ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ‘ସୁନ୍ଦରୀ’, ସଞ୍ଜ ନଇଁଲେ ପଡ଼ିଯାଇଛି ତାଟି କବାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ‘ସୁନ୍ଦରୀ’, ସଞ୍ଜ ନଇଁଲେ ପଡ଼ିଯାଇଛି ତାଟି କବାଟ

sundari

ଅନୁଗୋଳ (ବିରଜା ଦାସ): ସାତକୋଶିଆ ଅଞ୍ଚଳବାସୀଙ୍କୁ ଘାରିଛି ବାଘ ଭୟ। ବାନ୍ଧବଗଡ଼ର ‘ସୁନ୍ଦରୀ’ ଆସିବା ପରଠୁ ସେମାନଙ୍କ ଆଖିକୁ ନିଦ ଉଡ଼ି ଯାଇଛି। ସଞ୍ଜ ନଇଁବା ଆଗରୁ ଗାଁରେ ପଡିଯାଉଛି ତାଟି କବାଟ। ପିଲାମାନେ ଭୟରେ ସ୍କୁଲ ଯାଉନଥିବା ବେଳେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଜୀବନଜୀବିକା ଏକ ପ୍ରକାର ଠପ୍‌ ହୋଇଯାଇଛି।

ପୂର୍ବରୁ ଏହି ଜଙ୍ଗଲରେ ବାଘ ଥିବା ସତ୍ତ୍ୱେ ଲୋକେ ବେଧଡ଼କ ରହୁଥିଲେ ଏବଂ ନିୟମିତ ଜଙ୍ଗଲକୁ ଯାଉଥିଲେ। କୌଣସି ଅଘଟଣ ଘଟିନଥିଲା। ତେବେ ସାତକୋଶିଆକୁ ‘ସୁନ୍ଦରୀ’ ଆସିବା ଓ ମହିଳାଙ୍କୁ ଆକ୍ରମଣ ଅଭିଯୋଗ ଉଠିବା ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି।

ଏବେ ବାଘ ଆକ୍ରମଣରେ ଗୃହପାଳିତ ପଶୁଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ଦେହ ଦୃଢ଼ୀଭୁତ ହେଉଛି। ଏଥିସହ ସେମାନେ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରୁଛନ୍ତି।

‘ସୁନ୍ଦରୀ’ ଉପରେ ନଜର ରଖିଛି ଟିମ୍‌

ଏପଟେ ‘ସୁନ୍ଦରୀ’ର ଉପରେ ନଜର ରଖିବାକୁ ସାତକୋଶିଆରେ କ୍ୟାମ୍ପ୍ ଲଗାଇଛି ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ୪ ଜଣିଆ ଟିମ୍। ଏମାନେ ପ୍ରତି ମୁହୂର୍ତ୍ତରେ ବାଘୁଣୀ ‘ସୁନ୍ଦରୀ’ର ଗତିବିଧି ଉପରେ ନଜର ରଖିବା ସହ ତା’ର ଆଚରଣକୁ ଅନୁଧ୍ୟାନ କରୁଛନ୍ତି। ଆଗକୁ ଯଦି ‘ସୁନ୍ଦରୀ’ର ବ୍ୟବହାର ଉଗ୍ର ହୁଏ, ତେବେ ତାକୁ ଘଞ୍ଚ ଜଙ୍ଗଲ ଭିତରକୁ ପଠାଇବାକୁ ଯୋଜନା କରାଯାଉଥିବା ବ୍ୟାଘ୍ର ପ୍ରକଳ୍ପର ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା କହିଛନ୍ତି।

ସେପଟେ ସରକାର ଯଦି ବ୍ୟାଘ୍ର ପ୍ରକଳ୍ପ କରିବାକୁ ଚାହୁଁଛନ୍ତି, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷାପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର ବୋଲି ଦାବି ଉଠିଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଅତିରିକ୍ତ ପିସିସିଏଫ୍।

ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ କହିଛନ୍ତି-“ସୁନ୍ଦରୀ ଯୋଗୁ ୮ଟି ପଞ୍ଚାୟତର ପ୍ରାୟ ୩୫ ହଜାର ଲୋକେ ଏବେ ଭୟଭୀତ ହୋଇପଡ଼ିଛନ୍ତି। ତେଣୁ ତୁରନ୍ତ ବାଘୁଣୀକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।”



from Odisha Reporter https://ift.tt/2xrdjB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages