସଂଗ୍ରହ କରାଯାଉଛି।

ଚର୍ଚ୍ଚା ହେଉଛି, ଗୋଟିଏ ସଂସ୍ଥା ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପ୍ରକଳ୍ପ ସ୍ଥାପନ ପାଇଁ ସରକାରୀ ‘ସହଯୋଗ’ ପାଇବାକୁ କୁଆଡ଼େ ଗତ କିଛିମାସ ପୂର୍ବରୁ ମୋଟା ଅଙ୍କର ଅର୍ଥ ଦେଇଥିଲା। ଆଉ ଏଥିରେ ଡିଲ୍ କରିଥିବା ବ୍ୟକ୍ତି କୁଆଡ଼େ ନିଜର ଭାଗ ନେବା ପାଇଁ ଓଡ଼ିଶାରେ ୩-୪ଦିନ ଡେରା ପକାଇ ରହିଥିଲେ। ଯାହାକୁ ନେଇ ସେତେବେଳେ ପାୱାର୍ କରିଡରରେ ଚର୍ଚ୍ଚା ମଧ୍ୟ ହୋଇଥିଲା।

ଶୁଣିବାକୁ ମିଳୁଛି, ସମ୍ପୃକ୍ତ ବ୍ୟକ୍ତିଙ୍କ ମାଧ୍ୟମରେ କୁଆଡ଼େ ଏକ ବହୁରାଷ୍ଟ୍ରୀୟ ସଂସ୍ଥା ରାଜ୍ୟରେ ନିଜର ପ୍ରକଳ୍ପ ସ୍ଥାପନ କରିବା କ୍ଷେତ୍ରରେ ପ୍ରାରମ୍ଭିକ ସଫଳତା ପାଇଛି। ଡିଲ୍ କରିଥିବା ବ୍ୟକ୍ତିଜଣକ କୁଆଡ଼େ ରାଜ୍ୟ ସରକାରରେ ବେଶ୍ ପ୍ରଭାବଶାଳୀ ଓ ସେ ଅଧିକାଂଶ ସମୟ ଦେଶ ବାହାରେ ରହି ନିଜର ‘ପିିସି’ ନେବା ଉପରେ ଗୁରୁତ୍ୱ ଦେଇଥାନ୍ତି ବୋଲି ଚର୍ଚ୍ଚା।

ସରକାରୀ ନିୟମ ଓ ବିଧିବ୍ୟବସ୍ଥାକୁ ଅଣଦେଖା କରି ଏହି ସଂସ୍ଥାକୁ କୁଆଡ଼େ ଜମି ଆବଣ୍ଟନ କରାଯାଇଛି। ଆଉ ଏଥିପାଇଁ କୋଟିକୋଟି ଟଙ୍କାର କିକ୍ ବ୍ୟାକ୍ ମଧ୍ୟ ହୋଇଛି। ସମ୍ପୃକ୍ତ ସଂସ୍ଥାକୁ ଯେଉଁ ଜମି ଦେବାକୁ ନିଷ୍ପତ୍ତି ହୋଇଛି ତା’ର ଭ୍ୟାଲୁଏସନ ବର୍ତ୍ତମାନର ବଜାର ଦରଠୁ ଢେର କମ୍ ରହିଛି। ଏହା ସହିତ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟାରେ ସମସ୍ତ ସହଯୋଗ ନିମନ୍ତେ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।

ଚର୍ଚ୍ଚା ହେଉଛି, ଏହି ସଂସ୍ଥା ସମେତ ଅନ୍ୟ କିଛି ସଂସ୍ଥାକୁ ଅହେତୁକ ସରକାରୀ ଅନୁକମ୍ପା ପ୍ରଦର୍ଶନ ନିମନ୍ତେ କୁଆଡ଼େ ଜଣେ ମନ୍ତ୍ରୀଙ୍କ ବିଭାଗକୁ ବି ବଦଳାଇ ଦିଆଯାଇଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ମନ୍ତ୍ରୀ କୁଆଡ଼େ ସେସବୁରେ ମୋହର ମାରିବା ପାଇଁ ଅନେକ ଖୋଳତାଡ଼ କରୁଥିବାରୁ ଏବେ ରବରଷ୍ଟାମ୍ପ ସଦୃଶ ଥିବା ଜଣେ ମନ୍ତ୍ରୀଙ୍କୁ ବସାଯାଇଛି। ଯିଏକି କୁଆଡ଼େ ‘ଧର୍ କହିଲାବେଳକୁ ବାନ୍ଧି ପକାଉଛନ୍ତି।’

ଦଳୀୟ ପାଣ୍ଠି ଓ ନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ କୁଆଡ଼େ ଏବେ ଏସବୁ ଶିଳ୍ପ ସଂସ୍ଥା ସହ ବ୍ୟାକଡୋରରେ ‘ଡିଲ୍’ ଚୂଡ଼ାନ୍ତ କରି ଶିଳ୍ପାୟନ ନାଁରେ ଶାଗମାଛ ଦରରେ ରାଜ୍ୟର ପ୍ରାକୃତିକ ସମ୍ବଳକୁ ଟେକି ଦିଆଯାଉଛି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2zz3Vg7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages