ନବୀନ ଡାକିଲେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ନବୀନ ଡାକିଲେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ବୈଠକ

BJD-OFFICE

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁବିଧାବାଦୀ ରାଜନୀତିକୁ ଆୟୁଧ କରି ରାଜ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ବିଜେଡି ଏବେ ନିଜର ଗଡ଼କୁ ସୁଦୃଢ଼ କରିବା ପାଇଁ ତତ୍ପର ହୋଇପଡ଼ିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ବିଜେଡିକୁ କଟୁ ସମାଲୋଚନା ଓ ବିଜେପି ସଂଗଠନକୁ ରାଜ୍ୟବ୍ୟାପୀ ସୁଦୃଢ଼ କରିବା ପାଇଁ ରଣନୀତି ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।

ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱଙ୍କ ଏଭଳି କଠୋର ଆଭିମୁଖ୍ୟ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିଥିବାବେଳେ ବିଜେଡିକୁ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଅଧିକ ବ୍ୟାପକ କରିବା ପାଇଁ ବାଧ୍ୟ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅପରାହ୍ନ ୫ଟାବେଳେ ଦଳର ସମସ୍ତ ସାଂଗଠନିକ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡକାଇଛନ୍ତି।

ମୁଖ୍ୟତଃ ଦଳର ପଦଯାତ୍ରା, ମହିଳା ସମାବେଶ, ୱାର୍ଡ କମିଟି ଗଠନ, ହାଉସ୍ ଟ୍ୟାଗିଙ୍ଗ  ଆଦି ସମ୍ପର୍କରେ ଦଳର ନେତାମାନଙ୍କ ସହ ଆଲୋଚନା ହେବ।ଏହା ସହିତ ବିଜେପିର ପରିବର୍ତ୍ତିତ ଆଭିମୁଖ୍ୟ ମଧ୍ୟରେ ଦଳୀୟ ସଂଗଠନକୁ ସୁଦୃଢ଼ ରଖିବା ପାଇଁ ଅନ୍ୟ କ’ଣ ସବୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ବିଜେଡି ସୁପ୍ରିମୋ ଦଳର ନେତାମାନଙ୍କଠୁ ମତାମତ ଲୋଡ଼ିବେ ବୋଲି ଜଣାପଡ଼ିଛି।

ବିଜେପି ଏବେ ୬୦ହଜାର ମହିଳା ଶକ୍ତିକେନ୍ଦ୍ର ଓ ୩୦ହଜାର ୱାର୍ଡ କମିଟି ମାଧ୍ୟମରେ ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ବିଜେଡି ଏସବୁ କ୍ଷେତ୍ରରେ ପଛରେ ପଡ଼ିଛି।ତେଣୁ ଗାଁ ଗହଳିରେ ବିଜେପିର ପ୍ରଭାବକୁ ବିଜେଡି କିଭଳି ରୋକିବ ସେଥିପାଇଁ ନେତାମାନଙ୍କୁ ନବୀନ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି।

ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ,କଂଗ୍ରେସର ସାଙ୍ଗଠନିକ ପୁନରୁଦ୍ଧାର ଓ କ୍ଷମତାବିରୋଧୀ ହାୱା ମଧ୍ୟରେ ଆଗାମୀ ନିର୍ବାଚନରେ ଆଶାନୁରୂପ ସିଟ୍ ଜିତିବା ବିଜେଡି ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ପ୍ରସଙ୍ଗରେ ବିଚାରବିମର୍ଶ ନିମନ୍ତେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡକାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2R5MAT2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages