୧୩ ଘଣ୍ଟାରେ ୩୪ କିମି ଚାଲିଲେଣି ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

୧୩ ଘଣ୍ଟାରେ ୩୪ କିମି ଚାଲିଲେଣି ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସର୍ବଦା କାର୍‌ ଓ ବିମାନରେ ଯିବା ଆସିବା କରୁଥିବା ରାହୁଲ ଗାନ୍ଧି ଏବେ ଚାଲିଚାଲି ପଥ ଅତିକ୍ରମ କରୁଛନ୍ତି। ରାହୁଲ ଗତ ୧୩ ଘଣ୍ଟା ମଧ୍ୟରେ ୩୪ କିମି ରାସ୍ତା ଚାଲିଚାଲି ଅତିକ୍ରମ କରିଛନ୍ତି। ଏକଥା ଆମେ କହୁନୁ  ଖୋଦ ରାହୁଲ ଗାନ୍ଧି ଓ କଂଗ୍ରେସ ପକ୍ଷରୁ ଏହି ଦାବି କରାଯାଇଛି।  
 
ରାହୁଲ ଗାନ୍ଧି ଏବେ କୈଳାସ ମାନସରୋବର ଅଭିମୁଖେ ଯାତ୍ରା କରୁଛନ୍ତି। କୈଳାସ ପର୍ବତରେ ଥିବା ପ୍ରଭୁ ଶିବଙ୍କୁ ଦର୍ଶନ କରିବା ପାଇଁ ସେ ଚାଲିଚାଲି ଯାଉଛନ୍ତି। ଏକଥା ଆଜି ରାହୁଲ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି।
୧୨ ଦିନିଆ କୈଳାସ ମାନସରାବର ଅଭିମୁଖେ ଯାତ୍ରା କରୁଥିବା ରାହୁଲ ଗାନ୍ଧି ପ୍ରଥମଥର ପାଇଁ ଏଭଳି ଫଟୋ ଟ୍ୱିଟର୍‌ରେ ଛାଡ଼ିଛନ୍ତି। ସେ ଏହି ଫଟୋରେ ଅନ୍ୟ ଶ୍ରଦ୍ଧାଳୁମାନଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। 
 
ରାହୁଲ ଗାନ୍ଧି ପ୍ରଥମଥର ପାଇଁ ବିନା ସୁରକ୍ଷା ବଳୟରେ ଏତେ ବାଟ ଗସ୍ତ କରୁଥିବା ଜଣାପଡ଼ିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାହୁଲ ଗାନ୍ଧି ନିରବଚ୍ଛିନ୍ନ ଭାବେ ୧୩ ଘଣ୍ଟା ଚାଲିଥିଲେ। ଏହି ସମୟ ମଧ୍ୟରେ ସେ ୩୪ କିମି ରାସ୍ତା ଅତିକ୍ରମ କରିଛନ୍ତି। 
 
ରାହୁଲ ଗାନ୍ଧି ପାହଡ଼ ଉପରକୁ ଘୋଡ଼ାରେ ଯିବା ବଦଳରେ ଚାଲିଚାଲି ଯିବାକୁ ଅଧିକ ପସନ୍ଦ କରିଥିଲେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
 
୪୮ ବର୍ଷୀୟ ରାହୁଲ ଗାନ୍ଧି ଅଗଷ୍ଟ ୩୧ରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିଥିଲେ।
ତେବେ ବିଜେପି ଏହାକୁ ନେଇ ପ୍ରଶ୍ନ ଉଠାଇବାରୁ ପ୍ରମାଣ ସ୍ୱରୂପ ଆଜି ରାହୁଲ ଗାନ୍ଧି ଏଭଳି ଫଟୋ ଛାଡ଼ିଥିବା କୁହାଯାଉଛି। ତେବେ ଏହି ଫଟୋ ମଧ୍ୟ ଫେକ ଓ ଏହା ଫାଟୋଶପ୍ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।


from Odisha Reporter https://ift.tt/2Qa5YO9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages