ଜାଣିଛନ୍ତି, ସ୍ୱପ୍ନରେ ମୟୂର ଦେଖିଲେ କି ସଙ୍କେତ ମିଳିଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଜାଣିଛନ୍ତି, ସ୍ୱପ୍ନରେ ମୟୂର ଦେଖିଲେ କି ସଙ୍କେତ ମିଳିଥାଏ

peacock

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। କେତେ ବେଳେ ଭୟାନକ ସ୍ୱପ୍ନ ଆସିଥାଏ ତ ଆଉ କେତେ ବେଳେ ପ୍ରେମ ପ୍ରଣୟର ସ୍ୱପ୍ନ। କେତେ ବେଳେ ଭୂତପ୍ରେତର ସ୍ୱପ୍ନ ତ ଆଉ କେତେ ବେଳେ ମୃତ୍ୟୁର। ସେହିପରି ବେଳେବେଳେ ବିଭିନ୍ନ ପ୍ରକାର ଜୀବଜନ୍ତୁ ମଧ୍ୟ ସ୍ୱପ୍ନରେ ଆସିଥାନ୍ତି।

କିଛି ଲୋକଙ୍କ ଧାରଣା ଯେ ସ୍ୱପ୍ନର କିଛି ମାନେ ନଥାଏ। ହେଲେ ପ୍ରତିଟି ସ୍ୱପ୍ନ ପଛରେ କିଛି ନା କିଛି କାରଣ ଥାଏ। ଶାସ୍ତ୍ରରେ ଏନେଇ ବର୍ଣ୍ଣନା ରହିଛି। ସ୍ୱପ୍ନ ଭବିଷ୍ୟତରେ ଆମ ସହ ଘଟିବାକୁ ଯାଉଥିବା କିଛି ଘଟଣାର ପୂର୍ବ ସଙ୍କେତ ଦେଇଥାଏ। ଏହା ଶୁଭ କି ଅଶୁଭ ଆପଣ ଦେଖୁଥିବା ସ୍ୱପ୍ନ ଉପରେ ନିର୍ଭର କରିଥାଏ।

ସ୍ୱପ୍ନରେ ମୟୂର ଆସିଲେ କେଉଁ ପ୍ରକାର ସଙ୍କେତ ମିଳିଥାଏ, ସେ ବିଷୟରେ ଆଜି ଆମେ କହିବାକୁ ଯାଉଛୁ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ମୟୂର ସ୍ୱପ୍ନରେ ଆସିବା ଉଭୟ ଶୁଭ ଓ ଅଶୁଭ ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ସ୍ୱପ୍ନରେ ମୟୂରକୁ କିପରି ଦେଖିଲେ ଶୁଭ ଓ ଅଶୁଭ ସଙ୍କେତ ମିଳିଥାଏ।

କେବଳ ମୟୂର ଦେଖିବା
ସ୍ୱପ୍ନରେ କେବଳ ମୟୂର ଦେଖିବା ବନ୍ଧୁଙ୍କ ସହ ସମ୍ପର୍କକୁ ସୂଚାଇ ଥାଏ। ଆପଣଙ୍କ ଅତି ନିକଟତର ବନ୍ଧୁ ଯାହା ପାଇଁ ଆପଣ ସବୁକିଛି

peacock1

କରିବାକୁ ପ୍ରସ୍ତୁତ, ସେ ଆପଣଙ୍କ ବିଷୟରେ କିଛି ଭାବୁ ନଥିବାଏହା ସୂଚାଇ ଥାଏ। ନିଜ ସ୍ୱାର୍ଥ ପାଇଁ ସେ ଆପଣଙ୍କ ସହ ସାଙ୍ଗ ହେଉଛନ୍ତି।
ଆବଶ୍ୟକ ସମୟରେ ସେ ଆପଣଙ୍କ ସହ ସମ୍ପର୍କ ତୁଟାଇ ଦେବେ। ସ୍ୱପ୍ନରେ କେବଳ ମୟୂର ଆସିବାର ଅର୍ଥ,ସେ ଖୁବଶୀଘ୍ର ଆପଣଙ୍କ ଠାରୁ ଦୁରେଇ ଯିବେ।

peacock2ମୟୂର ସହ ଲଢ଼େଇ
ସ୍ୱପ୍ନରେ ମୟୂର ସହ ଲଢ଼େଇ ଶୁଭ ସଙ୍କେତ ଦେଇଥାଏ। ଆପଣ ଯେଉଁ ସୁଯୋଗ ଅପେକ୍ଷାରେ ଅଛନ୍ତି, ତାହା ଶୀଘ୍ର ଆସିବ ବୋଲି ଏହା ସୂଚାଇ ଥାଏ। ଏଥିପାଇଁ ଆପଣ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ନିଜର ଶତ ପ୍ରତିଶତ ଦିଅନ୍ତୁ ଓ ସୁଯୋଗର ସଦୁପଯୋଗ କରନ୍ତୁ, ଦେଖିବେ କାମ ହୋଇଯିବ।

peacock3ମୟୂର ପୁଚ୍ଛ
ସ୍ୱପ୍ନରେ ମୟୂର ପୁଚ୍ଛ ଦେଖିବା ପ୍ରେମର ସଙ୍କେତ ଦେଇଥାଏ। ଏହାର ଅର୍ଥ ଆପଣ ଶୀଘ୍ର ନିଜ ପ୍ରେମିକା କି ପ୍ରେମିକଙ୍କ ନିକଟତର ହେବେ ଓ ଆଗକୁ ଭଲ ହେବ।

ମୟୂର ଚୂଳ
ସ୍ୱପ୍ନରେ ମୟୂର ଚୂଳ ଦେଖିବା ମଧ୍ୟ ଶୁଭ ହୋଇଥାଏ। ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଉନ୍ନତିକୁ ଏହା ସୂଚାଇ ଥାଏ।

peacock5ନୃତ୍ୟରତ ମୟୂର
ସ୍ୱପ୍ନରେ ମୟୂର ନାଚୁଥିବା ଅର୍ଥ ଶୀଘ୍ର ଆପଣଙ୍କ ଘରକୁ ନୂଆ ଅତିଥି ଆସିବାକୁ ସୂଚାଇଥାଏ। ଅର୍ଥାତ ଏହା ସନ୍ତାନପ୍ରାପ୍ତି ଓ ସୁଖୀ ଜୀବନର ସଙ୍କେତ ଦେଇଥାଏ।

ମୟୂର ସହ କଥା ହେବା
ସ୍ୱପ୍ନରେ ମୟୂର ସହ କଥା ହେବା ଶୁଭ ସଙ୍କେତ ଦେଇଥାଏ। ଏହା ଧନପ୍ରାପ୍ତିର ସୂଚନା ଦେଇଥାଏ। ଅର୍ଥାତ ଆପଣ ବ୍ୟବସାୟ କିମ୍ବା କୃଷି କାର୍ଯ୍ୟରେ ଲାଭବାନ ହେବେ।

ମୟୂର ମାଂସ ଖାଇବା
ସ୍ୱପ୍ନରେ ମୟୂର ମାଂସ ଖାଉଥିବା ଦେଖିବା ଏକ ଅଶୁଭ ସଙ୍କେତ। ଆଗକୁ ଆପଣଙ୍କୁ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଏହା ସୂଚାଇ ଥାଏ। ଯେଉଁ ସମସ୍ୟା ସମ୍ପର୍କରେ ଆପଣଙ୍କର କିଛି ବି ଧାରଣା ନଥିବ ତାହା ହଠାତ୍‌ ଆସି ଆଗରେ ଛିଡ଼ା ହୋଇଯିବ ବୋଲି ସୂଚାଇଥାଏ।

8ମୟୂର ମାରିବା
ସ୍ୱପ୍ନରେ ମୟୂରକୁ ହତ୍ୟା କରୁଥିବାର ଦୃଶ୍ୟ ଏକ ଅଶୁଭ ସଙ୍କେତ। ଏହା ପାରିବାରିକ ଅଶାନ୍ତି, ଅଯଥା ଖର୍ଚ୍ଚାନ୍ତ ହେବାକୁ ନେଇ ଘରେ ପରିବେଶ ଖରାପ ହେବା ସୂଚାଇ ଥାଏ। ଜମିଜମା ଓ ଟଙ୍କାକୁ ନେଇ କିଛି ବି ବଡ଼ ସମସ୍ୟାର ଏହା ପୂର୍ବ ସୂଚନା ହୋଇପାରେ।

ଉଡୁଥିବା ମୟୂର
ସପ୍ନରେ ଉଡୁଥିବା ମୟୂର ଦେଖିବା ଶୁଭ ସଙ୍କେତ ଦେଇଥାଏ। ଶୀଘ୍ର କୌଣସି ଶୁଭ ଖବର ଆପଣଙ୍କ ପାଖରେ ଆସି ପହଞ୍ଚିବାର ଏହା ପୂର୍ବ ସୂଚନା।

peacock10ମୟୂର ଯୋଡ଼ି
ସ୍ୱପ୍ନରେ ଅଣ୍ଡିରା ଓ ମାଈ ମୟୂରକୁ ଏକସଙ୍ଗେ ଦେଖିବା ଦାମ୍ପତ୍ୟ ଜୀବନ ହସଖୁସିରେ ଭରି ଯିବାର ସୂଚନା। ଆପଣଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ ଚାଲିଛି ଓ ଆଗକୁ ଏହା ଆହୁରି ମଧୁର ହେବାକୁ ଯାଉଥିବା ଏହା ସୁଚାଇଥାଏ।



from Odisha Reporter https://ift.tt/2Ne1Pux

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages