
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଖୁବ୍ଶୀଘ୍ର ପରଦାକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଓଡ଼ିଆ ଫିଲ୍ମ୍ ‘ପ୍ରେମ୍ କୁମାର୍’। ଫିଲ୍ମଟି ଗଣେଶ ପୂଜାରେ ରିଲିଜ୍ ହେବାକୁ ଯାଉଛି। ବୁଧବାର ଏହି ଫିଲ୍ମର ଅଡ଼ିଓ ରିଲିଜ୍ ହେବ। ବୁଧବାର ସଂଧ୍ୟା ୬ଟାରେ ଭୁବନେଶ୍ୱରର ସବୁଠୁ ବଡ ମଲ୍ କୁହାଯାଉଥିବା ‘ଏସ୍ପ୍ଲାନେଡ୍’ରେ ଏହାର ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବ।
ସୂଚନା ଅନୁଯାୟୀ, ‘ପ୍ରେମ୍ କୁମାର୍’ ଫିଲ୍ମ ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମାଣ ହେଉଛି। ଏଥିରେ ସୁପର୍ଷ୍ଟାର୍ ଅନୁଭବ ମହାନ୍ତିଙ୍କ ସହ ଦୁଇ ଚୁଲ୍ବୁଲି ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ମୁଖ୍ୟ ଚରିତ୍ରରେ ରହିଛନ୍ତି।
from Odisha Reporter https://ift.tt/2NQGV18
No comments:
Post a Comment