
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତା ଆକାଶ ଦାସ ନାୟକ ଜଣେ ଅଭିନେତା ଭାବରେ ଯେତିକି ପରିଚିତ ସମାଜସେବାରେ ମଧ୍ୟ ସେ ପାରଦର୍ଶିତା ଲାଭ କରିଛନ୍ତି। ତା’ଛଡା ୨୦୧୪ ନିର୍ବାଚନରେ ମଧ୍ୟ ସେ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସେ ତାଙ୍କ ଜନ୍ମଦିନକୁ ଅସହାୟ ଲୋକଙ୍କ ଗହଣରେ ପାଳନ କରିଛନ୍ତି। ସୋମାବାର ଭୁବନେଶ୍ୱର ସ୍ଥିତ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମରେ ସେ ତାଙ୍କ ଜନ୍ମଦିନକୁ ପାଳନ କରିଛନ୍ତି। ଏହି ଅବସରରେ ସେ ସେଠାରେ ରହୁଥିବା ଗୁରୁଜନ ମାନଙ୍କ ଆଶୀର୍ବାଦ ନେବା ସହିତ ସେମାନଙ୍କ ସହିତ କ୍ୟାରମ ଖେଳିଥିଲେ।
ପରେ ସେମାନଙ୍କ ମୁଁହରେ ହସ ଦେବା ପାଇଁ ତାଙ୍କ ଅଭିନିତ ଏକ ସିନେମାର ଗୀତ ମଧ୍ୟ ଗାଇଥିଲେ। ତେବେ ତେବେ ସେଠାରେ ରହୁଥିବା ବୃଦ୍ଦବୃଦ୍ଧାମାନେ ମଧ୍ୟ ଆକାଶଙ୍କ ସହିତ ଗୀତ ଗାଇ ଖୁସି ହୋଇଥିଲେ।
from Odisha Reporter https://ift.tt/2pi2NaN
No comments:
Post a Comment