
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଖଣ୍ଡଗିରି ଭରତପୁର ନିକଟରେ ଆଜି ଏକ ସ୍କୁଲ୍ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସମସ୍ତ ଛାତ୍ରଛାତ୍ରୀ ଏକ ଘରୋଇ ସ୍କୁଲର ବୋଲି ଜଣାପଡ଼ିଛି।
ପିଲାମାନେ ଅଟୋରେ ସ୍କୁଲ ଯାଉଥିବା ସମୟରେ ଅନ୍ୟ ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଅଟୋକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ।
ଠିକ୍ ସମୟରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ଲୋକଙ୍କୁ ଶାନ୍ତ କରିଥିଲା।
from Odisha Reporter https://ift.tt/2DroI9F
No comments:
Post a Comment