ଚତୁର୍ଥ ଟେଷ୍ଟ: ସ୍ଥିତି ସୁଧାରୁଛି ଇଂଲଣ୍ଡ, ଲଞ୍ଚ୍‌ ସୁଦ୍ଧା ୯୨/୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଚତୁର୍ଥ ଟେଷ୍ଟ: ସ୍ଥିତି ସୁଧାରୁଛି ଇଂଲଣ୍ଡ, ଲଞ୍ଚ୍‌ ସୁଦ୍ଧା ୯୨/୩

ସାଉଥାମ୍ପଟନ୍‌: ରୋଜ୍‌ ବାଉଲ୍‌ରେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସ୍‌ରେ ପ୍ରାରମ୍ଭିକ ଝଟ୍‌କା ପରେ ଏବେ ଘରୋଇ ଇଂଲିଶ ଟିମ୍‌ ସ୍ଥିତି ସୁଧାରିବାକୁ ଜୋରଦାର ଉଦ୍ୟମ କରୁଛି। ତୃତୀୟ ଦିନର ଲଞ୍ଚ୍‌ ସୁଦ୍ଧା ଟିମ୍‌ ଇଂଲଣ୍ଡ ୩ ୱିକେଟ୍‌ ହରାଇ ୯୨ ରନ୍‌ କରିଛି।
ଏଥିସହ ଭାରତର ପ୍ରଥମ ଇନିଂସ୍‌ଠାରୁ ଇଂଲଣ୍ଡ ଏବେ ୬୫ ରନ୍‌ ଆଗୁଆ ହୋଇଯାଇଛି। ତେବେ ଲଞ୍ଚ୍‌ର ଠିକ୍‌ ଗୋଟିଏ ବଲ୍‌ ପୂର୍ବରୁ ମହମ୍ମଦ ସାମି ଇଂଲିଶ ଓପନର୍‌ ଜେନିଙ୍ଗସ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରାଇ ଇଂଲଣ୍ଡକୁ ଜବରଦସ୍ତ ଝଟ୍‌କା ଦେଇଛନ୍ତି।
ଏବେ କ୍ରିଜ୍‌ରେ ଅଧିନାୟକ ଜୋ ରୁଟ୍‌ ୩୦ ରନ୍‌ କରି ଅପରାଜିତ ରହିଛନ୍ତି।
ପ୍ରାରମ୍ଭିକ ଝଟକା: ଫେଲ ମାରିଲେ କୁକ୍ ଓ ମୋଇନ
ବିନା କୌଣସି ୱିକେଟ୍‌ ହରାଇ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ରନ୍‌ କରିଥିବା ଇଂଲଣ୍ଡ ଆଜି ବେଶ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋର ୨୪ ଥିବା ବେଳେ ଯଶପ୍ରୀତ୍‌ ବୁମ୍‌ରା ଇଂଲିଶ ଟିମ୍‌ର ଅନ୍ୟତମ ଓପନର୍‌ ଆଲିଷ୍ଟର କୁକ୍‌ଙ୍କୁ ଲୋକେଶ ରାହୁଲଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ ରାସ୍ତା ଦେଖାଇଥିଲେ। ଆଉଟ୍‌ ହେବା ପୂର୍ବରୁ କୁକ୍‌ ୧୨ ରନ୍‌ କରିଥିଲେ।
ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଇଂଲଣ୍ଡ ତାଙ୍କ ବ୍ୟାଟିଂ ଲାଇନ୍‌ଅପ୍‌ରେ ହଠାତ୍‌ ପରିବର୍ତ୍ତନ କରିଥିଲା। ବୋଲିଂରେ କମାଲ କରିଥିବା ମୋଇନ୍‌ ଅଲ୍ଲୀଙ୍କୁ ଦଳ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇଥିଲା। ତେବେ ସେ ବ୍ୟାଟିଂରେ ମଧ୍ୟ ଯାଦୁ ଦେଖାଇବା ପୂର୍ବରୁ ସ୍ପିଡ୍‌ଷ୍ଟର ଇଶାନ୍ତ ଶର୍ମା ତାଙ୍କୁ ସ୍ଲିପ୍‌ରେ କ୍ୟାଚ୍‌ କରାଇ ଆଉଟ୍‌ କରିଦେଇଥିଲେ।
ଲଗାତର ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଟିମ୍‌ ଇଂଲଣ୍ଡକୁ ସମ୍ଭାଳିଥିଲେ କ୍ରିଜ୍‌ରେ ଥିବା ଅନ୍ୟତମ ଓପନର୍‌ ଜେନିଙ୍ଗସ୍‌ ଓ ଅଧିନାୟକ ଜୋ ରୁଟ୍‌। ଉଭୟ ତୃତୀୟ ୱିକେଟ୍‌ ପାଇଁ ୫୯ ରନ୍‌ ଯୋଡ଼ି ଭାରତୀୟ ବୋଲରଙ୍କୁ ଵିକେଟ ନେବାର ସୁଯୋଗ ଦେଇନଥିଲେ।
କିନ୍ତୁ ମହମ୍ମଦ ସାମି ଲଞ୍ଚ୍‌ ପୂର୍ବରୁ ଜେନିଙ୍ଗସ୍‌କୁ ଏଲ୍‌ବିଡବ୍ଲ୍ୟୁ କରି ଇଂଲଣ୍ଡ ଶିବିରରେ ନିରାଶା ଖେଳାଇ ଦେଇଥିଲେ। ଆଉଟ୍‌ ହେବା ପୂର୍ବରୁ ଜେନିଙ୍ଗସ୍‌ ୩୬ ରନ୍‌ କରିଥିଲେ।
ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ଚେତେଶ୍ୱର ପୂଜାରାଙ୍କ ଶତକୀୟ ଇନିଂସ୍‌କୁ ପୁଞ୍ଜି କରି ୨୭୩ ରନ୍‌ କରିଥିଲା। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୨୪୬ ରନ୍‌ କରିଥିବା ବେଳେ ଭାରତ ଘରୋଇ ଦଳ ଠାରୁ ୨୭ ରନ୍‌ରେ ଆଗୁଆ ରହିଥିଲା।


from Odisha Reporter https://ift.tt/2NeD3tP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages