ବିଜେପି ବିରୋଧରେ ନାରାବାଜି କରିଥିବା ମହିଳାଙ୍କ ଗିରଫଦାରୀକୁ ନେଇ ରାଜନୈତିକ ହଟଚମଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ବିଜେପି ବିରୋଧରେ ନାରାବାଜି କରିଥିବା ମହିଳାଙ୍କ ଗିରଫଦାରୀକୁ ନେଇ ରାଜନୈତିକ ହଟଚମଟ

arrest

ନୂଆଦିଲ୍ଲୀ: ତାମିଲନାଡୁର ଟୁଟିକୋରିନ୍ ବିମାନବନ୍ଦରରେ ବିଜେପି ବିରୋଧରେ ନାରାବାଜି କରିବା ଅଭିଯୋଗରେ ପୁଲିସ୍ ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ନାଁ ଲୁଇ ସୋଫିଆ।

ସୂଚନାଯୋଗ୍ୟ ଯେ ଲୁଇ ତାମିଲନାଡୁର ବିଜେପି ଅଧ୍ୟକ୍ଷ ତମିଲସାଇ ସୁନ୍ଦରରାଜନ୍‌ଙ୍କ ସହିତ ବିମାନରେ ଟୁଟିକୋ ରିନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ସୁନ୍ଦରରାଜନ୍‌ ନିଜ ଜିନିଷ ଆଣିବାକୁ ଲଗେଜ୍‌ ବକ୍ସକୁ ଯିବା ମାତ୍ରେ, ମହିଳା ଜଣକ ତାଙ୍କୁ ‘ଫାସୀବାଦୀ ବିଜେପି ସରକାର ହାୟ ହାୟ’ କହି ନାରାବାଜି କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁନ୍ଦରରାଜନ୍‌ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍ ଆସି ମହିଳାଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ଲୁଇଙ୍କ ଗିରଫଦାରୀକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଡିଏମ୍‌କେ ମୁଖ୍ୟ ଏମ୍ କେ ଷ୍ଟାଲିନ୍‌ ମହିଳାଙ୍କ ଗିରଫଦାରୀକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେ ଟ୍ୱିଟ୍‌ରେ କହିଛନ୍ତି,“ ଏହି ମାମଲା ଲୋକତନ୍ତ୍ର ଓ କଥା କହିବାର ସ୍ୱୀଧୀନତା ବିରୋଧୀ। ଉକ୍ତ ସେ ମହିଳାଙ୍କୁ ଶୀଘ୍ର ମୁକ୍ତ କରାଯାଉ। ଯେଉଁ ଲକ୍ଷ ଲକ୍ଷ ଲୋକ ଏଭଳି ନାରାବାଜି କରୁଛନ୍ତି ତାମିଲନାଡୁ ସରକାର ସେମାନଙ୍କୁ ଗିରଫ କରନ୍ତୁ।ମୁଁ ମଧ୍ୟ ସେହିଭଳି ନାରାବାଜି କରିବି।”

ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳାଙ୍କ ବାପା ବିଜେପି ନେତା ସୁନ୍ଦରରାଜନ୍‌ ଓ ବିଜେପି କର୍ମକର୍ତ୍ତା ତାଙ୍କ ଝିଅକୁ ଧମକ ଦେଇଥିବା ନେଇ ଏକ ମାମଲା ରୁଜୁ କରିଛନ୍ତି।

ଏହି ଘଟଣାକୁ ନେଇ ସୁନ୍ଦରାରାଜନ୍ କହିଛନ୍ତି,‘‘ଜଣେ ମଧ୍ୟମ ବୟସର ମହିଳା ମୋତେ ଦେଖି ନାରାବାଜି କରିଥିଲେ। ଏହାସହ ମୋର ପିଛା କରିଥିଲେ। ମହିଳାଙ୍କ ହାବଭାବ ଭୟଭୀତ କରିବା ଭଳି ଥିଲା। ମୋତେ ଲାଗିଲା ମହିଳାଙ୍କ ପଛରେ କୌଣସି ସଙ୍ଗଠନ କାମ କରୁଛି।”



from Odisha Reporter https://ift.tt/2PvZxUr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages