ଭାଲୁ ଆକ୍ରମଣରେ ଦୁଇ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଭାଲୁ ଆକ୍ରମଣରେ ଦୁଇ ଗୁରୁତର

bear

ନୀଳଗିରି (ବିଶ୍ୱମ୍ବର ଦାଶ)/ଆନନ୍ଦପୁର (ମୁନ୍ନା ସିଂହ): ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜାମୁଡିହା ପଞ୍ଚାୟତ ରିଙ୍ଗପୁର ଗାଁର ଜୟରାମ ସିଂ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଘର ପାଖ ବାଡିକୁ ଶୌଚ ପାଇଁ ଯାଇଥିବା ବେଳେ ଦୁଇଟି ଭାଲୁ ଜୟରାମଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁ, ପିଠି, ମୁଣ୍ଡ, ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଧରଝରି ଗାଁରେ ଭାଲୁ ଆକ୍ରମଣରେ ରେଙ୍ଗା ହୋ ଆହତ ହୋଇଛନ୍ତି। ସେ ମଧ୍ୟ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2xhpLmO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages