ଫିଟ୍‌ ରହିବା ପାଇଁ ଏହି ସବୁ ଅଭ୍ୟାସ୍ ବଦଳାନ୍ତୁ ପୁରୁଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଫିଟ୍‌ ରହିବା ପାଇଁ ଏହି ସବୁ ଅଭ୍ୟାସ୍ ବଦଳାନ୍ତୁ ପୁରୁଷ

ଆଧୁନିକ ଜୀବନଶୈଳୀ ପୁରୁଷଙ୍କ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଉଛି। ବର୍ତ୍ତମାନର ବେଫିକର ଖାଇବା, ପିଇବା ପରବର୍ତ୍ତୀ ସମୟରେ ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେଣୁ ପୁରୁଷମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ସତର୍କ ରହିବା ଉଚିତ୍‌।

ଯଦି ଆପଣ ବେଳ ଥାଉଁ ଥାଉଁ ସାବଧାନ ହେଉ ନାହାନ୍ତି ଭବିଷ୍ୟତରେ ବଡ଼ ବଡ଼ ରୋଗରେ ଶିକାର ହୋଇପାରନ୍ତି। ତେବେ ଆସନ୍ତୁ କିଛି ଟିପ୍‌ସ ବିଷୟରେ ଜାଣିବା ଯାହା ପୁରୁଷ ପାଇଁ ଖୁବ୍‌ ଉପଯୋଗୀ।

୧-ଯଦି ଆପଣ ନିୟମିତ ଜଙ୍କ୍‌ ଫୁଡ୍‌ ଖାଉଛନ୍ତି ତେବେ ଏହା ଶୁକ୍ରାଣୁ ହ୍ରାସ ପାଇବାରେ କାରଣ ହୋଇପାରେ। ତେଣୁ ଦୈନିକ ଲାଇଫ ଷ୍ଟାଇଲ୍‌ରେ ଜଙ୍କ୍‌ ଫୁଡ୍‌କୁ ସାମିଲ କରୁଥିଲେ ସତର୍କ ହୋଇଯାଆନ୍ତୁ।

୨-ଆପଣ ନିଜ ବ୍ରେକ୍‌ଫାଷ୍ଟରେ ପ୍ରତିଦିନ ୨ଟି କଦଳୀ ସାମିଲ କରନ୍ତୁ। ଆପଣଙ୍କୁ ଦିନ ତମାମ କାମ କରିବା ପାଇଁ କଦଳୀ ଶକ୍ତି ଯୋଗାଇବ। ଏଥିସହ ହୃଦ୍‌ଜନିତ ବହୁ ରୋଗଠାରୁ ଦୂରେଇ ରଖିଥାଏ କଦଳୀ।

୩-ଯଦି ଆପଣ ପ୍ୟାକିଂ ଫୁଡ୍‌ ଖାଉଛନ୍ତି ତେବେ ଏହି ଅଭ୍ୟାସକୁ ବଦଳାନ୍ତୁ। ଏହି ଖାଦ୍ୟରେ ବ୍ୟବହାର ହେଉଥିବା କେମିକାଲ ପୁରୁଷଙ୍କ ପାଇଁ ଅତ୍ୟନ୍ତ ହାନିକାରକ।

୪-ଯଦି ଆପଣ ପ୍ରତିଦିନ ବ୍ୟାୟାମ କରୁନାହାନ୍ତି କିମ୍ବା ଚଲାବୁଲା କରୁନାହାନ୍ତି ତେବେ ଆପଣ ଫିଟ୍‌ ରହିପାରିବେ ନାହିଁ। ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ୱାକିଂ କିମ୍ବା ଶାରିରୀକ ବ୍ୟାୟାମ କରନ୍ତୁ।

୫-ଯଦି ଆପଣ ନିୟମିତି ସୋଡ଼ା, କଫି, ରେଡ୍‌ ମିଟ୍‌ ଖାଉଛନ୍ତି ଏଗୁଡ଼ିକ ମଧ୍ୟ ଶରୀର ପାଇଁ ବିପଦ ହୋଇପାରେ।

୬-ଖାଦ୍ୟରେ ଉଚ୍ଚମାନର ତେଲ ବ୍ୟବହାର କରନ୍ତୁ । ନିମ୍ନମାନର ତେଲ ପୁରୁଷଙ୍କ ପାଇଁ କ୍ଷତିକାରକ ହୋଇଥାଏ।

୭-ଯଦି ଆପଣ ୱାକିଂ କିମ୍ବା ବ୍ୟାୟାମ କରିବାକୁ ସମୟ ପାଉନାହନ୍ତି ତେବେ ଆପଣ ଅଫିସ୍‌ରେ ଲିଫ୍ଟ ବ୍ୟବହାର ନକରି ଶିଢ଼ି ବ୍ୟବହାର କରିପାରିବେ।

୮-ରାତିରେ ଖାଦ୍ୟ ହାଲୁକା ହେବା ଉଚିତ୍‌।

୯-ସକାଳେ ସଅଳ ବିଛଣା ଛାଡ଼ନ୍ତୁ।

୧୦- ଖାଦ୍ୟ ଖାଇବା ବେଳେ ଏକ ସମୟରେ ରୁଟି ଏବଂ ଭାତ ଖାଆନ୍ତୁ ନାହିଁ।

୧୧-ଲାପଟପ୍‌କୁ ଜଙ୍ଘ ଉପରେ ରଖି କାମ କରନ୍ତୁ ନାହିଁ। ଏହା ପୁରୁଷଙ୍କ ଦକ୍ଷତା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।



from Odisha Reporter https://ift.tt/2NkfksW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages