ଏମିତି ଭାଇ ଜଗତେ ନାହିଁ, ଭଉଣୀକୁ ବଞ୍ଚାଇ ନଦୀରେ ଭାସିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଏମିତି ଭାଇ ଜଗତେ ନାହିଁ, ଭଉଣୀକୁ ବଞ୍ଚାଇ ନଦୀରେ ଭାସିଗଲା

ଯାଜପୁର (ଗୋଲାମ୍‌ ଗସ୍‌): ଏମିତି ଭାଇ ଜଗତେ ନାହିଁ। ନଦୀକୁ ଡେଇଁ ପଡ଼ିଥିବା ମାନସିକ ରୋଗଗ୍ରସ୍ତ ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ପାଣିକୁ ଲମ୍ଫ ମାରିଥିଲା। ଭଉଣୀର ଜୀବନ ସିନା ବଞ୍ଚାଇଦେଲେ, ହେଲେ ନିଜେ ପାଣି ସୁଅରେ ଭାସିଗଲେ। ଆଜି ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।
 
କପାସ ଗାଁର ହେମନ୍ତ ଜେନାଙ୍କ ଭଉଣୀ ଛବି ମାନସିକ ରୋଗରେ ପୀଡ଼ିତା। ତାଙ୍କ ଦେହରେ ପ୍ରେତାତ୍ମା ସଞ୍ଚାର ହୋଇଥାଏ ବୋଲି ଲୋକଙ୍କ ଧାରଣା ରହିଛି। ତେଣୁ ଆଜି ଛବିଙ୍କୁ ଜଣେ ତାନ୍ତ୍ରିକଙ୍କୁ  ଦେଖାଇବା ପାଇଁ ହେମନ୍ତ ଯଜ୍ଞ ପଡ଼ିଆକୁ ନେଇ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ ଛବି ଖରସ୍ରୋତା ନଦୀ ଭିତରକୁ ପଶି ଯାଇଥିଲା।
 
ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ହେମନ୍ତ ନଦୀକୁ ଡେଇଁ ପଡ଼ିଥିଲେ। ଭଉଣୀ ସିନା ଉଦ୍ଧାର ହେଲା, ହେଲେ ଭାଇ ନଦୀ ପାଣିରେ ଭାସିଗଲେ। ଏ ସମ୍ପର୍କରେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ମାତ୍ର ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନ କରୁଥିବାରୁ ସେମାନେ ଉଦ୍ଧାର ପାଇଁ ଆସିନଥିଲେ। 
 
ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏବେ ସୁଦ୍ଧାର ହେମନ୍ତ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ଛବିଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


from Odisha Reporter https://ift.tt/2zuYi2L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages