ଦାଗୀ ନେତାଙ୍କ ରାଜନୀତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ପାର୍ଲାମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଦାଗୀ ନେତାଙ୍କ ରାଜନୀତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ପାର୍ଲାମେଣ୍ଟ

1

ନୂଆଦିଲ୍ଲୀ: ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ ? ଏହି ନିଷ୍ପତ୍ତି ନେବାକୁ ପାର୍ଲାମେଣ୍ଟ ଉପରେ ସୁପ୍ରିମକୋର୍ଟ ଦାୟିତ୍ୱ ଛାଡ଼ିଛନ୍ତି। ଏ ସଂପର୍କରେ ଆଜି ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, “ଦୁର୍ନୀତି ଏବେ ଜାତୀୟ ଆର୍ଥିକ ଆତଙ୍କବାଦ ପାଲଟିଛି। କୋର୍ଟରେ ପଡ଼ି ରହିଥିବା ମାମଲା ସମ୍ପର୍କରେ ପ୍ରାର୍ଥୀ ସମସ୍ତ ତଥ୍ୟ ଦେବାକୁ ବାଧ୍ୟ।”

ତେବେ ଦାଗୀ ନେତା ନିର୍ବାଚନ ଲଢ଼ିପାରିବେ କି ନାହିଁ, ସେ ସଂପର୍କରେ ସୁପ୍ରିମକୋର୍ଟ କିଛି କହି ନାହାନ୍ତି। ଏ ସମ୍ପର୍କରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ ବୋଲି କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଜଣାଇଛନ୍ତି।

କୋଟ୍ଟ କହିଛନ୍ତି, ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ। ଏହାପରେ କମିଶନଙ୍କ ପକ୍ଷରୁ ଏହାକୁ ୱେବସାଇଟରେ ଦର୍ଶାଯିବ। ଏଥିସହ ଅପରାଧିକ ରେକର୍ଡ ସମ୍ପର୍କରେ ମଧ୍ୟ ପ୍ରାର୍ଥୀମାନେ ଦଳକୁ ଅବଗତ କରିବେ। ଦଳ ପକ୍ଷରୁ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଦଳୀୟ ୱେବସାଇଟ୍‌ ସହ ବିଭିନ୍ନ ଗଣମାଧ୍ୟମରେ ତିନିଥର ସୂଚନା ଦିଆଯିବ।

ଗତ ସାଧାରଣ ନିର୍ବାଚନ ବେଳେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୩୪ ପ୍ରତିଶତଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଏନଜିଓ ପବ୍ଲିକ ଇଣ୍ଟରେଷ୍ଟ ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।



from Odisha Reporter https://ift.tt/2Q2sh7u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages