ବିସ୍ଫୋରଣରେ ଭୁଶୁଡ଼ିଗଲା କୋଠଘର; ଦୁଇ ମୃତ, ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ବିସ୍ଫୋରଣରେ ଭୁଶୁଡ଼ିଗଲା କୋଠଘର; ଦୁଇ ମୃତ, ଜଣେ ଗୁରୁତର

ବାଙ୍କି (ସଞ୍ଜୀବ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଘୋଡ଼ାବର ଗାଁରେ ଗତକାଲି ରାତିରେ ବିସ୍ଫୋରଣ ପରେ ଏକ କୋଠଘର ଭୁଶୁଡ଼ି ପଡ଼ିଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା।

ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ପୂର୍ବ ଶତ୍ରୁତାକୁ ନେଇ କୋଠଘର ଉପରକୁ ବୋମାମାଡ଼ କରାଯାଇଥିଲା।

ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ କୋଠଘର ଭିତରେ ବୋମା ଭିଡ଼ା ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥାଇପାରେ ଅବା ସେଠାରେ ବୋମା ଥିଲା ଓ କୌଣସି କାରଣରୁ ଫୁଟି ଯାଇଥାଇପାରେ।

ତେବେ ଏଯାଏ କିଛି ସ୍ପଷ୍ଟ ହୋଇନି। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2NLO4nn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages