ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର

ବେଜିଂ: ଭୟଙ୍କର ତାଣ୍ଡବ ରଚିଛି ବାତ୍ୟା ସୁପରଟାଇଫୁନ୍‌ । ରବିବାର ସନ୍ଧ୍ୟାରେ ଚୀନ୍‌ର ଦକ୍ଷିଣ ଗ୍ଵାଙ୍ଗଡଙ୍ଗ ଅଞ୍ଚଳରେ ମାଡ଼ ହୋଇଛି ସୁପରଟାଇଫୁନ୍‌। ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ପାଇଁ ୨.୪୫ ମିଲିୟନ୍ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ହଙ୍ଗ୍‌କଙ୍ଗ୍‌ ଏବଂ ଫିଲିପାଇନ୍ସରେ ଆତଙ୍କ ମଚାଇବା ପରେ ଚୀନ୍‌ର ଦକ୍ଷିଣ ଗ୍ଵାଙ୍ଗଡଙ୍ଗ ଅଞ୍ଚଳକୁ ହିଟ୍‌ କରିଛି ସୁପର୍‌ଟାଇଫୁନ। ଗ୍ଵାଙ୍ଗଡଙ୍ଗ ଅଞ୍ଚଳରେ ଜିଆଙ୍ଗମେନ୍‌ ସିଟିରେ ମାଡ଼ ହୋଇଛି ବାତ୍ୟା। ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୬୨ କିମି ବେଗରେ ପବନ ବହୁଛି। ବାତ୍ୟା ଯୋଗୁ ହଙ୍ଗ୍‌କଙ୍ଗ୍‌ ଏବଂ ଫିଲିପାଇନ୍ସରେ ୫୯ ଜଣଙ୍କ ମୃତ୍ୟୁ ଘଟିଛି। ୪୮ ହଜାର ମାଛମରା ବୋଟକୁ କୂଳକୁ ଫେରାଇ ଅଣାଯାଇଛି ।

ଚୀନ୍‌ର ଘିନୁଆ ନ୍ୟୁଜ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,୨୯,୦୦୦ ନିର୍ମାଣାଧୀନ କାର୍ଯ୍ୟକୁ ବାତିଲ କରାଯାଛି। ୬୩୨ଟି ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯାଇଛି। ପୂର୍ବରୁ ୪୦୦ ବିମାନକୁ ବାତିଲ କରାଯାଥିଲା।  ବିଗତ କିଛି ଦଶନ୍ଧି ମଧ୍ୟରେ ଏହାକୁ ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଉଛି ।



from Odisha Reporter https://ift.tt/2OssfWa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages