କାର୍ଯ୍ୟସିଦ୍ଧିରେ ବିଳମ୍ବ ହେଉଛି କି? ଆପଣାନ୍ତୁ ଏସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

କାର୍ଯ୍ୟସିଦ୍ଧିରେ ବିଳମ୍ବ ହେଉଛି କି? ଆପଣାନ୍ତୁ ଏସବୁ ଉପାୟ

interview

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଗ୍ୟଦୋଷରୁ ମଣିଷକୁ ଇଛା କରୁଥିବା ଜିନିଷ ମିଳେ ନାହିଁ ଏବଂ ମାଙ୍ଗଳିକ କାମଗୁଡ଼ିକ ବିଗିଡ଼ିଯାଏ ବୋଲି ଜ୍ୟୋତିଷ ମତରେ କୁହାଯାଇଛି। ଶାସ୍ତ୍ରରେ ଏହାର ଉପଚାର ବ୍ୟବସ୍ଥା ମଧ୍ୟ ରହିଛି। କିଛି ଉପାୟ ଅଛି, ଯାହାକୁ ଅବଲମ୍ବନ କଲେ ଏହି ଭାଗ୍ୟଦୋଷ ଦୂର ହୋଇଯାଇପାରେ। ଶାସ୍ତ୍ରୋକ୍ତ ମତରେ ଏହାକୁ ‘କାର୍ଯ୍ୟସିଦ୍ଧି’ ବୋଲି କୁହାଯାଏ। ତେବେ କାର୍ଯ୍ୟସିଦ୍ଧି ଶବ୍ଦର ଅର୍ଥ ବ୍ୟାପକ। ଯେଉଁ କାର୍ଯ୍ୟରେ ଅନ୍ୟର ଅହିତ ସାଧନ ହୁଏ, ତାହାକୁ କାର୍ଯ୍ୟସିଦ୍ଧି କୁହାଯାଏ ନାହିଁ ।

ଆସନ୍ତୁ ଜାଣିବା କ’ଣ କଲେ ଆପଣଙ୍କର କାର୍ଯ୍ୟସିଦ୍ଧି ହେବ

ହନୁମାନ ଚାଳିଶା ପାଠ କରନ୍ତୁ

ମହାବୀର ହେଉଛନ୍ତି ସଙ୍କଟ ମୋଚକ। ତାଙ୍କ ପାଖରେ ଶରଣ ପଶିଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ପ୍ରତିଦିନ ୧୦୮ ଥର ହନୁମାନ ଚାଳିଶା ପାଠ କରନ୍ତୁ। ଆପଣଙ୍କ ଭାଗ୍ୟ ଖୋଲିଯିବ।

ସୋମବାର କରନ୍ତୁ ଏ କାମ

ନିଷ୍ଠାର ସହ ସୋମବାର ବ୍ରତ ପାଳନ କରନ୍ତୁ। ଧୀରେ ଧୀରେ ଆପଣଙ୍କ ସମସ୍ୟା ଦୂର ହେବ।

ମହାଦେବଙ୍କୁ କ୍ଷୀର ଓ ଚାଉଳ ଚଢ଼ାନ୍ତୁ

ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କ ବ୍ରତ ପାଳନ କରନ୍ତୁ। ବ୍ରତ ସମୟରେ କ୍ଷୀର ଓ ଅଭଙ୍ଗା ଚାଉଳ ମହାଦେବଙ୍କୁ ଅର୍ପଣ କରନ୍ତୁ।

ଲେମ୍ବୁର ବ୍ୟବହାର

ନଡ଼ିଆ ଭଳି ଲେମ୍ବୁ ଏକ ଶୁଭ ଫଳ। ନଜର ନ ଲାଗିବା ପାଇଁ ଏହାକୁ ଉପଯୋଗ କରାଯାଏ। ଆପଣ ଯେଉଁ ଠାକୁରଙ୍କୁ ମାନନ୍ତି ଓ ପୂଜା କରନ୍ତି ତାଙ୍କ ପାଦ ତଳେ ଲେମ୍ବୁ ରଖି ଦିଅନ୍ତୁ। ମନେ ରଖିବେ ଲେମ୍ବୁଟିରେ ଆଦୌ ଦାଗ ନ ଥିବା ଦରକାର। ଏବେ ଏହି ଲେମ୍ବୁ ଉପରେ ଗଙ୍ଗା ଜଳ ଢାଳି ଆପଣଙ୍କ କପାଳରେ ୭ ଥର ଛୁଆଁଇ ଦିଅନ୍ତୁ।

ଏହାପରେ ଲେମ୍ବୁକୁ ଅଧାରୁ ଚାରି ଫାଳ କରିଦିଅନ୍ତୁ। ଏବେ ଏହାକୁ ଘର ବାରଣ୍ଡାରେ ରଖି ଦିଅନ୍ତୁ। ଏମିତି ୪୧ ଦିନ କରନ୍ତୁ। ଦେଖିବେ କୌଣସି ନିର୍ଦ୍ଦିଷ୍ଟ କାମ ହେଉ ନ ଥିଲେ ସମସ୍ୟା ଦୂର ହୋଇଯିବ।

ମିଠା ଓ ଦହି

ଆପଣ କୌଣସି କାମରେ ବାରମ୍ବାର ବିଫଳ ହେଉଥିଲେ ଭାଙ୍ଗି ପଡ଼ନ୍ତୁ ନାହିଁ। ଶୁଭ କାମରେ ଘରୁ ବାହାରିବା ବେଳେ ମିଠା ଓ ଦହି ଖାଇ ବାହାରନ୍ତୁ। ଏଥିରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ।

ଗାଈକୁ ଗୁଡ଼ ଖୁଆନ୍ତୁ

କୌଣସି ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରିବା ବେଳେ ପକେଟ୍‌ରେ କିଛି ଗୁଡ଼ ନେଇଯାଆନ୍ତୁ। ଏହାକୁ ରାସ୍ତାରେ ବୁଲୁଥିବା ଧଳା ଗାଈ ଦେଖି ଖାଇବାକୁ ଦିଅନ୍ତୁ। ଆପଣଙ୍କ ଭାଗ୍ୟ ଦୋଷ କଟିଯିବ ।

ସୌଜନ୍ୟ: Boldsky


from Odisha Reporter https://ift.tt/2xgrsAh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages