
ମୁମ୍ବାଇ(ଓଡ଼ିଶା ରିପୋର୍ଟର୍): ଲୋକପ୍ରିୟ ରିୟଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ର ଏବେ ୧୦ମ ସିଜିନ୍ ଚାଲିଛି। ଏଥିରେ ଅଂଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ଆଜି ଦେଶର ଜଣେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ। ଏହି ମଞ୍ଚ ଅନେକ ପ୍ରତିଯୋଗୀଙ୍କୁ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ଦେଇଛି। ଏବେ ସେ ସୁଯୋଗ ମିଳିଛି, ଇଣ୍ଡିଆନ୍ ଆଇଡଲ୍, ସିଜିନ୍-୯ ର ଖୁଦା ବକ୍ସ୍ଙ୍କୁ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଆଗାମୀ ଫିଲ୍ମ ‘ପଲ୍ଟନ୍’ରେ କଣ୍ଠଦାନ ପାଇଁ ଖୁଦାଙ୍କୁ ସୁଯୋଗ ଦେଇଛନ୍ତି।
ଏବେ ପ୍ରସାରିତ ହେଉଥିବା ‘ଇଣ୍ଡିଆନ୍ ଆଇଡଲ୍’ ସିଜିନ୍ ୧୦କୁ ଆସି ଖୁଦା ବକ୍ସ୍ ନିଜେ ଏହି କଥା କହିଛନ୍ତି। ଫିଲ୍ମ ନିର୍ମାତା ଜେପି ଦତ୍ତା, ଗୀତିକାର ଜାଭେଦ୍ ଅଖ୍ତର ଓ ଗାୟକ ସୋନୁ ନିଗମ୍ଙ୍କ ସହ ପିଲ୍ମ ‘ପଲ୍ଟନ୍’ର ପ୍ରମୋସନ୍ ପାଇଁ ସେ ଆସିଥିବାବେଳେ ଏହି ସୂଚନା ଦେଇଥିଲେ।

ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୯ ଓ ୧୦ରେ ଜଜ୍ ହୋଇଥିବା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ୍ ହିଁ ଖୁଦା ବକ୍ସ୍ଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ। ଖୁଦାଙ୍କୁ ‘ଇଣ୍ଡିଆନ୍ ଆଇଡଲ୍’ ମଞ୍ଚରେ ଦେଖିବା ପରେ ଅନୁ କହିଥିଲେ,‘‘ଖୁଦା ବକ୍ସ୍ ଆମର ପିଲା। ଦର୍ଶକ ତାଙ୍କ ସ୍ୱରକୁ ପସନ୍ଦ କରନ୍ତି। ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ। ଯେବେ ମୁଁ ‘ପଲ୍ଟନ୍’ର ଗୀତ ତାଙ୍କୁ ଗାଇବାକୁ ତାଙ୍କୁ ଅଫର୍ ଦେଲି, ମୋ’ର ପୂରା ବିଶ୍ୱାସ ଥିଲା ଯେ ସେ ଖୁବ୍ ଭଲ ଗାଇବେ। ମୁଁ ନିଶ୍ଚିତ ଯେ ଖୁଦାଙ୍କର ଆଗାମୀ ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳମୟ ହେବ।’’
from Odisha Reporter https://ift.tt/2NDi5Sa
No comments:
Post a Comment