ଏବେବି ମୌଳିକତା ହରାଇନି ନୂଆଁଖାଇ: ଢିଙ୍କିକୁଟା ଚୂନାରେ ମହକୁଛି ଘର, ଗାଁ ଦାଣ୍ଡ ଶୁଭୁଛି ଡେଙ୍ଗୁରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଏବେବି ମୌଳିକତା ହରାଇନି ନୂଆଁଖାଇ: ଢିଙ୍କିକୁଟା ଚୂନାରେ ମହକୁଛି ଘର, ଗାଁ ଦାଣ୍ଡ ଶୁଭୁଛି ଡେଙ୍ଗୁରା

ବଲାଙ୍ଗିର (ସସ୍ମିତା ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଆଉ ମାତ୍ର ସପ୍ତାହେ ବାକି ଅଛି। ପର୍ବ ପାଖେଇ ଆସୁଥିବାରୁ ଚଳଚଞ୍ଚଳ ହୋଇପଡ଼ିଛି ପଶ୍ଚିମ ଓଡ଼ିଶା। ଦୋକାନ ବଜାରରେ ଭିଡ଼ ଜମୁଛି। ସାହି ସାହିରେ ଶୁଭୁଛି ଢିଙ୍କିର ଶବ୍ଦ। ଏହାସହ ଚାଉଳ ଚୂନାର ମହକ ବି ବାରି ହୋଇ ପଡ଼ୁଛି। ଏବେ ପ୍ରାୟ ସବୁ ପର୍ବପର୍ବାଣୀରେ ଆଧୁନିକତା ବାରି ହୋଇପଡ଼ୁଛି। ହେଲେ ନୂଆଁଖାଇ ତା’ର ମୌଳିକତା ଆଜିବି ବଜାୟ ରଖିଛି। ଆଜି ବି ପ୍ରସ୍ତୁତ ହେଉଛି ନଅ ତିଅଣ ଛ ଭଜା। ଜୁହାର ଭେଟ୍‌ରେ ଗୁରୁଜନଙ୍କ ଆଶୀର୍ବାଦ ନେଉଛନ୍ତି ସାନ।

NuaKhaiହରାଇନି ମୌଳିକତା

ନୂଆଁଖାଇକୁ ଆଉ ଅଳ୍ପଦିନ ବାକି ଅଛି। ପଶ୍ଚିମ ଓଡ଼ିଶାର ଲୋକେ ଯିଏ ଯୁଆଡ଼େ ରହୁଛନ୍ତି ସବୁ ଏବେ ଘରମୁହାଁ। କିଛିକିଛି ଲୋକ ତ ଘରେ ପହଞ୍ଚି ସାରିଲେଣି। ଏବେ ସମସ୍ତଙ୍କ ଅପେକ୍ଷା ସେହି ଦିନକୁ। ପୁଣି ନୂଆଁଖାଇର ରଙ୍ଗରେ ରଙ୍ଗେଇ ଯିବ ପୂରା ପଶ୍ଚିମ ଓଡ଼ିଶା।

ଏହା ମଧ୍ୟରେ ଦେଖିବାକୁ ମିଳିବ ସେହି ପୁରୁଣା ପରମ୍ପରା। ଟିକେ ବି ନ ଥିବ ଆଧୁନିକତାର ଛାପ। ପୂଜାବିଧି ହେଉ କି ନବାନ୍ନ ଲାଗି ସବୁ ପରମ୍ପରା ଅନୁସାରେ। କେବଳ ପୂଜାବିଧି କି ନୂଆ ଲୁଗାରେ ନୁହେଁ, ଗୀତ ଓ ସାହିତ୍ୟରେ ବି ନୂଆଁଖାଇ ବଜାୟ ରଖିଛି ପାରମ୍ପାରିକତା। ବ୍ୟଙ୍ଗ ସାହିତ୍ୟ ଓ ଗାୟକଙ୍କ ଗୀତରେ ବାରି ହୋଇପଡୁଛି ନୂଆଁଖାଇର ମହକ।

NuaKhaiଆଜି ବି ବାଜୁଛି ଡେଙ୍ଗୁରା

ଏବେ ଲୋକଙ୍କୁ କୌଣସି ସୂଚନା ଦେବାକୁ ହେଲେ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଉଛି। ହେଲେ ପଶ୍ଚିମ ଓଡ଼ିଶାରେ ଏବେବି ଡେଙ୍ଗୁରା ପରମ୍ପରା ଅତୁଟ ରହିଛି। ଅନ୍ୟ କୌଣସି ପର୍ବରେ ନହେଉ ପଛେ ନୂଆଁଖାଇ ପାଇଁ ଗାଁ ଦାଣ୍ଡରେ ଏବେ ଶୁଣିବାକୁ ମିଳୁଛି ଡେଙ୍ଗୁରା। ଡେଙ୍ଗୁରା ବଜା ଯାଇ ନୂଆଁଖାଇ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି।

ଏହି ଡେଙ୍ଗୁରା ପରମ୍ପରା ଆଜିର ନୁହେଁ। ରାଜରାଜୁଡ଼ା ଅମଳରୁ ଏହି ପରମ୍ପରା ରହିଆସିଛି। ସେତେବେଳେ ରାଜାଙ୍କ ନିର୍ଦ୍ଦେଶ ପରେ ଗାଁ ଗଉଁନ୍ତିଆଙ୍କ ଲୋକେ ଡେଙ୍ଗୁରା ପିଟି ଲୋକଙ୍କୁ ଶୁଭଲଗ୍ନ ବିଷୟରେ ଅବଗତ କରାଉଥିଲେ। ସେବେଠାରୁ ଏହି ଡେଙ୍ଗୁରା ପିଟା ପରମ୍ପରା ରହି ଆସିଛି।

NuaKhaiଚାଉଳ ଚୂନାରେ ମହକୁଛି ଗାଁ ଦାଣ୍ଡ

ଯୁଗ ସହ ତାଳ ଦେଇ ବଦଳିଛି ଚଳିଣୀ। ଏଣିକି ଆଉ ଚାଉଳ ଚୂନା ପ୍ରସ୍ତୁତ କରିବାକୁ ଢିଙ୍କି ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଏହାର ସ୍ଥାନ କଳ ଓ ଗ୍ରାଇଣ୍ଡର ନେଇଛି। ହେଲେ ନୂଆଁଖାଇ ପାଇଁ ଚାଉଳ ଚୂନା ପ୍ରସ୍ତୁତ କରିବାର ପରମ୍ପରା ଆଜି ବି ଅତୁଟ ରହିଛି। ନୂଆଁଖାଇରେ ଘରେ ନଅ ତିଅଣ ଛଅ ଭଜା ପ୍ରସ୍ତୁତ ହେବ। ଏହାସହ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ବି ପ୍ରସ୍ତୁତ କରାଯିବ। ଏଥିପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାସ୍ତାରେ ଗଲେ ଢିଙ୍କିର ଶବ୍ଦ କାନରେ ପଡୁଛି। ଏହାସହ ଚାଉଳ ଚୂନାର ମହକରେ ଗାଁ ଦାଣ୍ଡ ଫାଟିପଡ଼ୁଛି।

NuaKhaiଉତ୍ସାହିତ ଚଷାପୁଅ

ଚାଷୀ ଓ ଚାଷର ପର୍ବ ହେଲା ନୂଆଁଖାଇ। ନୂଆଁଖାଇ ନେଇଆସେ ଚାଷୀ ପରିବାରରେ ହସ ଖୁସିର ପରିବେଶ। କାରଣ ଶ୍ରାବଣ ଓ ଭାଦ୍ରବର ପ୍ରଥମ ସପ୍ତାହ ମଧ୍ୟରେ ଚଷାପୁଅ ବିଲରେ ସବୁ କାମ ସାରି ଦେଇଥାଏ। ହଳ ଲଙ୍ଗଳ ସଫା କରି ଘରେ ରଖି ଦେଇଥାଏ। ଅପେକ୍ଷା ଥାଏ ଅମଳକୁ।

ଏଥର ଭଲ ବର୍ଷା ହୋଇଥିବାରୁ ଚାଷ ବି ଭଲ ହେବ ବୋଲି ଚଷାପୁଅ ଆଶା ବାନ୍ଧିଛି। ଶୀଘ୍ର ଚାଷ ହୋଇଥିବା କିଛି ସ୍ଥାନରେ ଧାନଗଛରେ କେଣ୍ଡା ମଧ୍ୟ ଆସିବା ଆରମ୍ଭ ହୋଇଗଲାଣି। ଯାହା ଚାଷୀ ପରିବାରରେ ଖୁସି ନେଇ ଆସିଛି।

NuaKhaiବିଲ କାମ ସରିଥିବାରୁ ଚାଷୀ ପରିବାର ଏବେ ପୂରା ଦମ୍‌ରେ ନୂଆଁଖାଇ ପ୍ରସ୍ତୁତିରେ ଲାଗି ପଡ଼ିଛି। ଚୂନା କୁଟାଠାରୁ ଆରମ୍ଭ କରି ପରିବାର ଲୋକଙ୍କ ପାଇଁ ନୂଆ ଲୁଗା କିଣାରେ ବ୍ୟସ୍ତ ଅଛନ୍ତି ସମସ୍ତେ। ପର୍ବ ବେଳେ ଘରକୁ ବହୁ ଅତିଥି ମଧ୍ୟ ଆସିବେ। ଏହାକୁ ମଧ୍ୟ ଭୁଲି ନାହାଁନ୍ତି ଲୋକମାନେ। ସେମାନଙ୍କ ସ୍ୱାଗତ ସହ ଉପହାର ଦେବା ପାଇଁ ଏବେ ତାଲିକା ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ।



from Odisha Reporter https://ift.tt/2NrMeHk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages