ପାକିସ୍ତାନକୁ ହରାଇଲା ବାଂଲାଦେଶ; ଭାରତ ସହିତ ଖେଳିବ ଫାଇନାଲ୍ ମ୍ୟାଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ପାକିସ୍ତାନକୁ ହରାଇଲା ବାଂଲାଦେଶ; ଭାରତ ସହିତ ଖେଳିବ ଫାଇନାଲ୍ ମ୍ୟାଚ୍‌

bang

ଆବୁଧାବି: ପାକିସ୍ତାନକୁ ହରାଇ ଏସିଆ କପ୍ ଫାଇନାଲ୍‌ରେ ପହଞ୍ଚିଯାଇଛି ବାଂଲାଦେଶ। ଗତକାଲି ଆବୁଧାବିରେ ଖେଳା ଯାଇଥିବା ସୁପର୍ ଫୋର୍‌ର ଏକ ମ୍ୟାଚ୍‌ରେ ବାଂଲାଦେଶ ପାକିସ୍ତାନକୁ ୩୭ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଦଳ ଏସିଆ କପ୍ ଫାଇନାଲ୍‌ରେ ପହଞ୍ଚି ଯାଇଛି। ଆସନ୍ତାକାଲି ଦୁବାଇରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଗତକାଲି ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୪୮.୫ ଓଭରରେ ୨୩୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା।

ଦଳର ପ୍ରଥମ ତିନି ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ। ଓପନର୍ ଲିଟନ୍ ଦାସ ୬ ରନ୍‌ କରି ଆଉଟ୍ ହୋଇଥିବା ବେଳେ ସୌମ୍ୟ ସରକାର ‘ଶୂନ’ରେ ଆଉଟ୍ ହୋଇଯାଇଥିଲେ। ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମୋମିନୁଲ୍ ହକ୍ ୫ ରନ୍ କରି ଆଉଟ୍ ହୋଇଥିଲେ।

ତେବେ ଦଳକୁ ବିପଦରୁ ଉଦ୍ଧାର କରିଥିଲେ ୱିକେଟ୍ କିପର୍ ମୁଶ୍‌ଫିକର୍ ରହିମ୍ ଓ ମହମ୍ମଦ ମିଥୁନ। ମୁଶ୍‌ଫିକର୍ ୧୧୬ ବଲ୍‌ର ୯୯ ରନ୍ କରି ଆଉଟ୍ ହୋଇଥିବା ବେଳେ ମିଥୁନ୍ ୮୪ ବଲ୍‌ରେ ୬୦ ରନ୍ କରିଥିଲେ। ସେହିପରି ମହମ୍ମଦୁଲ୍ଲା ୨୫ ରନ୍ କରିଥିଲେ।

bbbbପାକିସ୍ତାନ ପକ୍ଷରୁ ଜୁନୈନ ଖାନ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ସେ ୯ ଓଭରରେ ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।
୨୪୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ପାକିସ୍ତାନ ଦଳ ପୂରା ୯ ୱିକେଟ୍ ହରାଇ ପୂରା ୫୦ ଓଭର ଖେଳିଥିଲା। କିନ୍ତୁ ଜିତି ପାରି ନଥିଲା। ଦଳ ମାତ୍ର ୨୦୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଇମାମ୍ ଉଲ୍ ହକ୍‌ଙ୍କୁ ଛାଡ଼ି ଦେଲେ ଆଉ କେହି ବଡ଼ ସ୍କୋର କରିପାରି ନଥିଲେ। ସେ ୧୦୫ ବଲ୍‌ରୁ ୮୩ ରନ୍ ସଂଗ୍ରହ କରିଥିଲେ।

ଅସିଫ୍ ଅଲି ୪୭ ବଲ୍‌ରୁ ୩୧ ରନ୍ କରିଥିବା ବେଳେ ଶୋଏବ୍ ମଲିକ ୫୧ ବଲ୍‌ରୁ ୩୦ ରନ୍ କରିଥିଲେ। ଓପନର୍ ଫଖର ଜମାନ୍ ୧ କରି ଆଉଟ୍ ହୋଇଥିବା ବେଳେ ୩ ନମ୍ବରେ ବ୍ୟାଟିଂ କରିବାକୁ ଆସିଥିବା ବାବର ଆଜମ୍ ମଧ୍ୟ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅଧିନାୟକ ସର୍‌ଫରାଜ୍ ଅହମଦ ୧୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶଦାବ ଖାନ୍ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ହାସନ ଅଲି ୮ ଓ ମହମ୍ମଦ ନୱାଜ୍ ୮ ରନ୍ କରିଥିଲେ।

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ୍ ୧୦ ଓଭରରେ ୪୩ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଏଥରକୁ ମିଶାଇ ଭାରତ ଏସିଆ କପ୍‌ ଫାଇନାଲ୍‌ରେ ୧୦ମ ଥର ପାଇଁ ପ୍ରବେଶ କରିଛି। ଦଳ ୬ ଥର ଚାମ୍ପିଅନ୍ ହୋଇଥିବା ବେଳେ ୫ ଥର ରନର୍ସ ଅପ୍ ହୋଇଥିଲା। ସେହିପରି ବାଂଲାଦେଶ ୨୦୧୨ ଓ ୨୦୧୬ରେ ଏସିଆ କପ୍ ଫାଇନାଲ୍‌ରେ ପ୍ରବେଶ କରିଥିଲା। ୨୦୧୨ରେ ଦଳ ପାକିସ୍ତାନଠାରୁ ହାରିଥିଲା ଓ ୨୦୧୬ରେ ଭାରତଠାରୁ ହାରିଥିଲା।



from Odisha Reporter https://ift.tt/2xSfop4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages