
ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ସହର ସ୍ଥିତ ବାଲୁବଜାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସେକ୍ ସର୍ଫରାଜ୍। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି।
ସେକ୍ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସ୍ଫୁସ୍ରେ ଛୁରୀ ବାଜିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଡାକ୍ତର ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
ସୂଚନା ଅନୁସାରେ, ସହରରେ ଆଖଡ଼ା ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ସରଫରାଜ୍ ବାଲୁକା ବଜାର ଆଖଡ଼ା ଦଳ ସହିତ ଯାଉଥିଲେ। ତେବେ ତାଙ୍କ ସହ ଶତ୍ରୁତା ରଖିଥିବା କିଛି ଯୁବକ ପୂର୍ବରୁ ବାଲୁକା ବଜାର ଅଞ୍ଚଳରେ ଛକି ରହିଥିଲେ। ଆଖଡ଼ା ଶୋଭାଯାତ୍ରା ବାଲୁକା ବଜାରରେ ପହଞ୍ଚିବା କ୍ଷଣି ସେମାନେ ସର୍ଫରାଜଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ମାରପିଟ କରିଥିଲେ। ତା’ପରେ କେହି ଜଣେ ତାଙ୍କୁ ଛୁରା ମାଡ଼ କରିଥିଲା।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2Ncc1UD
No comments:
Post a Comment