ହରିଙ୍କୁ ଏଯାଏ ମିଳିନାହିଁ ନିଜ ମନ ପସନ୍ଦର ଚରିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ହରିଙ୍କୁ ଏଯାଏ ମିଳିନାହିଁ ନିଜ ମନ ପସନ୍ଦର ଚରିତ୍ର

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଓଲିଉଡ୍‌ର ଜଣାଶୁଣା ହାସ୍ୟ ଅଭିନେତା ହରିହର। ‘ତୁ ଥା ମୁଁ ଯାଉଛି ଋଷି’ ଫିଲ୍ମ୍‌ର କୁଙ୍ଗ୍‌ ଫୁଙ୍ଗ୍‌ ମାଷ୍ଟ୍ର ହୁଅନ୍ତୁ ଅବା ‘ଜବରଦସ୍ତ ପ୍ରେମିକ’ଫିଲ୍ମର ରାଘବ ଭାଇ। ଓଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ ହରିଙ୍କ କମେଡିର ଛିଟା ଲାଗିଛି। ସେଥିପାଇଁ ସେ ଆଜି ଓଲିଉଡ୍‌ର ଜଣେ ଆଗ ଧାଡିର ହାସ୍ୟ ଅଭିନେତା। କିନ୍ତୁ ଏବେ ହରିଙ୍କୁ ଆଉ ଏତେଟା ଫିଲ୍ମ କରିବାର ଦେଖିବାକୁ ମିଳୁନାହିଁ।

ଦିନ ଥିଲା, ହରିଙ୍କ ଫିଲ୍ମ ଦେଖିବାକୁ ଲୋକେ ହଲ୍‌ର ଆଗ ଧାଡ଼ି ଖୋଜୁଥିଲେ। ଏବେ କିନ୍ତୁ ଆଉ ତାଙ୍କର ଏତେ ଚାହିଦା ନାହିଁ। ଆଜିକାଲି ନାୟକମାନେ ଫିଲ୍ମ୍‌ରେ କମେଡି କରୁଛନ୍ତି ଏବଂ ଏହା ମଧ୍ୟରେ ଅନେକ ନବାଗତ ହାସ୍ୟକଳାକାର ମଧ୍ୟ ଓଲିଉଡ୍‌କୁ ଆସିଲେଣି।

ତେବେ କେଉଁଠି ନା କେଉଁଠି ହରିହର ଲୋକଙ୍କ ମନୋରଞ୍ଚନ କରିବାରେ ଫେଲ୍‌ ମାରିବା କୁହାଯାଉଛି। ଏହି ଅଭିଯୋଗକୁ ହରି ସ୍ୱୀକାର ମଧ୍ୟ କରୁଛନ୍ତି। କାହିଁକି ଦର୍ଶକ ନବାଗତ ହାସ୍ୟ ଅଭିନେତାଙ୍କୁ ପରଦା ଉପରେ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି,  ନିକଟରେ ଓଡିଶା ରିପୋର୍ଟର୍‌କୁ ଦେଇଥିବା ସାକ୍ଷାତକାରରେ ହରି ସେସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

ହରିଙ୍କ କହିବା ଅନୁଯାୟୀ, “ଦିନ ବଦଳେ, ଜେନେରେସନ୍‌ ମଧ୍ୟ ବଦଳୁଥାଏ। ସେହି ଅନୁସାରେ, ଲୋକଙ୍କ ପସନ୍ଦରେ ବି ପରିବର୍ତ୍ତନ ଆସେ। କିନ୍ତୁ ମୋ କ୍ଷେତ୍ରରେ ଟିକେ ଅଲଗା ହୋଇଛି। ଯଦିଓ ହିରୋମାନେ କମେଡି କରୁଛନ୍ତି, ମୁଁ ମଧ୍ୟ ତାଙ୍କ ସହ ସମାନଭାବେ କମେଡି କରୁଛି। ମୋ ଫିଲ୍ମରେ ହିରୋ ଆଉ ମୁଁ ଉଭୟ କମେଡି କରୁଥିବା ଆପଣମାନେ ଦେଖିଥିବେ।
ମୁଁ କେବେ ଡ୍ରାମା କରେନି କି ପ୍ରହସନ କରେନି, ମୁଁ ସବୁବେଳେ ବାସ୍ତବିକ ପ୍ରସଙ୍ଗକୁ ନେଇ ଅଭିନୟ କରେ ଏବଂ ଲୋକଙ୍କୁ ହସାଇବାକୁ ଚେଷ୍ଟା କରେ।”
ଜୀବନର ଅବଶୋଷ?
ହରି:
ଆଜିକାଲି ଦର୍ଶକଙ୍କ ଅଭିଯୋଗ ରହୁଛି ଯେ ଆମେ ସିନେମା କପି କରୁଛୁ। ଆମ ପାଖରେ କିଛି ନୂଆ କାହାଣୀ ନାହିଁ। ମୁଁ ଜାଣିବାରେ, ଓଡ଼ିଆରେ ବହୁତ ସୁନ୍ଦର କାହାଣୀ ରହିଛି। ଫକୀର୍‌ ମୋହନଙ୍କ କ୍ଷୁଦ୍ର ଗଳ୍ପଠୁ ନେଇ କାନ୍ତ କବି ଲକ୍ଷ୍ମୀକାନ୍ତ ଏବଂ ମିହିର୍‌ ପଟ୍ଟନାୟକଙ୍କ ଗଳ୍ପକୁ ନେଇ ଫିଲ୍ମ୍‌ର କାହାଣୀ କରିହେବ। ଫଳରେ ଆମ ଉପରେ ଯେଉଁ ଅପବାଦ ଲାଗିଛି ଯେ ଆମେ ସବୁବେଳେ ଫିଲ୍ମ କପି କରୁଛୁ, ସେସବୁରୁ ମୁକ୍ତି ମିଳିପାରିବ।
ବ୍ୟକ୍ତିଗତ ଅବଶୋଷ ହେଉଛି, ମୁଁ ଏପର୍ଯ୍ୟନ୍ତ ନିଜ ପସନ୍ଦର ଏକ ଚରିତ୍ରରେ ଅଭିନୟ କରିବା ପାଇଁ ଅପେକ୍ଷା କରିଛି। ରୁମ୍‌କୁ ଝୁମାନା ଫିଲ୍ମରେ ଯେମିତି ଚରିତ୍ର ଥିଲା, ମତେ ସେମିତି ଏକ ଚରିତ୍ର ଦରକାର। ମତେ ଲଗେ, ମୁଁ ସେ ଚରିତ୍ରକୁ ନ୍ୟାୟ ଦେଇ ପାରିଥିଲି ଏବଂ ଲୋକଙ୍କୁ ଅଭିନୟ ଦ୍ୱାରା ଖୁସି କରିପାରିଥିଲି। ମତେ ସେମିତି ଏକ ଚରିତ୍ରଟେ ଦରକାର। ମୋ ଛାତିରେ ଭରି ରହିଲା ପରି ଗୋଟେ ଚରିତ୍ର ମତେ ଏଯାଏ ମିଳିପାରିନାହିଁ।
ଜୀବନରେ କେବେ ଭାଙ୍ଗିପଡିଛନ୍ତି?
ହରି:
ମୋର ଗୋଟେ ପ୍ଲସ୍‌ ପଏଣ୍ଟ ହେଉଛି, ଖୁସିରେ ମୁଁ କେବେ ଏତେ ଉତ୍‌ଫୁଲ୍ଲିତ ହୋଇ ପଡେନି କି ଦୁଃଖ ଆସିଲେ ସେମିତି ହତାଶ୍‌ ବି ହୁଏନି। ଏଇଟା ମୋ ବାପା ମତେ ଶିଖାଇଛନ୍ତି। ତେଣୁ ଜୀବନର ସବୁ ପରିସ୍ଥିରେ ସନ୍ତୁଳନ ରକ୍ଷା କରି ଚାଲିଛି। ସେଥିପାଇଁ ଆଜି ଖୁସିରେ ଅଛି।



from Odisha Reporter https://ift.tt/2QNKSW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages