
ହାଇଦ୍ରାବାଦ୍: ରେକଷ୍ଟୁରାଣ୍ଟ ଓ ବିଭିନ୍ନ ବେକରୀରେ ଖାଦ୍ୟ ପଦାର୍ଥ କେମିତି ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହୁଏ, ତା’ର ଜ୍ୱଳନ୍ତ ଉଦାହରଣ ହାଇଦ୍ରାବାଦ୍ରେ ଦେଖିବାକୁ ମିଳିଛି। ପୂର୍ବରୁ ଜଣେ ବ୍ୟକ୍ତି ବିରିୟାନୀରୁ ସାଂବାଳୁଆ ଠାବ କରିଥିବା ଟ୍ୱିଟ୍ କରିଥିବା ବେଳେ ଜଣେ ବ୍ୟକ୍ତି ରେଷ୍ଟୁରାଷ୍ଟରୁ ମଗାଇଥିବା କେକ୍ ମଧ୍ୟରୁ ଅସରପା ଭଳି ଦିଶୁଥିବା ଏକ ପୋକ ବାହାରିଥିବା ଟ୍ୱିଟ୍ କରିଛନ୍ତି। ଏଥିସହ ସେ ଏ ସଂକ୍ରାନ୍ତ ଏକ ଭଡିଓ ମଧ୍ୟ ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି।
ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ଯେଉଁ ରେଷ୍ଟୁରାଣ୍ଟ୍ର ବିରିୟାନୀରୁ ଶଁବାଳୁଆ ବାହାରିଥିଲା, ସେହି ରେଷ୍ଟୁରାଣ୍ଟରେ ପ୍ରସ୍ତୁତ କେକ୍ରୁ ହିଁ ପୋକ ବାହାରିଛି। ଏହି ରେଷ୍ଟୁରାଣ୍ଟଟି ହାଇଦ୍ରାବାଦ୍ରେ ହୋଇଥିବା ବେଳେ ଏହାର ନାଁ ଆଇକେଇଏ।
କିଶୋର ନାମକ ବ୍ୟକ୍ତି କରିଥିବା ଟ୍ୱିଟ୍ ଅନୁଯାୟୀ, ସେ ତାଙ୍କ ପରିବାର ଲୋକଙ୍କ ସହ ଆଇକେଇଏ ରେଷ୍ଟୁରାଷ୍ଟ୍କୁ ଯାଇଥିଲେ। ଏହି ସମୟରେ ତାଙ୍କ ଝିଅ ଏକ ଚକଲେଟ୍ କେକ୍ ଖାଉଥିବା ବେଳେ , ତା’ ମଧ୍ୟକୁ ଏକ ପୋକ ବାହାରିଥିଲା। ପ୍ରମାଣ ସ୍ୱରୂପ ସେ ଏହାର ଭିଡିଓ ଶୁଟିଂ କରି ଏହାକୁ ସୋଶାଲ୍ ମଡିଆରେ ଛାଡ଼ିଛନ୍ତି। ଏହି ଭିଡିଓଟି ଏବେ ଭାଇରାଲ୍ ହୋଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ତୀବ୍ର ସମାଲୋଚନା କରାଯାଇଛି।
#IKEA #GHMC #TV9News #NDTV insect in the choclate cake at IKEA hyderabad restaurant, no action by GHMC #KTR pic.twitter.com/dqSfYEI9NM
— Kishore2018 (@Kishore20181) September 18, 2018
from Odisha Reporter https://ift.tt/2xwnjcl
No comments:
Post a Comment