
ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ଆସନ୍ତା ୧୪ ତାରିଖରେ ନୂଆଁଖାଇ ଲାଗି ପାଇଁ ଶୁଭ ଲଗ୍ନ ସ୍ଥିର ହୋଇଛି। ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ।
ଆଜି ସମ୍ବଲପୁର ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ବସିଥିବା ପଣ୍ଡିତ ସଭାରେ ଏହି ଶୁଭଲଗ୍ନ ସ୍ଥିର କରାଯାଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଁଖାଇ ତିଥି ଓ ଲଗ୍ନ ସ୍ଥିର କରିଛନ୍ତି।
ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ।
ଏହାପରେ ସମ୍ବଲପୁର ଅଞ୍ଚଳର ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇ ଘରେ ଘରେ ନୂଆଁ ଖାଇଥାନ୍ତି ଲୋକେ।
from Odisha Reporter https://ift.tt/2PYzA0O
No comments:
Post a Comment