ଦଳ ଛାଡ଼ିବାକୁ ସଜବାଜ ହେଲେଣି କଂଗ୍ରେସର ୩ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଦଳ ଛାଡ଼ିବାକୁ ସଜବାଜ ହେଲେଣି କଂଗ୍ରେସର ୩ ବିଧାୟକ

ପିସିସିର ଜଣେ ବରିଷ୍ଠ ପଦାଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଯେଉଁ ବିଧାୟକମାନଙ୍କ ଦାବିକୁ ଏଆଇସିସି ଗ୍ରହଣ କରି ନିରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି ପଦରେ ଆସୀନ କରାଇଲେ, ଏବେ ସେହି ବିଧାୟକଙ୍କ ମଧ୍ୟରୁ ୩ଜଣ ଅନ୍ୟ ଦଳରେ ସାମିଲ ପାଇଁ ଯୋଗସୂତ୍ରରେ ରହିଥିବା ଏଆଇସିସିକୁ ଚିନ୍ତାରେ ପକାଇବା ସ୍ୱାଭାବିକ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଏବେ ଧୀରେଧୀରେ ନିଜର ଅସ୍ତିତ୍ୱ ଫେରି ପାଉଥିବାବେଳେ ଦଳର ୩ଜଣ ବିଧାୟକ ଅନ୍ୟ ଦଳକୁ ଡିଆଁ ମାରିବା ଚକ୍କରରେ ରହିଥିବା ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବରୁ କଂଗ୍ରେସର କିଛି ବିଧାୟକ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ନିରଞ୍ଜନ ପିସିସି ମୁଖ୍ୟ ହେବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ତେବେ ଗତ ଦୁଇଦିନ ଧରି ବିଧାନସଭାରେ ଏନେଇ ଚର୍ଚ୍ଚା ଲାଗି ରହିଛି।

ସମ୍ପୃକ୍ତ ବିଧାୟକମାନଙ୍କର ଏଭଳି କାର୍ଯ୍ୟ ସମ୍ପର୍କରେ ମଧ୍ୟ ପିସିସି ପକ୍ଷରୁ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)କୁ ଅବଗତ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ପିସିସିର ଜଣେ ବରିଷ୍ଠ ପଦାଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଯେଉଁ ବିଧାୟକମାନଙ୍କ ଦାବିକୁ ଏଆଇସିସି ଗ୍ରହଣ କରି ନିରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି ପଦରେ ଆସୀନ କରାଇଲେ, ଏବେ ସେହି ବିଧାୟକଙ୍କ ମଧ୍ୟରୁ ୩ଜଣ ଅନ୍ୟ ଦଳରେ ସାମିଲ ପାଇଁ ଯୋଗସୂତ୍ରରେ ରହିଥିବା ଏଆଇସିସିକୁ ଚିନ୍ତାରେ ପକାଇବା ସ୍ୱାଭାବିକ।

ଏହି ବିଧାୟକମାନଙ୍କ ଦଳଡ଼ିଆଁକୁ ରୋକିବା ପାଇଁ ପିସିସିର ଜଣେ ବରିଷ୍ଠ ନେତା ପ୍ରୟାସ କରିଥିଲେ, ମାତ୍ର ସେ ବିଫଳ ହେବାପରେ ହିଁ ଏଆଇସିସିକୁ ଏନେଇ ଅବଗତ କରାଇଛନ୍ତି।

ଏହି ବିଧାୟକଙ୍କ ମଧ୍ୟରେ ଜଣେ ପିସିସି ପଦାଧିକାରୀ ଅଛନ୍ତି । ଅବଶ୍ୟ ଏହି ବିଧାୟକମାନେ ଦଳ ଛାଡ଼ିବା ସମ୍ପର୍କରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି କିନ୍ତୁ ସେମାନଙ୍କର ନବୀନ ପଟ୍ଟନାୟକ ସରକାର ପ୍ରତି ଆଭିମୁଖ୍ୟ ସେମାନଙ୍କୁ ବିଜେଡିର ନିକଟତର କରାଇଥିବା ଚର୍ଚ୍ଚା।

କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ପାଇଁ ଚାହିଁ ବସିଥିବା ୩ ବିଧାୟକଙ୍କ ମଧ୍ୟରେ ୨ଜଣ ପଶ୍ଚିମ ଓଡ଼ିଶାର ଓ ଜଣେ ଉପକୂଳ ଓଡ଼ିଶାର। ଏହି ବିଧାୟକମାନେ ସମ୍ଭବତଃ ଦଶହରା ପୂର୍ବରୁ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି।



from Odisha Reporter https://ift.tt/2CmVY1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages