ଡେଙ୍ଗୁ ହୋଇଛି କି ନାହିଁ, ଜାଣିବା ପାଇଁ କରନ୍ତୁ ଏହି ଟେଷ୍ଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଡେଙ୍ଗୁ ହୋଇଛି କି ନାହିଁ, ଜାଣିବା ପାଇଁ କରନ୍ତୁ ଏହି ଟେଷ୍ଟ୍

puspa1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣଙ୍କୁ ‘ଡେଙ୍ଗୁ’ ହୋଇଛି କି ନାହିଁ, ଯଦି ଜାଣିବାକୁ ଚାହୁଁଛନ୍ତି, ତେବେ ଏପରି କିଛି ଟେଷ୍ଟ୍‌ ଅଛି, ଯାହା କରିବା ଜରୁରୀ।
ଡେଙ୍ଗୁ ଜ୍ୱର ଏକ ସଂକ୍ରମଣ ରୋଗ, ଯାହା ‘ଡେଙ୍ଗୁ’ ଭାଇରସ୍‌ ଯୋଗୁ ହୋଇଥାଏ। ଡେଙ୍ଗୁ ଜ୍ୱରର ଚିକିତ୍ସା ଏହାର ପ୍ରାରମ୍ଭିକ ପର୍ଯ୍ୟାୟରୁ କରିବା ଜରୁରୀ। ଠିକଣା ସମୟରେ ଏହି ଟେଷ୍ଟ୍‌ ନକଲେ, ପ୍ରାଣ ହାନିର ମଧ୍ୟ ଆଶଙ୍କା ରହିଥାଏ।
ଡେଙ୍ଗୁ ଜ୍ୱରରେ ମୁଣ୍ଡରେ ଯନ୍ତ୍ରଣା, ଚର୍ମ ଲାଲ୍‌ ପଡ଼ିବା ଏବଂ ଶରୀରର ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏହି ଲକ୍ଷଣସବୁ ଦେଖିବା ପରେ ଯଦି ଆପଣ ଜାଣି ପାରୁନାହାନ୍ତି, ତେବେ ଆସନ୍ତୁ ଜାଣିବା ଡେଙ୍ଗୁ ଜ୍ୱରର ଟେଷ୍ଟ ସମ୍ପର୍କରେ।

ଡେଙ୍ଗୁ ଜ୍ୱରର ଟେଷ୍ଟ୍‌:
ଡେଙ୍ଗୁ ଜ୍ୱରର ଟେଷ୍ଟ୍‌ ପାଇଁ ପ୍ରଥମେ Antigen Blood Test (NS1) କରାଯାଇଥାଏ। ଏହି ଟେଷ୍ଟ୍‌ ପରେ ଡେଙ୍ଗୁ ପ୍ରଥମରୁ ଅଧିକ ପଜିଟିଭ୍‌ ଦେଖାଯାଇଥାଏ। ପରେ ଏହା କମ୍‌ ହୋଇଥାଏ। ଏହି ଟେଷ୍ଟ୍‌ର ମୂଲ୍ୟ ପାଖାପାଖି ୧୦୦୦ରୁ ୧୫୦୦ ଟଙ୍କା।puspa22ଯଦି ଜ୍ୱର ହେବାର ଦୁଇରୁ ତିନି ଦିନ ପରେ ଟେଷ୍ଟ କରିବେ, ତେବେ Antibody test କରିବା ଭଲ। ଏଥିପାଇଁ ୬୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ‘ଡେଙ୍ଗୁ’ ଟେଷ୍ଟ୍‌ ସମୟରେ ଶ୍ୱେତ ରକ୍ତକଣିକାର କାଉଣ୍ଟ୍‌ କରିବା ଜରୁରୀ ହୋଇଥାଏ। ଏହି ଟେଷ୍ଟ୍‌ରେ ପ୍ଲେଟ୍‌ଲେଟ୍ ସଂଖ୍ୟା ମଧ୍ୟ ଜଣାପଡ଼ିଥାଏ।
ଖାଇବା ପରେ ଏବଂ ପୂର୍ବରୁ ଏହି ଟେଷ୍ଟ କରାଇପାରିବେ।

ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଲେ କେଉଁସବୁ କାମ କରିବେ ନାହିଁ, ଜାଣନ୍ତୁ।

୧. ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏହା ବ୍ୟତୀତ ମଇଦା ଏବଂ ବାସି ଖାଦ୍ୟ ଖାଆନ୍ତୁ ନାହିଁ।
୨. ଖାଦ୍ୟରେ ହଳଦୀ, ଜୀରା, ଅଦା ଓ ହେଙ୍ଗୁ ଅଧିକ ମାତ୍ରାରେ ବ୍ୟବହାର କରନ୍ତୁ।
୩. ଶାଗଜାତୀୟ ଖାଦ୍ୟ ଏବଂ ଫୁଲକୋବି ଖାଇବାଠାରୁ ଦୂରେଇ ରୁହନ୍ତୁ।
୪. ହାଲ୍‌କା ଖାଦ୍ୟ ଖାଆନ୍ତୁ, ଯାହା ସହଜରେ ହଜମ ହୋଇଯିବ।
୫. ଅଧିକ ଶୁଅନ୍ତୁ ଏବଂ ପାଣିକୁ ଫୁଟାଇ ଅଧିକ ପିଅନ୍ତୁ।
୬. ତେଲ ଓ ମସଲାଯୁକ୍ତ ଖାଦ୍ୟ ନଖାଇବା ସହ ଭୋକ ଲାଗିଲେ ବି ପେଟ ପୂରା ଖାଆନ୍ତୁ ନାହିଁ।
୭. ନଡ଼ିଆ ଏବଂ ଲେମ୍ୱୁ ପାଣି ଅଧିକ ପିଅନ୍ତୁ।



from Odisha Reporter https://ift.tt/2zy2crH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages