କେବେ ସନ୍ଦୀପଙ୍କ ପାଖରେ ଟ୍ୟୁସନ୍‌ ପାଇଁ ୩୦ ଟଙ୍କା ନଥିଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

କେବେ ସନ୍ଦୀପଙ୍କ ପାଖରେ ଟ୍ୟୁସନ୍‌ ପାଇଁ ୩୦ ଟଙ୍କା ନଥିଲା…

ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ରିୟାଲିଟି ସୋ’ କୌନ୍‌ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ବୁଧବାର ହଟ୍‌ସିଟ୍‌ରେ  ଗୁଜରାଟର  ସନ୍ଦୀପ ସାବରିୟା ବସିଥିଲେ। ସେ ୨୫ ଲକ୍ଷର ପୁରସ୍କାର ଜିତି ଖେଳରୁ ଓହରି ଯାଇଛନ୍ତି। ସନ୍ଦୀପ ହୀରା ପଲିସି କମ୍ପାନୀରେ ଜଣେ କର୍ମଚାରୀ ଅଛନ୍ତି। କେବିସିରେ ସେ ସୁନ୍ଦର ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରି ୨୫ ଲକ୍ଷ ଟଙ୍କା ଜିତି ପାରିଛନ୍ତି।

ସନ୍ଦୀପ ୪ଟି ଲାଇଫ୍‌ଲାଇନକୁ ବ୍ୟବହାର କରିସାରିଥିଲେ। ୫୦ ଲକ୍ଷ ଟଙ୍କା ପ୍ରଶ୍ନରେ ତାଙ୍କୁ ଚିତ୍ରସେନ୍‌ ଓ ବୃଷସେନଙ୍କ ପିତା କିଏ ବୋଲି ପଚରାଯାଇଥିଲା। ସଠିକ୍ ଉତ୍ତର ଥିଲା କର୍ଣ୍ଣ। କିନ୍ତୁ ସନ୍ଦୀପଙ୍କୁ ଠିକ୍‌ ଉତ୍ତର ଜଣା ନଥିଲା। ତେଣୁ ସେ ଏହି ଖେଳରୁ ଓହରି ଯିବାକୁ ଉଚିତ୍‌ ମନେ କଲେ। ତେବେ ସେ ନିଜର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ ବଖାଣିଲା ବେଳେ ସମସ୍ତଙ୍କୁ ଭାବବିହୂଳ କରିଦେଇ ଥିଲା।

ସେ କହିଥିଲେ ଯେ, କେବେ ତାଙ୍କ ପାଖରେ ଟ୍ୟୁସନ୍‌ ଫି ଦେବାକୁ ପାଖରେ ୩୦ ଟଙ୍କା ନଥିଲା। ତାଙ୍କ ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଭଲ ନଥିଲା। ଗାଁ ଲୋକେ ପଇସା ଯୋଗାଡ଼ କରି ତାଙ୍କୁ ପାଠ ପଢ଼ାଇଥିଲେ। କିନ୍ତୁ ବୁଧବାର ତାଙ୍କ ଭାଗ୍ୟ ଚମକିଥିଲା। ଦିନେ ୩୦ ଟଙ୍କା ପାଇଁ ସଂଘର୍ଷ କରୁଥିବା ସନ୍ଦୀପଙ୍କ ଭାଗ୍ୟରେ ଯେ, ଏକାଥରେ ୨୫ ଲକ୍ଷ ଟଙ୍କା ଜୁଟିପାରେ ତାହା ସେ କେବେ କଳନା କରିପାରି ନଥିଲେ ବୋଲି କହିଛନ୍ତି।



from Odisha Reporter https://ift.tt/2OgzUGO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages