ଏସିଆନ୍‌ ଗେମ୍ସ ପଦକ ବିଜେତାଙ୍କୁ କ’ଣ  କହିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଏସିଆନ୍‌ ଗେମ୍ସ ପଦକ ବିଜେତାଙ୍କୁ କ’ଣ  କହିଲେ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାକର୍ତ୍ତାରେ ଶେଷ ହୋଇଥିବା ୧୮ ତମ ଏସିଆନ୍‌ ଗେମ୍ସରେ ଭାରତ ପାଇଁ ପଦକ ଜିତିଥିବା ଖେଳାଳିଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବ ବିନିମୟ  କରିଛନ୍ତି। ପଦକ ବିଜେତାଙ୍କୁ ମୋଦି ଧନ୍ୟବାଦ ଦେବା ସହ ଅଲିମ୍ପିକ୍ସ୍‌ରେ ଭଲ ପ୍ରଦର୍ଶନ କରିବାକୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। 
 
ଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରାକ୍‌ ଇଭେଣ୍ଟ୍‌ରେ ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡ଼ିଶାର ଦୂତୀ ଚାନ୍ଦ, ହେପ୍ଟାଥଲନରେ ସ୍ୱର୍ଣ୍ଣ ବିଜେତା ସ୍ୱପ୍ନା ବର୍ମନ ଓ ହିମା ଦାସଙ୍କ ସହ ସମସ୍ତ ପଦକ ବିଜେତାଙ୍କୁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି। 
ଏହି ଖେଳାଳିମାନେ ଏସିଆନ୍‌ ଗେମ୍ସରେ ଦେଶ ପାଇଁ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ ଆଗକୁ ଆହୁରି ପରିଶ୍ରମ କରିବା ଦରକାର। କାରଣ ଅଲିମ୍ପିକ୍ସରେ ପଦକ ଜିତିବା ଅଧିକ ମର୍ଯ୍ୟାଦାଜନକ ଓ ଦେଶ ପାଇଁ ଆବଶ୍ୟକ ମଧ୍ୟ। 
 
ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରୁ ଉଦୀୟମାନ ଓ କୃତୀ ଖେଳାଳିମାନେ ଆସୁଥିବାରୁ ମୋଦି ବେଶ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି। 
 
ଏସିଆନ୍‌ ଗେମ୍ସରେ ଭାରତ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ସହ ମୋଟ୍‌ ୬୯ଟି ପଦକ ପାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।


from Odisha Reporter https://ift.tt/2oJALF8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages