ନିଜ ବାସଭବନରୁ ମିଳିଲା ଏହି ୨୬ ବର୍ଷୀୟ ଆମେରିକାନ୍‌ ରାପର୍‌ଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ନିଜ ବାସଭବନରୁ ମିଳିଲା ଏହି ୨୬ ବର୍ଷୀୟ ଆମେରିକାନ୍‌ ରାପର୍‌ଙ୍କ ମୃତଦେହ

ଲସ୍ ଆଞ୍ଜେଲେସ୍‌: ଜଣାଶୁଣା ଆମେରିକାନ୍‌ ରାପର୍ ମ୍ୟାକ୍‌ ମିଲର୍‌ଙ୍କ ମୃତଦେହ ତାଙ୍କ କାଲିଫର୍ଣ୍ଣିଆ ଭ୍ୟାଲିକ୍ରିଷ୍ଟ୍‌ ରୋଡ୍‌ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି। ମୃତ୍ୟୁ ବେଳକୁ ମ୍ୟାକ୍‌ଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା। ତେବେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ମାତ୍ରାଧିକ ନିଶା ସେବନ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ମ୍ୟାକ୍‌ ମିଲର୍‌ଙ୍କ ପ୍ରକୃତ ନାଁ’ ହେଉଛି, ମ୍ୟାଲ୍‌କମ୍ ଜେମ୍‌ସ ମାକର୍ମିକ୍‌। ୨୦୧୧ରେ ରିଲିଜ୍‌ ହୋଇଥିବା ନିଜର ପ୍ରଥମ ଆଲବମ୍‌ ହିଟ୍‌ ହେବା ପରେ ମ୍ୟାକ୍‌ ରାତାରାତି ଷ୍ଟାର୍‌ ବନିଯାଇଥିଲେ। ନିକଟରେ ତାଙ୍କର ଏକ ଆଲବମ୍‌ ‘ସ୍ୱିମିଂ’ ରିଲିଜ୍‌ ହୋଇଥିଲା। ତେବେ ମ୍ୟୁଜିକ୍‌ ଅପେକ୍ଷା ମ୍ୟାକ୍‌ ନିଜ ପ୍ରେମ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ।

ହଲିଉଡ୍‌ ପପ୍‌ ଗାୟିକା ଆରିଆନା ଗ୍ରାଣ୍ଡେଙ୍କ ସହ ପ୍ରେମ ସମ୍ପର୍କ ଓ ପରେ ବିଚ୍ଛେଦକୁ ନେଇ ମ୍ୟାକ୍‌ ଚର୍ଚ୍ଚାରେ ଥିଲେ। ଉଭୟ ଆରିଆନା ଓ ମିଲର୍‌ ୨୦୧୨ରେ ପରସ୍ପରକୁ ଭେଟିବା ପରେ ପ୍ରେମରେ ପଡ଼ିଥିଲେ। ପ୍ରାୟ ଦୁଇ ବର୍ଷ ଯାଏ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ମିଲର୍‌ ଓ ଆରିଆନା ଏକାଠି ବହୁ ହିଟ୍‌ ଗୀତ ଗାଇଛନ୍ତି। ତେବେ କୌଣସି କାରଣରୁ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଯିବା ପରେ ଆରିଆନା ହଲିଉଡ୍‌ ହାସ୍ୟ ଅଭିନେତା ପିଟ୍‌ ଡ୍ୟାଭିଡ୍‌ସନ୍‌ଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ରେ ସେମାନଙ୍କର ନିର୍ବନ୍ଧ ମଧ୍ୟ ସରିଛି।

ପେନ୍‌ସିଲ୍‌ଭାନିଆର ପିଟ୍‌ସବର୍ଗରେ ଜନ୍ମ ହୋଇଥିବା ମ୍ୟାକ୍ ମିଲର୍‌ ମାତ୍ର ୧୫ ବର୍ଷ ବୟସରେ ନିଜ ପ୍ରଥମ ଅଡିଓ ମ୍ୟୁଜିକ୍‌ ରିଲିଜ୍‌ କରିଥିଲେ।

ପୂର୍ବରୁ ନିଶା ସେବନ କରି ଗାଡ଼ି ଚଳାଉଥିବାବେଳେ ମ୍ୟାକ୍‌ଙ୍କ ବିରୋଧରେ ଏକ ‘ହିଟ୍‌ ଆଣ୍ଡ୍‌ ରନ୍‌’ ମାମଲା ମଧ୍ୟ ଦାଏର୍ ହୋଇଥିଲା।



from Odisha Reporter https://ift.tt/2Mcg0Lw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages