ତାଳଚେର ସାର କାରଖାନାରେ ଆର୍‌ସିଏଫ୍‌ର ଇକ୍ୟୁଟି ନିବେଶକୁ କ୍ୟାବିନେଟ ଅନୁମୋଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ତାଳଚେର ସାର କାରଖାନାରେ ଆର୍‌ସିଏଫ୍‌ର ଇକ୍ୟୁଟି ନିବେଶକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ତାଳଚେର ସାର କାରଖାନାରେ ଆର୍‌ସିଏଫ୍‌ର ଇକ୍ୟୁଟି ନିବେଶ ଓ ନଦୀବନ୍ଧ ପୁନଃପ୍ରତିଷ୍ଠା ଏବଂ ସଂସ୍କାର ପ୍ରକଳ୍ପର ସଂଶୋଧିତ ବ୍ୟୟ ଅଟକଳକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି। ଜାତୀୟ ରସାୟନ ଓ ସାର ଲିମିଟେଡ୍‌ (ଆର୍‌ସିଏଫ୍‌) ଦ୍ୱାରା ତାଳଚେର ସାର ଲିମିଟେଡ୍‌ (ଟିଏଫ୍‌ଏଲ୍‌)ରେ ଏକ କୋଇଲା ବାଷ୍ପିକରଣ ପ୍ରକଳ୍ପ ପ୍ରତିଷ୍ଠା କରାଯିବ।

ଏଥିପାଇଁ ମୋଟ ପ୍ରକଳ୍ପ ମୂଲ୍ୟର ୨୯.୬୭% ହାରରେ ୧୦୩୩.୫୪ କୋଟି ଟଙ୍କାର ଇକ୍ୟୁଟି ନିବେଶ କରାଯିବ। ଏଥି ଲାଗି ସାର ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ମଞ୍ଜୁର ଦେଇଛି।

ତାଳଚେର ପ୍ରକଳ୍ପର ପୁନରୁଦ୍ଧାର ଦ୍ୱାରା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ମଧ୍ୟରେ ସରକାରଙ୍କ ଦ୍ୱାରା ସାର କ୍ଷେତ୍ରରେ ବ୍ୟାପକ ନିବେଶ ସୁନିଶ୍ଚିତ ହୋଇପାରିବ। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟ ଓ ପୂର୍ବାଞ୍ଚଳର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବ। ସାର ୟୁନିଟ୍‌ର ପୁନରୁଦ୍ଧାର ଦ୍ୱାରା ୟୁରିଆର ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହିତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ।

ଉଲ୍ଲେଖଯୋଗ୍ୟ ଯେ, ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଗେଲ, ଆର୍‌ସିଏଫ୍‌, ସିଆଇଏଲ୍‌ ଓ ଏଫ୍‌ସିଆଇଏଲ୍‌ର ଯୌଥ ଉଦ୍ୟମରେ ଟିଏଫ୍‌ଏଲ୍‌ କମ୍ପାନୀ ୨୦୧୫ ନଭେମ୍ବରରେ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଗେଲ, ଆର୍‌ସିଏଫ୍‌ ଓ ସିଆଇଏଲ୍‌ର ୨୯.୬୭% ଅଂଶଧନ ରହିଥିବା ବେଳେ ଏଫ୍‌ସିଆଇଏଲ୍‌ର ୧୦.୯୯% ଅଂଶଧନ ରହିଛି।

ଓଡ଼ିଶାର ଅନୁଗୋଳ ଜିଲ୍ଲାର ତାଳଚେରଠାରେ କୋଇଲାରୁ ଗ୍ୟାସ ବାଷ୍ପିକରଣ ଆଧାରରେ ସାର କାରଖାନା ନିର୍ମାଣ କରିବା ଲାଗି ଟିଏଫ୍‌ଏଲ୍‌ ପ୍ରତିଷ୍ଠା କରାଯାଇଥିଲା।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ(ସିସିଇଏ) ୩୪୬୬ ଟଙ୍କାର ସଂଶୋଧିତ ବ୍ୟୟରେ ନଦୀବନ୍ଧ ପୁନଃପ୍ରତିଷ୍ଠା ଓ ସୁଧାର ପ୍ରକଳ୍ପ (ଡିଆରଆଇପି)ର ସଂଶୋଧିତ ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି।

୧୯୮ଟି ନଦୀବନ୍ଧର ସୁରକ୍ଷା ଓ ପରିଚାଳନା ପ୍ରଦର୍ଶନରେ ସୁଧାର ଏବଂ ବ୍ୟାପକ ପରିଚାଳନା ପ୍ରଣାଳୀ ସହିତ ସଂସ୍ଥାଗତ ଦୃଢ଼ତା ଲାଗି ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇଦେବ। ୩୪୬୬ କୋଟି ଟଙ୍କାର ପ୍ରକଳ୍ପରେ ୨୬୨୮ କୋଟି ଟଙ୍କା ବିଶ୍ୱବ୍ୟାଙ୍କ ଦେବ ଓ ୭୪୭ କୋଟି ଟଙ୍କା ଡିଆର୍‌ଆଇପି ରାଜ୍ୟ/କାର୍ଯ୍ୟାନ୍ୱୟନ ଏଜେନ୍ସି ଏବଂ ଅବଶିଷ୍ଟ ୯୧ କୋଟି ଟଙ୍କା କେନ୍ଦ୍ରୀୟ ଜଳ ଆୟୋଗ ଯୋଗାଇଦେବେ।

୨୦୧୮ ଜୁଲାଇ ୧ ତାରିଖଠାରୁ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ଦୁଇବର୍ଷର ସମୟ ଲାଗି ସମ୍ପ୍ରସାରଣକୁ ସିସିଇଏ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି।



from Odisha Reporter https://ift.tt/2NYCyUM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages