
ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ ପାଗଳ କରିଛି କିକି ଚ୍ୟାଲେଞ୍ଜ। କି ପୁଅ କି ଝିଅ, ସମସ୍ତେ କିକି ମାୟାରେ ବାୟା। ଏହି ଖେଳ ଅତି ଭୟଙ୍କର ହୋଇଥିଲେ ମଧ୍ୟ ସେଥିପ୍ରତି ଖାତିର୍ ନାହିଁ। ଆଗରୁ ଆପଣ ବାଇକ୍ କିମ୍ବା କାର୍ରେ କିକି ଡ୍ୟାନ୍ସ ଦେଖିଥିବେ। ଏବେ ଏହି ଖେଳ ସିଧାଯାଇ ଉଡ଼ାଜାହାଜରେ ପହଞ୍ଚିଛି। ଯହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଜଣେ ମହିଳା ପାଇଲଟ ଉଡ଼ନ୍ତା ବିମାନ ଛାଡ଼ି ଏରୋଡ୍ରମ ଫିଲ୍ଡରେ ନାଚିବା ଘଟଣା ସାମ୍ନାକୁ ଆସିଛି। ବିମାନଟି ଟେକଅଫ୍ କରୁଥିବା ସମୟରେ ମହିଳା ପାଇଲଟ ଜଣକ ନିଜ କର୍ତ୍ତବ୍ୟ ଛାଡ଼ି ଅତ୍ୟନ୍ତ ବେପରୁଆ ଢଙ୍ଗରେ ଆସି ଡ୍ୟାନ୍ସ କରିଥିଲେ।
ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆଲେଜାନ୍ଦ୍ରା ମାନ୍ରିକ୍ୟୁଏଜ୍ ନାମକ ଜଣେ ମହିଳା ଏହି କିକି ଚ୍ୟାଲେଞ୍ଜ ଗ୍ରହଣ କରୁଥିବା ଜଣାପଡ଼ୁଛି। ଏହି ଘଟଣା ମେକ୍ସିକୋର ବୋଲି ଜଣାପଡ଼ିଛି।
ଭିଡିଓରେ ଯାହା ଦେଖାଯାଉଛି, ମହିଳା ପାଇଲଟ୍ ଜଣକ ଉଡ଼ାଣ ପୂର୍ବରୁ ପ୍ଲେନ୍ରୁ ଓହ୍ଲାଇ ନାଚିବାକୁ ଲାଗୁଛନ୍ତି। ତାଙ୍କୁ ଅନ୍ୟ ଜଣେ ମହିଳା ମଧ୍ୟ ସାଥ୍ ଦେଉଛନ୍ତି। ତାଙ୍କ ସହ ନୃତ୍ୟରେ ମାତିଥିବା ମହିଳା ଜଣଙ୍କ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ବୋଲି ଜଣା ପଡ଼ିଛି।
‘ଡେଲି ମେଲ୍’ ରିପୋର୍ଟ ଅନୁସାରେ ଆଲେଜାନ୍ଦ୍ରା ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ବିମାନ ଉଡ଼ାଣ ସମ୍ପର୍କିତ ପ୍ରଶିକ୍ଷଣ ନେଇ ଥିଲେ। ଏବେ ସେ ଜଣେ ଘରୋଇ ବିମାନ ଚାଳକ ଭାବେ ନିଯୁକ୍ତ ଅଛନ୍ତି। ଏପର୍ଯ୍ୟନ୍ତ ସେ ୪୦ରୁ ଅଧିକ ଦେଶକୁ ବିମାନ ଚାଳନା କରିସାରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ତେବେ ବିମାନ ଚଳାଚଳ ବେଳେ ବାହାରେ ନାଚିବା ତାଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇଛି। କାରଣ ସେ ଏଭଳି କରିବା ଦ୍ଵାରା ନିଜ ସମେତ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ମଧ୍ୟ ବିପନ୍ନ ହୋଇପଡ଼ିଥିଲା। ତେବେ ସୌଭାଗ୍ୟବଶତଃ କାହାରି କିଛି ଘଟି ନଥିବା ଜଣାପଡ଼ିଛି।
Behind the scenes !!
This is How it’s actually happened pic.twitter.com/YrFEjpxoCU— Aviationdaily✈️الطيران يوميآ (@Aviationdailyy) August 30, 2018
from Odisha Reporter https://ift.tt/2LMNRdL
No comments:
Post a Comment