
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି। ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ପରେ ଆଉ ଜଣେ ବିଜେଡି ନେତା ଉମେଶ ସ୍ୱାଇଁ ଦଳ ବିରୋଧରେ ବିଷ ଓଗାଳିଛନ୍ତି। ସେ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିନାହାନ୍ତି। ବରଂ ତାଙ୍କ ଚାରି ପାର୍ଶ୍ୱରେ ଘୂରି ବୁଲୁଥିବା ଟୋକାଳିଆ ନେତାଙ୍କୁ ସିଧା ହମ୍ଲା କରିଛନ୍ତି।
ଶ୍ରୀ ସ୍ୱାଇଁ କହିଛନ୍ତି- “ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା। ନବୀନ ସେମାନଙ୍କଠାରୁ ଦୂରେଇ ରହିବା ଉଚିତ୍। ଦଳକୁ ଭାଙ୍ଗି ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ସେହି ଲଫଙ୍ଗାମାନେ ଚାହୁଁଛନ୍ତି।”
ଆଜି ଏପରି ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ବିଜେଡି ନେତା ଉମେଶ ସ୍ୱାଇଁ।
ସେ କହିଛନ୍ତି- “ଯେଉଁ ଲଫଙ୍ଗା ଟୋକା ଦଳରେ ଅଛନ୍ତି, ସେମାନେ ମଙ୍ଗଳକାରୀ ନୁହନ୍ତି। ନବୀନ ସେମାନଙ୍କ ସମ୍ପର୍କରେ ଅନେକ କିଛି ଜାଣି ପାରୁନାହାନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦଳ ଠିକ୍ ଭାବେ ଚାଲିନାହିଁ। ଦଳରୁ ପୁରୁଣା ଲୋକଙ୍କୁ ବିଦା କରିବା ଠିକ୍ ନୁହେଁ।”
ତେବେ ଉମେଶଙ୍କ ଉକ୍ତି ‘ବାଚାଳାମି’ ଓ ସେ ଦାମବାବୁଙ୍କ ସହ ଏରସମାରେ ବୈଠକ କରିଥିଲେ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ।
from Odisha Reporter https://ift.tt/2NOD5K0
No comments:
Post a Comment