
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠ ବୋଝରେ ଭାରାକ୍ରାନ୍ତ ନହୁଅନ୍ତୁ କୋମଳମତି ଶିଶୁ। ଆଦ୍ୟ ଶୈଶବରେ ଖେଳକୁଦ ଓ ମନୋରଞ୍ଜନ ବଦଳରେ କୁନି କୁନି ପିଲାଙ୍କ ଉପରେ ବୋଝ ନହେଉ ସ୍କୁଲ ହୋମ୍ଓ୍ୱାର୍କ। କିଛି ଦିନ ତଳେ ମାଡ୍ରାସ ହାଇକୋର୍ଟ ଦେଇଥିବା ଏଭଳି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିଛନ୍ତି ଦିଲ୍ଲୀ ସରକାର।
କୁନି କୁନି ପିଲାଙ୍କୁ ପାଠ ବୋଝରେ ଭାରାକ୍ରାନ୍ତ ନକରିବାକୁ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଛନ୍ତି ଦିଲ୍ଲୀ ସରକାର। ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମଟାସ୍କ ନଦେବାକୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲକୁ ସର୍କୁଲାର ଜାରି କରିଛି ସେଠାକାର ଶିକ୍ଷା ନିର୍ଦ୍ଦେଶାଳୟ।
ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଆମ ରାଜ୍ୟର ଶିକ୍ଷାବିତ ଓ ଅଭିଭାବକ। ଓଡ଼ିଶାରେ ମଧ୍ୟ ପିଲାଙ୍କ ପାଇଁ ଏହି ନିୟମ ଖୁବଶୀଘ୍ର ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି।
ଓଡ଼ିଶାରେ ଲାଗୁ ହେବ କି ଏହି ନିୟମ? କୋମଳମତି ପିଲାଙ୍କ ଉପରେ ପାଠ ବୋଝ ହାଲୁକା କରିବାକୁ ପଦକ୍ଷେପ ନେବେ କି ବିଭାଗୀୟ କର୍ତ୍ତୃପକ୍ଷ?
from Odisha Reporter https://ift.tt/2MJuliJ
No comments:
Post a Comment