
ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ସରକାର ଓଡ଼ିଶା ସୀମା ଉପରେ ପୁଣି ଥରେ ନଜର ପକାଇଛି। ସୀମା ମଧ୍ୟକୁ ଅନୁପ୍ରବେଶ କରି ଓଡ଼ିଶା ସରକାରଙ୍କ ବିନା ଅନୁମତିରେ ରାସ୍ତା କାମ କରୁଛି। ଏପରି ଘଟଣା ଗଜପତି ଜିଲ୍ଲା ଖିଙ୍ଗା ଗାଁ ସୀମାରେ ନଜରକୁ ଆସିଛି।
ଆନ୍ଧ୍ର ସରକାରଙ୍କୁ ଏପରି ଅନୁପ୍ରବେଶକୁ ନେଇ ଅଞ୍ଚଳବସୀ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆନ୍ଧ୍ରର ଏଭଳି ଅପଚେଷ୍ଟା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନର ଚେତା ପଶିଛି। ଶୀଘ୍ର ରାସ୍ତା କାମ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି।

ପ୍ରଥମେ କୋଟିଆ, ପରେ ଗୁଡ଼ିଖୁଡ଼ି ଏବଂ ମାଧିଆଖୋଲ ଆଉ ଏବେ ଖିଙ୍ଗା ଗାଁ। ଏମିତି ଗୋଟିଏ ପରେ ଗୋଟିଏ ଗାଁରେ ଅନୁପ୍ରବେଶ କରୁଛି ଆନ୍ଧ୍ର ସରକାର। ପୂର୍ବରୁ କୋଟିଆରେ ରାସ୍ତା ନିର୍ମାଣ ସହ ଆନ୍ଧ୍ର ସରକାର ଲୋକଙ୍କୁ ସାହାଯ୍ୟ ଯୋଗାଉଥିବା ଖବର ଆସିବା ପରେ ପ୍ରଶାସନ ଚେତିଥିଲା ଏବଂ ରାସ୍ତା କାମକୁ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲା।
ଏହାର କିଛି ଦିନ ପରେ ଏବେ ପୁଣି ଥରେ ଗଜପତି ଜିଲ୍ଲା ଖିଙ୍ଗା ଗାଁ ସୀମାରେ ଆନ୍ଧ୍ର ସରକାର ଅନୁପ୍ରବେଶ କରିବା ସହ ରାସ୍ତା ନିର୍ମାଣ କରୁଥିବା ନଜର ଆସିଛି। କିଛି ମାସ ତଳେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ କାମ ବନ୍ଦ କରିବା ସହ ମାପଚୁପ କରାଯାଇ ଫଳକ ଲଗାଯାଇଥିଲା।
ତେବେ କିଛି ଦିନ ଚୁପ ବସିବା ପରେ ପୁଣି ଥରେ ଆନ୍ଧ୍ର ସରକାର ଉକ୍ତ ରାସ୍ତାରେ ମେଟାଲ ବିଛାଇ ରାସ୍ତା କାମ ଆରମ୍ଭ କରିଛି।
from Odisha Reporter https://ift.tt/2NJbw0h
No comments:
Post a Comment