ଭାଇରାଲ୍‌ ଜ୍ୱରରୁ ସୁରକ୍ଷା ପାଇଁ କରନ୍ତୁ ଯୋଗାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଭାଇରାଲ୍‌ ଜ୍ୱରରୁ ସୁରକ୍ଷା ପାଇଁ କରନ୍ତୁ ଯୋଗାସନ

puspa20

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଋତୁ ବଦଳିବା ସହ ଭାଇରାଲ୍‌ ଇନ୍‌ଫେକ୍‌ସନ୍‌ ଏବଂ ଭାଇରାଲ୍‌ ଜ୍ୱର ଶରୀରକୁ ଆକ୍ରାନ୍ତ କରିଥାଏ। ଭାଇରାଲ୍‌ ଜ୍ୱର ହେଲେ ଥଣ୍ଡା, ଜ୍ୱର, କାଶ ଓ ମୁଣ୍ଡ ବିନ୍ଧା ପରି ସମସ୍ୟା ଦେଖାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ,ସେମାନଙ୍କୁ ଭାଇରାଲ୍‌ ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ଏଥିରୁ ଆରୋଗ୍ୟ ଲାଭ୍‌ ପାଇଁ ଆପଣ ଡାକ୍ତରୀ ଚିକିତ୍ସାର  ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ଏପରି କିଛି ଯୋଗାସନ ରହିଛି, ଯାହାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ ଆପଣ ଭାଇରାଲ୍‌ ଜ୍ୱରରୁ ସୁରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା, ଏହି ଯୋଗାସନଗୁଡ଼ିକ ସମ୍ପର୍କରେ।
ସର୍ବାଙ୍ଗ ଆସନ:
puspa22ସର୍ବାଙ୍ଗ ଆସନର ବିଶେଷତ୍ୱ ହେଉଛି, ଆପଣଙ୍କ ଶରୀରର ସମସ୍ତ ଅଙ୍ଗକୁ ଏହି ଆସନରୁ ଫାଇଦା ମିଳିଥାଏ। ଏଥିପାଇଁ ଏହାର ନାମ ସର୍ବାଙ୍ଗ ଆସନ ରଖାଯାଇଛି। ଏହି ଆସନକୁ ନିୟମିତ କଲେ, ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଆପଣ ନିରୋଗ ରହି ପାରିବେ। ଯୁବକ ଏବଂ ଛୋଟ ଛୁଆଙ୍କୁ ଏହି ଆସନ ଅଭ୍ୟାସ କରିବା ପାଇଁ କୁହାଯାଇଥାଏ। କାରଣ ଏହି ଆସନ ଦ୍ୱାରା ଶରୀରର ସଠିକ ବିକାଶ ସହିତ ହର୍‌ମୋନ୍‌ରେ ସନ୍ତୁଳନ ରକ୍ଷା ହୋଇଥାଏ। ଏହା ବ୍ୟତୀତ ଏହି ଆସନ ଆପଣଙ୍କ ହଜମ କ୍ରିୟାକୁ ଠିକ୍‌ କରେ ଓ ରକ୍ତକୁ ଶୁଦ୍ଧ ରଖିଥାଏ।

କିପରି କରିବେ ଏହି ଆସନ:
ପିଠି ପଟେ ଶୋଇ ଦୁଇଟି ଗୋଡ଼କୁ ଏକା ସଙ୍ଗରେ ରଖନ୍ତୁ ଏବଂ ହାତକୁ ସିଧା ରଖନ୍ତୁ। ଏବେ ଧୀରେ ଧୀରେ ଗୋଡ଼କୁ ବଙ୍କା ନକରି ଉପରକୁ ଉଠାନ୍ତୁ। ଆପଣ ଯେପରି ଗୋଡ଼କୁ ଉପରକୁ ଉଠାଇବେ ସେହିପରି ଅଣ୍ଟାକୁ ମଧ୍ୟ ଉପରକୁ ଉଠାନ୍ତୁ। ଚେଷ୍ଟା କରନ୍ତୁ ଗୋଡ଼ ଏବଂ ପିଠି ଉପରକୁ ଉଠାଇ ୯୦ ଡିଗ୍ରୀ କରିବା ପାଇଁ। ଏହା ପରେ ଧୀରେ ଧୀରେ ପ୍ରଥମ ମୁଦ୍ରାକୁ ଆସନ୍ତୁ। ଆପଣ ପିଠି ଏବଂ ଅଣ୍ଟାକୁ ଉଠାଇବା ପାଇଁ ହାତର ସାହାଯ୍ୟ ନେଇ ପାରିବେ। କିନ୍ତୁ ଆପଣଙ୍କ ହାତର କହୁଣୀ ଭୂମିରେ ରହିବ ଏବଂ ମୁହଁ ଉପରକୁ ରହିବ।

ମତ୍ସ୍ୟାସନ:
puspa21ମତ୍ସ୍ୟାସନର ଅଭ୍ୟାସ ଆପଣଙ୍କୁ ଭାଇରାଲ୍‌ ଇନ୍‌ଫେକ୍‌ସନ୍‌ଠାରୁ ଦୂରେଇ ରଖିଥାଏ। ଏହି ଆସନ ପେଟ ଏବଂ ହାଡ଼କୁ ସୁସ୍ଥ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ। ଏହି ଆସନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଶରୀରର ମେଟାବଲିଜିମ୍‌ ମଧ୍ୟ ଠିକ୍‌ ରହିଥାଏ।

କିପରି କରିବେ ଏହି ଆସନ:
ପ୍ରଥମେ ସ୍ୱଚ୍ଛ ବାତାବରଣରେ ସୁଖ ଆସନରେ ବସନ୍ତୁ। ଏହାପରେ କିଛି ସମୟ ନିଃଶ୍ୱାସ ବନ୍ଦ କରି ପଦ୍ମାସନରେ ବସନ୍ତୁ। ହାତର ସାହାରା ନେଇ ପିଠିକୁ ଧୀରେ ଧୀରେ ପଛକୁ ଆଣନ୍ତୁ ଏବଂ ଶୋଇଯାଆନ୍ତୁ। ପାଦର ଆଙ୍ଗୁଠିକୁ ଧରି ଏହାକୁ ଆପଣଙ୍କ ଆଡ଼କୁ ଆଣନ୍ତୁ ଏବଂ ପଦ୍ମାସନରେ ଗୋଡ଼କୁ ଭୂମି ଉପରେ ଠିକ୍‌ ଭାବରେ ରଖନ୍ତୁ। ନିଃଶ୍ୱାସ ନେଇ ମୁହଁ ଏବଂ ବେକକୁ ଧୀରେ ଧୀରେ ଅଳ୍ପ ପଛପଟକୁ ନିଅନ୍ତୁ। ଏହାପରେ ନିଃଶ୍ୱାସ ନେଇ ପଦ୍ମାସନକୁ ଖୋଲନ୍ତୁ ଏବଂ ପୂର୍ବସ୍ଥିତି ଫେରି ଯାଆନ୍ତୁ।

 



from Odisha Reporter https://ift.tt/2QeEDJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages