ଜଗତସିଂହପୁରରେ ବିଜେଡି ‘ଦୁଇଫାଳ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଜଗତସିଂହପୁରରେ ବିଜେଡି ‘ଦୁଇଫାଳ’

bjd

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ବିଧାୟକ ଦାମୋଦର ରାଉତ ଦଳରୁ ବହିଷ୍କୃତ ହେବା ପରେ ଜଗତସିଂହପୁରରେ ବିଜେଡି ଆଜି ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲା। କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ଶକ୍ତି ପ୍ରଦର୍ଶନ ହେଉ କି ନହେଉ ସମାବେଶରେ ଜଗତସିଂହପୁରରେ ଯେ ବିଜେଡି ‘ଦୁଇ ଫାଳ’ ତାହା ଦେଖିବାକୁ ମିଳିଥିଲା।

ସମାବେଶ ବେଳେ ବିଜେଡିରେ ଥିବା ଅନ୍ତର୍ଦ୍ଵନ୍ଦ୍ଵ ଫୁଟି ବାହାରିଛି। ଦୁଇଗୋଷ୍ଠୀ କେବଳ କାଦୁଅ ଫିଙ୍ଗାଫିଙ୍ଗି ହୋଇନାହାନ୍ତି, ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି।

ଏହି ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକଙ୍କ ମଧ୍ୟରେ। ସମାବେଶକୁ ଯିବା ବାଟରେ ତାରାପୁର ବାଇପାସ୍‌ ନିକଟରେ ବିଷ୍ଣୁ-ରାଜଶ୍ରୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ବିଷ୍ଣୁଙ୍କ ସମର୍ଥକ ‘ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ’ ନାରା ଦେଉଥିବା ବେଳେ ରାଜଶ୍ରୀଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ କଥା ଧସ୍ତାଧସ୍ତି ପର୍ଯ୍ୟନ୍ତ ଚାଲିଯାଇଥିଲା।



from Odisha Reporter https://ift.tt/2NQJxjE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages